ETV Bharat / state

କୁଦୋପାଲି ପାହାଡକୁ ସ୍ମୃତି ପୀଠ ଦାବି, ଜିଲ୍ଲାପାଳଙ୍କୁ ଦିଆଗଲା ଦାବିପତ୍ର - କୁଦୋପାଲି ପାହାଡକୁ ସ୍ମୃତି ପୀଠ ଦାବି

କୁଦୋପାଲି ପାହାଡକୁ କରାଯାଉ ସ୍ମୃତି ପୀଠ । ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଛବିଲ ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ । ଏଭଳି କିଛି ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

କୁଦୋପାଲି ପାହାଡକୁ ସ୍ମୃତି ପୀଠ ଦାବି
କୁଦୋପାଲି ପାହାଡକୁ ସ୍ମୃତି ପୀଠ ଦାବି
author img

By

Published : Dec 24, 2022, 1:53 PM IST

କୁଦୋପାଲି ପାହାଡକୁ ସ୍ମୃତି ପୀଠ ଦାବି

ସମ୍ବଲପୁର: ମହାନଗର ନିଗମର କୁଦୋପାଲି ପାହାଡ଼ ଶହୀଦ ବିହାର ଅଞ୍ଚଳକୁ ସ୍ମୃତି ପୀଠ ଦାବି । ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଛବିଲ ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରି କୁଦୋପାଲି ପାହାଡ଼ ଶହୀଦ ବିହାର ଅଞ୍ଚଳକୁ ସ୍ମୃତିପୀଠ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସମ୍ବଲପୁର ମହାନଗର ନିଗମର ସିନ୍ଦୁରପଙ୍କ ନିକଟରେ ଥିବା କୁଦୋପାଲି ପାହାଡରେ ଇଂରେଜମାନଙ୍କ ସହ ଲଢେ଼ଇ କରି 1857 ଡିସେମ୍ବର 30 ତାରିଖରେ 57 ଜଣ ଶହୀଦ ହୋଇଥିଲେ ବୀର ସୁରେନ୍ଦ୍ର ସାଏ । ତେଣୁ ଏହି ପାହାଡ଼କୁ ଶହୀଦ ସ୍ମୃତି ପୀଠ ଭାବେ ତିଆରି କରାଯାଉ ଏବଂ ବୀର ସୁରେନ୍ଦ୍ର ସାଏ ଓ ଛବିଲ ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଏଥିପାଇଁ ଆଜି ସ୍ଥାନୀୟ ଜନ ସାଧାରଣ ଏକ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ।

ଏହା ମଧ୍ୟ ପଢନ୍ତୁ: Year Ender 2022: ଅସହ୍ୟ ହେଲା ଯନ୍ତ୍ରଣା, ମୃତ୍ୟୁର ରାସ୍ତା ପାଲଟିଥିଲା ଶେଷ ଠିକଣା

ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଶୋଭାଯାତ୍ରାରେ କୁଦୋପାଲି ପାହାଡ଼ ଅଞ୍ଚଳରେ ସ୍କୁଲ, କଲେଜ ଓ ପାର୍କ ନିର୍ମାଣ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.