ETV Bharat / state

ପରୀକୁ ନ୍ୟାୟ ଓ କୃଷି ଆଇନ ନେଇ ଚାଷୀଙ୍କୁ ସଚେତନ କରିବ ବିଜେପି

author img

By

Published : Dec 15, 2020, 3:23 PM IST

ଆଗାମୀ ଦିନରେ ପରୀକୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପଦଯାତ୍ରା କରିବ ବିଜେପି । ଏନେଇ ଆଜି(ମଙ୍ଗଳବାର) ସମ୍ବଲପୁରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

କୃଷି ଆଇନ ନେଇ ଚାଷୀଙ୍କୁ ସଚେତନ କରିବ ବିଜେପି
କୃଷି ଆଇନ ନେଇ ଚାଷୀଙ୍କୁ ସଚେତନ କରିବ ବିଜେପି

ସମ୍ବଲପୁର: ପରୀକୁ ନ୍ୟାୟ ଦେବା ପାଇଁ ବିଜେପିର ପଣ । ଆଗାମୀ ଦିନରେ ପରୀକୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପଦଯାତ୍ରା କରିବ ବିଜେପି। ଏନେଇ ଆଜି(ମଙ୍ଗଳବାର) ସମ୍ବଲପୁରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

କୃଷି ଆଇନ ନେଇ ଚାଷୀଙ୍କୁ ସଚେତନ କରିବ ବିଜେପି

ଏହାସହ ଆସନ୍ତା ଡିସେମ୍ବର 22ରେ ବରଗଡ଼ ଜିଲ୍ଲାରେ କେନ୍ଦ୍ର କୃଷି ଆଇନ ସପକ୍ଷରେ ବିଜେପି ପକ୍ଷରୁ କୃଷକ ସମାବେଶ ହେବ ବୋଲି କହିଛନ୍ତି ସମୀର ମହାନ୍ତି। ଏହି ସମାବେଶ କୃଷି ଆଇନ ନେଇ ହେଉଥିବା ଅପପ୍ରଚାର ବାବଦରେ ଚାଷୀଙ୍କୁ ସଚେତନ କରିବ ବିଜେପି ।

ଏହାସହ ସମଗ୍ର ରାଜ୍ୟରେ ଚାଲିଥିବା ଧାନ କ୍ରୟ ଅବ୍ୟବସ୍ଥା ତଥା କଟନି ଛଟନିକୁ ରାଜ୍ୟ ସରକାର ବନ୍ଦ କରିବାକୁ ଦାବି କରୁଛି ବିଜେପି। ରାଜ୍ୟ ସରକାରଙ୍କ ସମଗ୍ର ବିଫଳତାକୁ ନେଇ ସାରା ରାଜ୍ୟରେ ବିଜେପି ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦିଆଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.