ETV Bharat / state

ଗହଣା ଦୋକାନରୁ ଲୁଟ, ଗ୍ରାହକ ରୂପେ ଆସି 200 ଗ୍ରାମ ସୁନା ଲୁଟି ଦୁର୍ବୁର୍ତ୍ତ ଫେରାର - ଗହଣା ଦୋକାନରୁ ଲୁଟ

ଗହଣା ଦୋକାନରୁ ଲୁଟ
ଗହଣା ଦୋକାନରୁ ଲୁଟ
author img

By

Published : Dec 30, 2020, 3:19 PM IST

Updated : Dec 30, 2020, 8:25 PM IST

15:07 December 30

ଗହଣା ଦୋକାନରୁ ଲୁଟ, ଗ୍ରାହକ ରୂପେ ଆସି 200 ଗ୍ରାମ ସୁନା ଲୁଟି ଦୁର୍ବୁର୍ତ୍ତ ଫେରାର

ସମ୍ବଲପୁର: ଦିନ ଦ୍ବିପ୍ରହରରେ  ଗହଣା ଦୋକାନରୁ ଲୁଟ ଅଭିଯୋଗ । ସମ୍ବଲପୁର ବୁର୍ଲାସ୍ଥିତ ଏକ ଗହଣା ଦୋକାନରୁ ପାଖାପାଖି 200 ଗ୍ରାମ ସୁନା ଗହଣା ଲୁଟ ହୋଇଛି । ଆଜି(ବୁଧବାର) ମଧ୍ୟାହ୍ନ ପ୍ରାୟ 2 ଟାରେ ବୁର୍ଲା ସହରର ଉତ୍କଳ ଗହଣା ଦୋକାନରୁ ପ୍ରାୟ 200 ଗ୍ରାମ ସୁନା ଲୁଟ ହୋଇଥିବା ଅଭିଯୋଗ ହୋଇଛି।  

ସମ୍ବଲପୁର ଏସପିଙ୍କ ଚେତାବନୀ ସତ୍ତ୍ବେ ସମ୍ବଲପୁରରେ ହ୍ରାସ ପାଉନି ଅପରାଧ। ଗୋଟିଏ ଦିନ ପୂର୍ବରୁ ସମ୍ବଲପୁର ଏସପି ବି.ଗଙ୍ଗାଧର ଅପରାଧୀଙ୍କୁ ଚେତାବନୀ ସତ୍ତ୍ବେ ଏହାର 24 ଘଣ୍ଟା ନପୁରୁଣ ଆଜି(ବୁଧବାର) ବୁର୍ଲାର ଏକ ଗହଣା ଦୋକାନରୁ 200 ଗ୍ରାମ ସୁନା ଲୁଟ କରି ଦୁର୍ବୁର୍ତ୍ତ ଫେରାର ହୋଇଯାଇଛନ୍ତି।

ଦୁର୍ବୃତ୍ତ ଜଣକ ଗ୍ରାହକ ରୂପେ ଗହଣା ଦେଖିବା ବାହାନାରେ ମଉକାର ଫାଇଦା ଉଠାଇ ପାଖାପାଖି 200 ଗ୍ରାମ ସୁନା ଗହଣା ଲୁଟ କରି ଫେରାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।  

ଲୁଟେରାଙ୍କୁ ଧରିବା ପାଇଁ ବୁର୍ଲା ପୋଲିସ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିଥିବା ସୂଚନା ଦେଇଛନ୍ତି ବୁର୍ଲା ଥାନା ଅଧିକାରୀ। ଲୁଟେରାଙ୍କୁ ଧରିବାକୁ ପୋଲିସ 3 ଟି ଟିମ ଗଠନ କରିଥିବା ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ  

Last Updated : Dec 30, 2020, 8:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.