ETV Bharat / state

ଓକିଲ ଆନ୍ଦୋଳନ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ନିନ୍ଦା କଲେ ବିରୋଧୀ ଦଳ ନେତା - ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲେ ବିରୋଧୀ ଦଳ ନେତା

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଗତକାଲି ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ହେଇଥିବା ବେଳେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନର ନିନ୍ଦା କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ହାଇକୋର୍ଟ ବେଞ୍ଚ ସ୍ଥାପନ ଆନ୍ଦୋଳନ ସହ ପୂର୍ଣ୍ଣ ସମର୍ଥନ ଥିବା କହିଛନ୍ତି ଜୟନାରାୟଣ । ଅଧିକ ପଢନ୍ତୁ

ଓକିଲ ଆନ୍ଦୋଳନ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ନିନ୍ଦା କଲେ ବିରୋଧୀ ଦଳ ନେତା

author img

By

Published : Dec 1, 2022, 7:13 AM IST

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଗତକାଲି ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ହେଇଥିବା ବେଳେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନର ନିନ୍ଦା କରିଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ହାଇକୋର୍ଟ ବେଞ୍ଚ ସ୍ଥାପନ ଆନ୍ଦୋଳନ ସହ ପୂର୍ଣ୍ଣ ସମର୍ଥନ ଥିବା କହିଛନ୍ତି ଜୟନାରାୟଣ ।

ଓକିଲ ଆନ୍ଦୋଳନ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ନିନ୍ଦା କଲେ ବିରୋଧୀ ଦଳ ନେତା

ଗତକାଲି(ବୁଧବାର) ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ଓକିଲ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାକୁ ନିନ୍ଦା କରିଛନ୍ତି ବିରୋଧୀ ଦଳର ନେତା । ଗଣତାନ୍ତ୍ରିକ ଉପାୟରେ ଯେକୌଣସି ଆନ୍ଦୋଳନ ହେଲେ ପୋଲିସ ଚାପି ବାକୁ ଚେଷ୍ଟା କରିଥାଏ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର । ତେବେ ଏହି ଆନ୍ଦୋଳନ ସହ ତାଙ୍କର ପୂର୍ଣ୍ଣ ସମର୍ଥନ ଥିବାର କହିଛନ୍ତି ବିରୋଧୀ ଦଳର ନେତା । ଏହି ପ୍ରସଙ୍ଗ ନେଇ ଆଗାମୀ ଦିନରେ ସେ ବିଧାନସଭାରେ ସ୍ୱର ଉତ୍ତୋଳନ କରିବେ ବୋଲି ସେ କହିଛନ୍ତି।

ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଏହି ଦାବି ପ୍ରତି ଗମ୍ଭୀର ନହେଲେ ଏହି ଜନଆନ୍ଦୋଳନ ତୀବ୍ରତର ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.