ETV Bharat / state

ସ୍କୁଲ ଖେଳ ପଡିଆରେ ରାସ୍ତା ନିର୍ମାଣକୁ ସ୍ଥାନୀୟ ଲୋକଙ୍କ ବିରୋଧ - Locals protest road construction in sambalpur

ସମ୍ବଲପୁର ପୁଟିବନ୍ଦ ୟୁଜିଏମଇ ସ୍କୁଲ ସମ୍ମୁଖ ଛାତ୍ରଛାତ୍ରୀଙ୍କ ଖେଳପଡିଆରେ ରାସ୍ତା ନିର୍ମାଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ । ଅଧିକ ପଢନ୍ତୁ...

ସ୍କୁଲ ଖେଳ ପଡିଆରେ ରାସ୍ତା ନିର୍ମାଣକୁ ସ୍ଥାନୀୟ ଲୋକଙ୍କ ବିରୋଧ

author img

By

Published : Nov 7, 2020, 10:37 AM IST

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଧୀନରେ ଥିବା ପୁରିବନ୍ଦ ଯୁଜିଏମଇ ସ୍କୁଲ ସମ୍ମୁଖ ଛାତ୍ରଛାତ୍ରୀଙ୍କ ଖେଳ ପଡିଆକୁ ରାସ୍ତା ତିଆରି କରାଯିବା ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ମହିଳାମାନେ ସମ୍ବଲପୁର ସଦର ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଭିଯୋଗ କରିଛନ୍ତି ।

ସ୍କୁଲ ଖେଳ ପଡିଆରେ ରାସ୍ତା ନିର୍ମାଣକୁ ସ୍ଥାନୀୟ ଲୋକଙ୍କ ବିରୋଧ

ସୂଚନାଯୋଗ୍ୟ, ସମ୍ବଲପୁର ମହାନଗର ନିଗମର ପୁରିବନ୍ଦରେ ରହିଛି ୟୁଜିଏମଇ ସ୍କୁଲ । ଏଠାରେ ମୁଖ୍ୟତଃ ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ବେଳେ ସ୍କୁଲ ସମ୍ମୁଖରେ ଥିବା ସରକାରୀ ଜମିର ପଡିଆରେ ଖେଳକୁଦ କରନ୍ତି । ବର୍ତ୍ତମାନ ବାହାର ରାଜ୍ୟରୁ ଆସିଥିବା କିଛି ଲୋକ ନିକଟରେ ନିଜର କଲୋନୀ ପ୍ରସ୍ତୁତ କରୁଛନ୍ତି ଏବଂ ଏହି ସରକାରୀ ଜମିର ଖେଳ ପଡିଆରେ ରାସ୍ତା ନିର୍ମାଣ କରିବାକୁ ବସିଛନ୍ତି। ଏହାଦ୍ବାରା ଛାତ୍ରଛାତ୍ରୀମାନେ ନିଜର ଖେଳ ପଡିଆ ହରାଇବେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହି ଖେଳ ପଡିଆ ଜମିକୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରଖାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏନେଇ ସଦର ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବା ସହ ସମ୍ବଲପୁର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.