ସମ୍ବଲପୁର: ଝାରସୁଗୁଡାରେ ଗୋଟିଏ ପରିବାରର 5 ଜଣ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା । ଗତକାଲି ସକାଳୁ ଶ୍ରୀକାନ୍ତ ବିଶ୍ବାଳ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସକାଳୁ ସେହି ପରିବାରର ଆଉ 2 ଜଣ ଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ପିଙ୍କି ବିଶ୍ବାଳ ଓ ତାଙ୍କ ମା ପୁଷ୍ପବତୀ ବିଶ୍ବାଳ । ଏଭଳି ଭାବେ ଏହି ପରିବାରର ଜଣେ ପୁଅ, ମା ଓ ଜଣେ ଭଉଣୀଙ୍କ ମୃତ୍ୟୁ ହୋଇଛି ।
ସୂଚନାଥାଉକି ଗତ ସୋମବାର ବିଳମ୍ବିତ ରାତିରେ ଦୀର୍ଘ 2ବର୍ଷ କୋମାରେ ରହି ସାନଭାଇ ଦୀପକ ବିଶ୍ବାଳ ମୃତ୍ୟୁ ବରଣ କରିବା ପରେ ତାକୁ ସହି ନପାରି ମା, 3 ଭଉଣୀ ଓ ବଡ଼ ଭାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସମସ୍ତ ଅସୁସ୍ଥଙ୍କୁ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିଲା । ବର୍ତ୍ତମାନ ଏହି ପରିବାରର 3 ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଆଉ 2 ଭଉଣୀଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି । ମୁଖ୍ୟତଃ ଫିନାଇଲରେ ମାରାତ୍ମକ ପାରାକୁଏଟ କୀଟନାଶକ ମିଶାଇ ଏହି ପରିବାରର ସମସ୍ତେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଏପଟେ ବୁର୍ଲା ମେଡିକାଲର ଆବାସିକ ଡାକ୍ତର ଶଙ୍କର ରାମଚନ୍ଦନୀ ଏହି ଏହି ଘଟଣାରେ ଶୋକ ପ୍ରକଟ କରିଛନ୍ତି । ସେ ପୂର୍ବରୁ ଏହି ପାରାକୁଏଟକୁ ବ୍ୟାନ କରିବାକୁ ଆନ୍ଦୋଳନ କରିଆସୁଥିବା କଥା ଦୋହରାଇ ଏହାର ଭୟାବହତା ବିଷୟର କରିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ