ସମ୍ବଲପୁର: କୋରୋନା ପାଇଁ ସାରା ଦେଶ ଲଦଡାଉନ । ଏଥିପାଇଁ ସବୁ କିଛି ବନ୍ଦ ରହିଛି । ଏପରିକି ଦେବାଦେବୀଙ୍କ ପୀଠ ଗୁଡିକ ମଧ୍ୟ କୋରୋନା ପାଇଁ ଭକ୍ତଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ମା' ସମଲେଶ୍ବରୀଙ୍କ ମନ୍ଦିର କୋରୋନା ଜନିତ ଲକଡାଉନ କାରଣରୁ ମାସରେ ଊର୍ଦ୍ଧ୍ବ ସମୟ ଧରି ବନ୍ଦ ରହିଛି । ଯଦ୍ବାରା ଭକ୍ତ ମା'ଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ରହିଛନ୍ତି ।
ସେପଟେ ଭକ୍ତ ମାନଙ୍କୁ ମା'ଙ୍କ ନିତ୍ୟ ଦର୍ଶନର ସୁଯୋଗ ଦେବା ନିମନ୍ତେ ମା'ଙ୍କ ସକାଳ ଓ ସନ୍ଧ୍ୟା ଆଳତୀର ସିଧାପ୍ରସାରଣ ୟୁଟ୍ୟୁବ ଜରିଆରେ କରିବାକୁ ମା ସମଲେଶ୍ୱରୀ ମହିମା ପ୍ରଚାର ସମିତି ପକ୍ଷରୁ ତ୍ରିବିକ୍ରମ ପ୍ରଧାନ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡକୁ ପ୍ରସ୍ତାବ ଦିଆଯାଇଛି ।
ଲକଡାଉନ ପରେ ମଧ୍ୟ ଏହି ପ୍ରସାରଣକୁ ଜାରି ରଖିବାକୁ ସମଲେଶ୍ୱରୀ ମହିମା ପ୍ରଚାର ସମିତି ପ୍ରସ୍ତାବ ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ