ସମ୍ବଲପୁର: ଅସାବଧାନତା ପାଇଁ ରେଳ ଧାରଣାରେ ଗଲା ଯୁବକଙ୍କ ଜୀବନ । ସମ୍ବଲପୁରରେ ବୁର୍ଲା ସ୍ଥିତ ପିସି ବ୍ରିଜ ନିକଟ ଜଗୁଆଳି ବିହୀନ ଲେବୁଲ କ୍ରସିଂରେ ଘଟିଛି ଏହି ଅଘଟଣ । ମୃତ ଯୁବକ ଜଣକ ହେଲେ ସମ୍ବଲପୁରର ପ୍ରବଜ୍ୟୋତ ତିୱାନା । ସେ ନିକଟରେ କାନାଡାରୁ ଛୁଟି କଟେଇବାକୁ ଘରକୁ ଆସିଥିଲେ ।
ସୂଚନା ଅନୁସାରେ, ମୃତ ପ୍ରବଜ୍ୟୋତ ରେଳଧାରଣା ପାର କରୁଥିବା ବେଳେ ଏକ ମାଲବାହୀ ଟ୍ରେନ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ସେ । ଅନ୍ୟପଟେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ୍ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।
ସମ୍ବଲପୁରରୁ ବାଦଶାହ ଜୁସ୍ନନ ରଣା, ଇଟିଭି ଭାରତ