ETV Bharat / state

ଭୀମସାର ସ୍ଥିତି ସୁଧାରିବା ପାଇଁ ଅଭିନବ ପ୍ରତିବାଦ କଲା କୋଶଲ କ୍ରାନ୍ତି ସେନା

author img

By ETV Bharat Odisha Team

Published : Sep 5, 2023, 10:54 PM IST

ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାର ବଡ ମେଡିକାଲ l ଏହି ମେଡିକାଲ କଲେଜ ପଶ୍ଚିମ ଓଡ଼ିଶାର 10 ଟି ଜିଲ୍ଲାର ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ଥାପିତ ହୋଇଥିଲା l ଏହା ପଶ୍ଚିମ ଓଡିଶା ତଥା ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡ ରାଜ୍ୟର ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ଓ ଆରୋଗ୍ୟର ମନ୍ଦିର ସଦୃଶ୍ୟ ଥିଲା l ତେବେ ବର୍ତ୍ତମାନ ଏହାର ସ୍ଥିତି ଏମିତି ହୋଇଛି ଯେ ଲୋକେ ଏହି ହସ୍ପିଟାଲ କୁ ଯିବାପାଇଁ ଭୟ କରୁଛନ୍ତି l ନିହାତି ଜରୁରୀ ନପଡିଲେ ଲୋକେ ଏଠାକୁ ଯାଉନାହାନ୍ତି l ଅଧିକ ପଢନ୍ତୁ

ଭୀମସାର ସ୍ଥିତି ସୁଧାରିବା ପାଇଁ ଅଭିନବ ପ୍ରତିବାଦ କଲା କୋଶଲ କ୍ରାନ୍ତି ସେନା
ଭୀମସାର ସ୍ଥିତି ସୁଧାରିବା ପାଇଁ ଅଭିନବ ପ୍ରତିବାଦ କଲା କୋଶଲ କ୍ରାନ୍ତି ସେନା
ଭୀମସାର ସ୍ଥିତି ସୁଧାରିବା ପାଇଁ ଅଭିନବ ପ୍ରତିବାଦ କଲା କୋଶଲ କ୍ରାନ୍ତି ସେନା

ସମ୍ବଲପୁର: ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାର ମେଡିକାଲର ସ୍ବାସ୍ଥ୍ୟ ସେବା ଦିନକୁ ଦିନ ବିପର୍ଯ୍ୟସ୍ତ ପରିସ୍ଥିତି ଆଡକୁ ଗତି କରୁଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ଗରିବ ତଥା ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ରୋଗୀ ନାହିଁ ନଥିବା ହଇରାଣ ହେଉଛନ୍ତି l ଫଳରେ ଯେଉଁ ଉଦ୍ଦେଶ୍ୟ ନେଇପଶ୍ଚିମ ଓଡ଼ିଶାର ବୁର୍ଲା ଠାରେ ଏହି ମେଡିକାଲ କଲେଜ ଖୋଲା ଯାଇଥିଲା ତାହା ସାଧିତ ହୋଇପାରୁ ନାହିଁ l

କେତେକ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ପାଇଁ ବୁର୍ଲା ଭୀମସାର ମେଡିକାଲ ବର୍ତ୍ତମାନ କେବଳ ଏକ ରେଫରାଳ ହସ୍ପିଟାଲ ହୋଇକି ରହିଯାଇଛି l ଆଉ ଏହାର ଫାଇଦା ଉଠାଉଛନ୍ତି ବୁର୍ଲା ମେଡିକାଲରେ କାର୍ଯ୍ୟରତ କେତେକ ଦଲାଲ ଓ ପାଖରେ ଥିବା କିଛି ନର୍ସିଂହୋମ ମାଲିକ l ଗରିବ ରୋଗୀ ମରୁଛନ୍ତି ଓ ପରିବାର ଲୋକେ ସର୍ବଶାନ୍ତ ହେଉଛନ୍ତି l ଏହି ଭଳି ଗମ୍ଭୀର ପରିସ୍ଥିତିରୁ ଭୀମସାର ମେଡିକାଲକୁ ଉଦ୍ଧାର କରିବା ପାଇଁ କୋଶଲ କ୍ରାନ୍ତି ସେନା ପକ୍ଷରୁ ଅଭିନଵ ଉପାୟରେ ଏକ ପ୍ରତିବାଦ କରାଯାଇ ସମ୍ବଲପୁର ଜିଲ୍ଲାପାଳ ଓ ଭୀମସାର ମେଡିକାଲର ଅଧିକ୍ଷକ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି l

ଏହାବି ପଢନ୍ତୁ- ଭିମସାର ନିର୍ଦ୍ଦେଶକ ପଦ ପାଇଁ ବିଜ୍ଞପ୍ତି, ଏପ୍ରିଲ ୨୦ ସୁଦ୍ଧା କରନ୍ତୁ ଆବେଦନ

ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାର ବଡ ମେଡିକାଲ l ଏହି ମେଡିକାଲ କଲେଜ ପଶ୍ଚିମ ଓଡ଼ିଶାର 10 ଟି ଜିଲ୍ଲାର ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ଥାପିତ ହୋଇଥିଲା l ଏହା ପଶ୍ଚିମ ଓଡିଶା ତଥା ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡ ରାଜ୍ୟର ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ଓ ଆରୋଗ୍ୟର ମନ୍ଦିର ସଦୃଶ୍ୟ ଥିଲା l ତେବେ ବର୍ତ୍ତମାନ ଏହାର ସ୍ଥିତି ଏମିତି ହୋଇଛି ଯେ ଲୋକେ ଏହି ହସ୍ପିଟାଲ କୁ ଯିବାପାଇଁ ଭୟ କରୁଛନ୍ତି l ନିହାତି ଜରୁରୀ ନପଡିଲେ ଲୋକେ ଏଠାକୁ ଯାଉନାହାନ୍ତି l ଆଉ ଯେଉଁ ରୋଗୀ ମାନେ ଯାଉଛନ୍ତି ଏଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏମିତି ଅଭିଯୋଗ ଆଣିଛନ୍ତି କୋଶଲ କ୍ରାନ୍ତି ସେନା l ରାଜ୍ୟ ସରକାର ଙ୍କ ଅବହେଳା, ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ନୀରବତା ଓ ପ୍ରଶାସନିକ ଅପାରଗତା ଯୋଗୁଁ ବର୍ତମାନ ଏହି ମେଡିକଲ ସ୍ଥିତି ନକହିଲେ ଭଲ ବୋଲି କୋଶଲ କ୍ରାନ୍ତି ସେନା ପକ୍ଷରୁ ଅଭିଯୋଗ ହୋଇଛି l ରୋଗୀ ସେବା ପାଇଁ ଉଦ୍ଧିଷ୍ଟ ଏହି ମେଡିକାଲ ରେ ଥିବା ଏମଆରଆଇ ଓ ସିଟିସ୍କାନ ମେସିନ କାମ କରୁନାହିଁ l ଆଉ ଏହି ସବୁ ଯନ୍ତ୍ର ଗୁଡିକୁ ମେଡିକାଲ ର କିଛି ଅସାଧୁ ବ୍ୟକ୍ତି ଜାଣିଶୁଣି ଖରାପ କରିଦେଉଛନ୍ତି l ଯାହାଫଳରେ ରୋଗୀ ଘେରୋଇ ନର୍ସିଂହୋମ କୁ ଯାଇ ହଜାର ହଜାର ଟଙ୍କା ଖର୍ଚ କରୁଛନ୍ତି ଓ ଦଲାଲ ମାନେ ମାଲେମାଲ ହେଉଛନ୍ତି ବୋଲି ଅଭିଯୋଗ କରିଛି କୋଶଲ କ୍ରାନ୍ତି ସେନା l ଏହିଭଳି ସ୍ଥିତିରୁ ବୁର୍ଲା ମେଡିକଲକୁ ଉଦ୍ଧାର କରିବା ପାଇଁ ଆଜି କୋଶଲ କ୍ରାନ୍ତି ସେନା ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ ଓ ଭୀମସାର ମେଡିକାଲ ର ଅଧିକ୍ଷକ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l

କୋଶଲ କ୍ରାନ୍ତି ସେନାର ୨ ଜଣ ସଦସ୍ୟ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଦେହସାରା ବ୍ୟାଣ୍ଡେଜ କପଡା ଲଗାଇ ବୁର୍ଲା ମେଡିକାଲ ସ୍ଥିତି ବର୍ତମାନ ଏହିଭଳି ଥିବାର ପ୍ରଦର୍ଶିତ କରି ସାଂକେତିକ ପ୍ରତିବାଦ କରିଛନ୍ତି l ସେମାନେ ଏହି ପ୍ରତିବାଦ ଦ୍ଵାରା କହିଛନ୍ତି ଯେ ବର୍ତମାନ ଭୀମସାର ମେଡିକାଲ ସ୍ଥିତି ଏହିଭଳି ରୁଗ୍ଣ , ଅପାରଗ ଓ ପଙ୍ଗୁ ହୋଇଯାଇଛି l ଏଠାରେ ମୁଖ୍ୟତଃ ପଯ୍ୟାପ୍ତ ସଂଖ୍ୟକ ଆଇସିୟୁ ବେଡ଼ ନଥିବାରୁ ପ୍ରତ୍ୟେକ ଦିନ ରୋଗୀଙ୍କ ଜୀବନ ଯାଉଥିବାର ଅଭିଯୋଗ ଆଣିଛି କୋଶଲ କ୍ରାନ୍ତି ସେନା l ତେଣୁ ଯଥାଶୀଘ୍ର ଏହି ହସ୍ପିଟାଲର ସ୍ଥିତିକୁ ସୁଧାରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଭୀମସାର ମେଡିକାଲ ର ଅଧିକ୍ଷକ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି l ଏହାସହ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି କୋଶଲ କ୍ରାନ୍ତି ସେନା l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.