ETV Bharat / state

ସମ୍ବଲପୁରୀ ଦିନ୍‌: ସମ୍ବଲପୁରୀ ପାଟରେ ଦର୍ଶନ ଦେଉଛନ୍ତି ସମଲେଶ୍ବରୀ

author img

By

Published : Aug 1, 2023, 6:45 PM IST

ସମ୍ବଲପୁରୀ ଦିନ୍ ଅବସରରେ ସମ୍ବଲପୁରୀ ପାଟ ବସ୍ତ୍ର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ଅଧିକ ପଢ଼ନ୍ତୁ

maa samaleswari graces devotees in sambalpuri attire
ସମ୍ବଲପୁରୀ ପାଟରେ ଦର୍ଶନ ଦେଉଛନ୍ତି ସମଲେଶ୍ବରୀ

ସମ୍ବଲପୁର: ଆଜି ସମ୍ବଲପୁରୀ ପାଟ ଶାଢ଼ୀରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ମା’ ସମଲେଶ୍ବରୀ l କେବଳ ମା’ ସମଲେଶ୍ବରୀ ନୁହନ୍ତି, ମନ୍ଦିରର ପାର୍ଶ୍ବ ଦେବାଦେବୀ ଏବଂ ବାହନ ସିଂହ ମଧ୍ୟ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଛନ୍ତି । ସମ୍ବଲପୁରୀ ଦିନ୍ ଅବସରରେ ମା’ ସମଲେଶ୍ବରୀ ମହିମା ପ୍ରଚାର ସମିତି ତରଫରୁ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଆବଶ୍ୟକ ସମ୍ବଲପୁରୀ ଶାଢ଼ୀ ଓ ବସ୍ତ୍ର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଆଜି ସମ୍ବଲପୁର ଦିନ, ଝାରସୁଗୁଡାରେ ଶୋଭାଯାତ୍ରା

ମା’ ସମଲେଶ୍ବରୀ, ମା’ ସିଦ୍ଧିଦାତ୍ରୀଙ୍କ ପାଇଁ ସମ୍ବଲପୁରୀ ଶାଢ଼ୀ, ଭୈରବଙ୍କ ପାଇଁ ଧଳା ସମ୍ବଲପୁରୀ ଗାମୁଛା, ବଜରଙ୍ଗବଲୀଙ୍କ ପାଇଁ ଗେରୁଆ ରଙ୍ଗର ସମ୍ବଲପୁରୀ ଲୁଗା, ମା’ କାଳୀ ଓ ଅନ୍ୟ ପାର୍ଶ୍ବ ଦେବୀଙ୍କ ପାଇଁ ସମ୍ବଲପୁରୀ କପଡ଼ାରେ ତିଆରି ପୋଷାକ ତଥା ମନ୍ଦିର ପରିସରରେ ଥିବା ସିଂହବାହନ ପାଇଁ ସମ୍ବଲପୁରୀ ସପ୍‌ଟାପରି ଲୁଗା ପ୍ରସ୍ତୁତ କରାଯାଇଛି । ମା' ସମଲେଶ୍ୱରୀ ମହିମା ପ୍ରଚାର ସମିତି ପକ୍ଷରୁ ଆବାହକ ତ୍ରିବିକ୍ରମ ପ୍ରଧାନ ଏବଂ ଅନ୍ୟ ସଦସ୍ୟମାନେ ମନ୍ଦିରକୁ ବସ୍ତ୍ର ପ୍ରଦାନ କରିଥିଲେ । ମା’ ସମଲେଶ୍ବରୀଙ୍କ ନାମରୁ ସମ୍ବଲପୁର ଓ ସମ୍ବଲପୁରୀର ସୃଷ୍ଟି ।

ଏନେଇ ମହିମା ପ୍ରଚାର ସମିତିର ଆବାହକ ଶ୍ରୀ ପ୍ରଧାନ କହିଛନ୍ତି, "ଗତ କିଛି ବର୍ଷ ହେବ ଲୋକପ୍ରିୟ ହୋଇଥିବା ସମ୍ବଲପୁରୀ ଦିନ୍ ଅବସରରେ ନିଜେ ମା’ ସମଲେଶ୍ବରୀ ସମ୍ବଲପୁରୀ ପୋଷାକ ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେଲେ ଏହି ସଂସ୍କୃତି ଆହୁରି ରୁଦ୍ଧିମନ୍ତ ହେବ । ମା’ ନିଜେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସମ୍ବଲପୁରୀ ହସ୍ତତନ୍ତ ଓ ବୁଣାକାରଙ୍କ ସମେତ ସମସ୍ତ ସମ୍ବଲପୁରୀ ପ୍ରେମୀଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ: ପ୍ରଥମ ଥର ପାଇଁ ସମ୍ବଲପୁରୀ ଦିନ୍‌ ପାଳିଲା ବୌଦ୍ଧ, ସମ୍ବଲପୁରୀ ପୋଷାକ ସହ ଜମିଲା ନାଚଗୀତର ଆସର

ଏହା ମଧ୍ୟ ପଢ଼ନ୍ତୁ: Sambalpuri Din: କେମିତି ଆରମ୍ଭ ହୋଇଥିଲା ସମ୍ବଲପୁରୀ ଦିନ

ସେପଟେ ଆଜି ସମ୍ବଲପୁରୀ ଦିନ୍ ଅବସରରେ ସମ୍ବଲପୁର ଜେଲ ଛକ ଠାରେ ସ୍ଥିତ କଳା ପରିଷଦ ଠାରେ ସମ୍ବଲପୁରୀ କବିତା ଆବୃତ୍ତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବଲପୁର ସମେତ ବିଭିନ୍ନ ସ୍ଥାନର ସମ୍ବଲପୁରୀ କବି ଆସି ନିଜର କବିତା ଆବୃତ୍ତି କରିଛନ୍ତି l ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହା ଏକ ମାଧ୍ୟମ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ କୁହାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.