ETV Bharat / state

କୁଚିଣ୍ଡା ଥାନା ରାଜ୍ୟରେ ଶ୍ରେଷ୍ଠ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ

author img

By

Published : Dec 11, 2019, 6:37 PM IST

ରାଜ୍ୟର ଶ୍ରେଷ୍ଠ ଥାନା ମାନ୍ୟତା ପାଇଛି ସମ୍ବଲପୁରର କୁଚିଣ୍ଡା ଥାନା । ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କ୍ଷେତ୍ରରେ କୁଚିଣ୍ଡା ଥାନାର ଉତ୍କୃଷ୍ଟତା ଯୋଗୁଁ ଏହି ଉପଲବ୍ଧି ମିଳିଥିବା ନେଇ ସମ୍ବଲପୁର ଏସପି ଜଣାଇଛନ୍ତି।

Kuchinda police station  is a best thana in odisha
କୁଚିଣ୍ଡା ଥାନା ରାଜ୍ୟରେ ଶ୍ରେଷ୍ଠ, ସ୍ବରାଷ୍ଟ୍ର ମନ୍ତ୍ରାଳୟ ରିପୋର୍ଟ

ସମ୍ବଲପୁର: ରାଜ୍ୟର ଶ୍ରେଷ୍ଠ ଥାନାର ମାନ୍ୟତା ପାଇଛି ସମ୍ବଲପୁରର କୁଚିଣ୍ଡା ଥାନା । କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ରାଙ୍କିଂ ରିପୋର୍ଟରେ ଏନେଇ ଦର୍ଶାଯାଇଛି। ସମ୍ବଲପୁର ଏସପି କନୱାର ବିଶାଳ ସିଂଙ୍କ ଏହି ସୂଚନା ଦେଇ ଖୁସି ବ୍ୟକ୍ତ କରିଛନ୍ତି। ଏହି ମାନ୍ୟତା ଜିଲ୍ଲା ପୋଲିସର ଦାୟିତ୍ବକୁ ବଢାଇଦେଇଛି ବୋଲି ଏସପି କହିଛନ୍ତି।

କୁଚିଣ୍ଡା ଥାନାର ସୀମିତ ଲୋକବଳ ସଠିକ ଭାବେ ବିନିଯୋଗ ହୋଇଥିବାରୁ ଏହି ସଫଳତା ମିଳିଛି। ଆଗକୁ ମଧ୍ୟ ଏଭଳି ଦାୟିତ୍ବବୋଧ ସହ ସମ୍ବଲପୁର ପୋଲିସ ନିଜ କାମ ବଜାୟ ରଖିବ ବୋଲି ଏସପି କନୱାର ବିଶାଳ ସିଂ ବିଶାଳ ସିଂ କହିଛନ୍ତି।

ରାଜ୍ୟର ଶ୍ରେଷ୍ଠ ଥାନା ମାନ୍ୟତା ପାଇଛି ସମ୍ବଲପୁରର କୁଚିଣ୍ଡା ଥାନା

ଏହି ସଫଳତା ପାଇଁ ସେ ସମସ୍ତ କର୍ମଚାରୀ ଓ ସ୍ଥାନୀୟ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପରାଧ ନିୟନ୍ତ୍ରଣକୁ ନେଇ ଚାର୍ଜ ସିଟ ଦାଖଲ ଓ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କ୍ଷେତ୍ରରେ କୁଚିଣ୍ଡା ଥାନାର ଉତ୍କୃଷ୍ଟତା ଯୋଗୁଁ ଏହି ଉପଲବ୍ଧି ମିଳିଥିବା ନେଇ ଏସପି ଜଣାଇଛନ୍ତି ।

ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରତି ବର୍ଷ ଦେଶର ସମସ୍ତ ପୋଲିସ ଥାନାକୁ ନେଇ ରାଙ୍କିଂ କରାଯାଇଥାଏ। ଏଥର ଏହି ପ୍ରକ୍ରିୟାରେ ଦେଶର 30 ଟି ରାଜ୍ୟର 15579 ଥାନା ମଧ୍ୟରୁ ମୋଟ 79 ଟି ଥାନା ଉର୍ଣ୍ଣୀତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଓଡିଶାର ଶ୍ରେଷ୍ଠ ଥାନା ଭାବେ ସମ୍ବଲପୁରର କୁଚିଣ୍ଡା ଥାନା ସ୍ଥାନ ପାଇଛି। ଗତ ଅକ୍ଟୋବର 7ରୁ 25 ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ରାଙ୍କିଂ ପାଇଁ ସର୍ବେକ୍ଷଣ ହୋଇଥିଲା।

ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ

Intro:କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ହୋଇଥିବା ରେଙ୍କିଙ୍ଗ ରେ ଚଳିତ ବର୍ଷ ଓଡିଶା ରାଜ୍ୟର ଶ୍ରେଷ୍ଠ ଥାନା ଭାବେ ପରିଚୟ ପାଇଛି ସମ୍ବଲପୁର ର କୁଚିଣ୍ଡା ଥାନା। ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରତ୍ୟେକ ବର୍ଷ ଦେଶର ସମସ୍ତ ପୋଲିସ ଥାନା କୁ ନେଇ ରେଙ୍କିଙ୍ଗ କରାଯାଇଥାଏ। ଚଳିତ ବର୍ଷ ଏହି ରେଂକିଂ ପ୍ରକ୍ରିୟା ରେ ଦେଶର 30 ଟି ରାଜ୍ୟର 15579 ଥାନା ମଧ୍ୟରୁ ମୋଟ 79 ଟି ଥାନା ଉର୍ଣ୍ଣିତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଓଡିଶା ରାଜ୍ୟର ଶ୍ରେଷ୍ଠ ଥାନା ର ମାନ୍ୟତା ପାଇଛି ସମ୍ବଲପୁର ର କୁଚିଣ୍ଡା ଥାନା।

Body:ଏନେଇ ସମ୍ବଲପୁର ଏସପି କନବର ବିଶାଳ ସିଂ ସୂଚନା ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି।ଏହା ସହ ଏହା ସମ୍ବଲପୁର ପୋଲିସ ର ଦାୟିତ୍ୱବୋଧ କୁ ବଢାଇଦେଇଛି ବୋଲି ଏସ ପି କହିଛନ୍ତି। କୁଚିଣ୍ଡା ଥାନା ର ସୀମିତ ଲୋକବଳ ସୁବିନିଯୋଗ ଯୋଗୁ ଏହି ସଫଳତା ମିଳିଛି ବୋଲି ଏସପି କହିଛନ୍ତି।ଆଗକୁ ମଧ୍ୟ ଏଭଳି ଦାୟିତ୍ୱବୋଧ ସଂପନ୍ନ କାର୍ଯ୍ୟଧାରା ସମ୍ବଲପୁର ପୋଲିସ ବଜାୟ ରଖିବ ବୋଲି ଏସପି କନବର ବିଶାଳ ସିଂ କହିଛନ୍ତି।ଏହି ସଫଳତା ପାଇଁ ସମ୍ବଲପୁର ଏସପି କୁଚିଣ୍ଡା ଥାନା ର ସମସ୍ତ କର୍ମଚାରୀ ଓ ସ୍ଥାନୀୟ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପରାଧ ନିୟନ୍ତ୍ରଣ କୁ ନେଇ ଚାର୍ଜ ସିଟ ଦାଖଲ ଓ ଅଇଁନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ କ୍ଷେତ୍ରରେ କୁଚିଣ୍ଡା ଥାନାର ଉତ୍କୃଷ୍ଟତା ଏହି ସଫଳତା ଆଣିଛି ବୋଲି ଏସପି କହିଛନ୍ତି

Conclusion:ଗତ ଅକ୍ଟୋବର 7 ରୁ 25 ତାରିଖ ଯାଏଁ ଏହି ଜାତୀୟ ସ୍ଥରୀୟ ରେଂକିଂ ପାଇଁ ସର୍ବେକ୍ଷଣ ହୋଇଥିଲା।

ବାଇଟ-1-କନବର ବିଶାଳ ସିଂ,ଏସପି,ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.