ETV Bharat / state

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଭିଜିଲାନ୍ସ ଚଢାଉ ହୋଇଛି: କୁଚିଣ୍ଡା ଅତିରିକ୍ତ ତହସିଲଦାର - ଭିଜିଲାନ୍ସ ଜାଲରେ କୁଚିଣ୍ଡା ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ରେଡ୍ ଓ ଗିରଫଦାରୀ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଦାୟୀ କଲେ କୁଚିଣ୍ଡା ଅତିରିକ୍ତ ତହସିଲଦାର । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚକ୍ରାନ୍ତରେ ଗିରଫ ହୋଇଛି: କୁଚିଣ୍ଡା ଅତିରିକ୍ତ ତହସିଲଦାର

author img

By

Published : May 8, 2022, 5:08 PM IST

Updated : May 8, 2022, 8:43 PM IST

ସମ୍ବଲପୁର/ଝାରସୁଗୁଡା: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଗିରଫ ହୋଇଥିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅତିରିକ୍ତ ତହସିଲଦାର । ଭିଜିଲାନ୍ସ ରେଡ୍ ଗିରଫଦାରୀ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ସମ୍ପୃକ୍ତ ଅତିରିକ୍ତ ତହସିଲଦାର ସାରଦା ମହାରଣା । ମନ୍ତ୍ରୀ ଚାପ ପକାଇ ଗିରଫ କରାଇଥିବା ସେ ଅଭିଯୋଗ କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଭିଜିଲାନ୍ସ ଚଢାଉ ହୋଇଛି: କୁଚିଣ୍ଡା ଅତିରିକ୍ତ ତହସିଲଦାର

ସାରଦା ମହାରଣା କହିଛନ୍ତି ଯେ, 'ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଥା ନ ମାନିବାରୁ ମୋତେ ଫସାଯାଇଛି । ପୂର୍ବରୁ ମଧ୍ୟ ଏପରି ଧମକ ଦିଆଯାଉଥିଲା । ତହସିଲଦାରଙ୍କ ବେଆଇନ କାର୍ଯ୍ୟକୁ ବିରୋଧ କରିବାରୁ ମୋତେ ଫସାଯାଇଛି । ଭିଜିଲାନ୍ସଙ୍କୁ ସମସ୍ତ ସହଯୋଗ କରିବି ।' ସୂଚନା ଅନୁଯାୟୀ, ଗତକାଲି(ଶନିବାର) କୁଚିଣ୍ଡା ଅତିରିକ୍ତ ତହସିଲଦାର ୧ ଲକ୍ଷ ୨୦ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଧରା ପଡିଥିଲେ । ଏହାପରେ ସମସ୍ତ କାଗଜପତ୍ର ତନାଘନା କରିବା ପରେ ଆଜି(ରବିବାର) ତାଙ୍କୁ ଗିରଫ କରିଛନ୍ତି । ତେବେ ଏହି ଗିରଫଦାରୀକୁ ମନ୍ତ୍ରୀ ନବଦାସଙ୍କ ଚକ୍ରାନ୍ତ ବୋଲି ଅଭିଯୋଗ କରିଛନ୍ତି ସାରଦା ମହାରଣା । ସେପଟେ ଏନେଇ ମନ୍ତ୍ରୀଙ୍କୁ ପଚାରିବାରୁ ଅତିରିକ୍ତ ତହସିଲଦାରଙ୍କୁ ପଚାରନ୍ତୁ । କେବଳ ନୋ କମେଣ୍ଟ୍ସ କହି ଅନ୍ୟ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ମନ୍ତ୍ରୀ ନବ ଦାସ ।

ସେ କହିଛନ୍ତି ଯେ, 'କୁଚିଣ୍ଡା ତହସିଲର ବିଭିନ୍ନ ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଭାବରେ ଖନନ କାର୍ଯ୍ୟ କରୁଥିଲେ । ଏହାକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ନେଇ ଖନନରେ ବ୍ୟବହୃତ ଯାନବାହନକୁ ସିଜ୍ କରିଥିଲେ । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମୋ ଉପରେ ବାରମ୍ବାର ଚାପ ପକାଉଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ସମର୍ଥକଙ୍କ ଉପରେ ଫାଇନ ନ ପକାଇବା ପାଇଁ ବାରମ୍ବାର ଚାପ ପକାଉଥିଲେ । ତେବେ ଏଥିରେ ରାଜି ନହେବାରୁ ଲାଞ୍ଚ ମାମଲାରେ ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଇ ଧରା ପଡିଥିବା କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା ଓ ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : May 8, 2022, 8:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.