ETV Bharat / state

ସମ୍ବଲପୁର ଲୋକ ମହୋତ୍ସବ ଆରମ୍ଭ, ସାଂସ୍କୃତିକ ଶୋଭାଯାତ୍ରାରେ ଝୁମିଲା ସହର

author img

By

Published : Jan 4, 2020, 7:47 PM IST

ଆରମ୍ଭ ହେଲା ସମ୍ବଲପୁର ଲୋକ ମହୋତ୍ସବ 2020। ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସାରା ସହର। ଅଧିକ ପଢ଼ନ୍ତୁ...

Lok Mahaosav, Sambalpur lok mahotsav, lok mahotsav starts at sambalpur, ସମ୍ବଲପୁର ଲୋକ ମହୋତ୍ସବ ଆରମ୍ଭ, ସାଂକୃତିକ ଶୋଭାଯାତ୍ରା, ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ
ସମ୍ବଲପୁର ଲୋକ ମହୋତ୍ସବ ଆରମ୍ଭ

ସମ୍ବଲପୁର: ଆରମ୍ଭ ହୋଇଛି ସମ୍ବଲପୁର ଲୋକ ମହୋତ୍ସବ 2020। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ସମ୍ବଲପୁର ଅଇଁଠାପାଲି ସ୍ଥିତ ପିଏଚଡି(ବିର୍ସା ମୁଣ୍ଡା) ପଡ଼ିଆରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ। ଏହି ସାଂସ୍କୃତିକ ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କଳାକାର ନିଜ ନିଜର କଳା ପରିବେଷଣ କରିବେ।

ଏହି ପ୍ରରିପ୍ରେକ୍ଷୀରେ ଶନିବାର ସମ୍ବଲପୁର ବାଲିବନ୍ଧା ଛକରୁ ଲୋକ ମହୋତ୍ସବର ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ର ବାହାରି ସହର ପରିକ୍ରମା କରିବା ସହ ବିର୍ସା ମୈଦାନ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ରାଜ୍ୟ ବାହାରର 4ଟି ଦଳ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳ ସାମିଲ ହୋଇଥିଲେ। ଚଳିତ ବର୍ଷ ଏହି ମହୋତ୍ସବରେ ପ୍ରଥମ ଥର ପାଇଁ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହେଉଛି। ଏହା ସହ ପ୍ରତ୍ୟେକ ଦିନ ଲୋକକଳା ଓ ନୃତ୍ୟ ଉପରେ ସେମିନାର ଓ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜିତ ହେବ।

ଶନିବାର ଲୋକ ମହୋତ୍ସବର ଏହି ସାଂସ୍କୃତିକ ଶୋଭାଯାତ୍ରରେ ସମ୍ବଲପୁର ଜିଲ୍ଲାପାଳ, ପିଡ଼ି ଡିଆରଡିଏ, ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ, ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ ଓ ରଙ୍ଗବତୀ ଗୀତର କଳାକାର ପ୍ରମୁଖ ଉପସ୍ଥିତ ରହିଥିଲେ। ବିଭିନ୍ନ କଳାକାର ଦଳର ନାଚ ଗୀତର ତାଳେ ତାଳେ ଶୋଭାଯାତ୍ର ସହର ପରିକ୍ରମା କରିଥିଲା। ଏହି ସାଂସ୍କୃତିକ ମହାକୁମ୍ଭର ଅଂଶ ବିଶେଷ ହୋଇ କଳାକାର ବେଶ ଖୁସିଥିବା କହିଛନ୍ତି।

ସମ୍ବଲପୁର ଲୋକ ମହୋତ୍ସବ ଆରମ୍ଭ

ପ୍ରଥମ ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାର 4 ଜଣ ବିଧାୟକଙ୍କ ସହ ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲ, ହଳଧର ନାଗ ଯୋଗ ଦେବାକୁ ଥିବା ବେଳେ ରାଜସ୍ଥାନର କାଲବେଲିଆ ନାଚ ଓ ଉତ୍ତର ପ୍ରଦେଶ ମଥୁରାର ମୟୁର ଲୋକ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Intro:ଆଜିଠୁ ଆରମ୍ଭ ହେଉଛି ସମ୍ବଲପୁର ଲୋକ ମହୋତ୍ସବ 2020।ଏହା ଆଜିଠାରୁ 6 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ସମ୍ବଲପୁର ଅଇଁଠାପାଲି ସ୍ଥିତ ପି ଏଚ ଡି /ବିର୍ଷା ମୁଣ୍ଡା ପଡ଼ିଆରର ଅନୁଷ୍ଠିତ ହେବ। ଏହି ସଂସ୍କୃତିକ ମହାକୁମ୍ଭ ରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କଳାକାର ନିଜ ନିଜର କଳା ପରିବେଷଣ କରିବେ।

Body:ଏହି ପ୍ରରିପ୍ରେକ୍ଷୀରେ ଆଜି ସମ୍ବଲପୁର ବଳିବନ୍ଧା ଛକରୁ ଲୋକମହୋତ୍ସଵ ର ଏକ ବିଶାଳ ସଂସ୍କୃତିକ ଶୋଭାଯାତ୍ର ବାହାରି ସହର ପରିକ୍ରମା କରିବା ସହ ବିର୍ଷା ମୈଦାନ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ରାଜ୍ୟ ବାହାରର 4 ଟି ଦଳ ସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳ ସାମିଲ ହୋଇଥିଲେ।ଚଳିତ ବର୍ଷ ଏହି ମହୋତ୍ସବ ରେ ପ୍ରଥମ ଥର ପାଇଁ ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହେଉଛି। ଏହା ସହ ପ୍ରତ୍ୟେକ ଦିନ ଲୋକକଳା ଓ ନୃତ୍ୟ ଉପରେ ସେମିନାର ଓ ବକୃତାମାଲା ଆୟୋଜିତ ହେବ

ବାଇଟ-1-ଶୁଭମ ଶକସେନା,ଜିଲ୍ଳାପାଳ,ସମ୍ବଲପୁର, ଏକାଧିକ ବୁମ ଲାଗିଛି।
ବାଇଟ-2-ପ୍ରମୋଦ ପଟ୍ଟନାୟକ, ମିଡିଆ କନଭେନର, ଲୋକ ମହୋତ୍ସବ।

ଆଜି ସମ୍ବଲପୁର ର ବଳିବନ୍ଧା ଛକରୁ ଆରମ୍ଭ ହୋଇଥିବା ଲୋକ ମହୋତ୍ସବ ର ସଂସ୍କୃତିକ ଶୋଭାଯାତ୍ର ରେ ସମ୍ବଲପୁର ଜିଲ୍ଲାପାଳ, ପିଡ଼ି ଡିଆରଡିଏ, ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ଓ ରଙ୍ଗବତୀ ଗୀତର କଳାକାର ପ୍ରମୂଖ ଉପସ୍ଥିତ ରହିଥିଲେ।ବିଭିନ୍ନ କଳାକାର ଦଳର ନାଚ ଗୀତର ତାଳେ ତାଳେ ଶୋଭାଯାତ୍ର ସହର ପରିକ୍ରମା କରିଥିଲା।ଏହି ସଂସ୍କୃତିକ ମହାକୁମ୍ଭ ର ଅଂଶ ବିଶେଷ ହୋଇ କଳାକାର ବେଶ ଖୁସି ଥିବା କହିଛନ୍ତି।

ବାଇଟ-3-ଗୌରୀ ଶଙ୍କର ଶର୍ମା,କଳାକାର,ଉତ୍ତର ପ୍ରଦେଶ।ହିନ୍ଦୀ ରେ ବାଇଟ ଅଛି।

Conclusion:ପ୍ରଥମ ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାର 4 ଜଣ ବିଧାୟକ ଙ୍କ ସହ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ, ହଳଧର ନାଗ ଯୋଗ ଦେବାକୁ ଥିବା ବେଳେ ରାଜସ୍ଥାନ ର କାଳବେଲିଆ ନାଚ ଓ ଉତ୍ତର ପ୍ରଦେଶ ମଥୁରା ର ମୟୁର ଲୋକ ନୃତ୍ୟ ମୁଖ୍ୟ ଆକର୍ଷଣ ହେବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.