ETV Bharat / state

ଭୀମସାରରେ ଚିକିତ୍ସିତ ଝାଡଖଣ୍ଡ ବିଧାୟକ, ଏୟାର ଆମ୍ବୁଲାନ୍ସରେ ତ୍ରୁଟି ଯୋଗୁଁ ହୋଇପାରିଲେନି ସ୍ଥାନାନ୍ତରଣ

author img

By

Published : Jun 18, 2023, 7:42 AM IST

ଏୟାର ଆମ୍ବୁଲାନ୍ସରେ ତ୍ରୁଟି ଯୋଗୁଁ ଚେନ୍ନାଇ ସ୍ଥାନାନ୍ତରଣ ହୋଇପାରିଲେ ନାହିଁ ଅସୁସ୍ଥ ଝାଡଖଣ୍ଡ ବିଧାୟକ ଷ୍ଟିଫେନ ମାରାଣ୍ଡି । ଅଧିକ ପଢନ୍ତୁ

ଝାଡଖଣ୍ଡ ବିଧାୟକ ଷ୍ଟିଫେନ ମାରାଣ୍ଡି ବୁର୍ଲା ଭୀମସାରେ ଚିକିତ୍ସିତ
jharkhand mla stephen marandi admitted in burla

ସମ୍ବଲପୁର: ଝାଡଖଣ୍ଡ ବିଧାୟକ ତଥା ରାଜ୍ୟର ପୂର୍ବତନ ବାଚସ୍ପତି ଷ୍ଟିଫେନ ମାରାଣ୍ଡି ଅସୁସ୍ଥ ଥିବାରୁ ସମ୍ବଲପୁର ବୁର୍ଲାରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ଠାରୁ ଅସୁସ୍ଥ ହୋଇ ସେ ବୁର୍ଲା ଭିମସାର ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଅଧିକ ଚିକିତ୍ସା ପାଇଁ ପାଇଁ ତାଙ୍କୁ ଶନିବାର ଚେନ୍ନାଇ ସ୍ଥାନାନ୍ତରରଣ କରିବାକୁ ଭୀମସାର ଡାକ୍ତର ପରାମର୍ଶ ଦେଇଥିଲେ । ସମ୍ବଲପୁର ଜମାଦାର ପାଲିକୁ ଏକ ହେଲିକପ୍ଟର ଏୟାର ଆମ୍ବୁଲାନ୍ସ ଆସିଥିଲା । ମାତ୍ର ଏୟାର ଆମ୍ବୁଲାନ୍ସରେ ଟେକ୍ନିକାଲ ତ୍ରୁଟି ହେବାରୁ ତାହା ଫେରି ଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଷ୍ଟିଫେନ ମାରାଣ୍ଡିଙ୍କୁ ଉତ୍ତମ ଚିକିତ୍ସା ଦେବା ପାଇଁ ଚେନ୍ନାଇ ସ୍ଥାନାନ୍ତରଣ କରିବାକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାହୁଁଥିଲା । ଏନେଇ ଏକ ହେଲିକପ୍ଟର ଏୟାର ଆମ୍ବୁଲାନ୍ସ ସମ୍ବଲପୁର ଜମାଦାର ପାଲିକୁ ଆସିଥିଲା । ଟେକ୍ନିକାଲ ତ୍ରୁଟି ଯୋଗୁଁ ଏୟାର ଆମ୍ବୁଲାନ୍ସ ହେଲିକାପ୍ଟରଟି ଫେରିଯାଇଛି । ଆସନ୍ତାକାଲି (ରବିବାର) ଏହି ଏୟାର ଆମ୍ବୁଲାନ୍ସ ହେଲିକପ୍ଟର ପୁଣି ଆସିବାର ସମ୍ଭାବନା ରହିଛି । ବୁର୍ଲା ଭୀମସାର ମେଡିକାଲର ଆଇସିୟୁରେ ଷ୍ଟିଫେନ ମାରାଣ୍ଡି ଚିକିତ୍ସିତ ହୋଉଛନ୍ତି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ଏହା ବି ପଢନ୍ତୁ...ଝାଡ଼ଖଣ୍ଡର ବିଧାୟକ ଷ୍ଟିଫେନ ମାରାଣ୍ଡି ଅସୁସ୍ଥ, ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି

ଏହା ବି ପଢନ୍ତୁ...ଆଶ୍ଚର୍ଯ୍ୟ ନା ବାଚାଳାମୀ ! ପୁନର୍ଜନ୍ମ ପାଇଥିବା ଦାବି କରୁଛି ନାବାଳକ

ଝାରଖଣ୍ଡ ରାଜ୍ୟର ବିଧାୟକ ତଥା ପୂର୍ବତନ ବାଚସ୍ପତି ଷ୍ଟିଫେନ ମାରାଣ୍ଡି ଗୁରୁତର ଅବସ୍ଥାରେ ଶୁକ୍ରବାର ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଟ୍ରେନରେ ଯାତ୍ରା କରୁଥିବା ବେଳେ ଗୁରୁତର ଅସୁସ୍ଥ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବଲାଙ୍ଗୀର ରେଳଷ୍ଟେସନରେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଗତକାଲି (ଶନିବାର) ବିଳମ୍ବିତ ରାତିରେ ତାଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ସେ ଶୁକ୍ରବାର ଭେଲୋରରୁ ଝାରଖଣ୍ଡ ଟ୍ରେନ ଯୋଗେ ଯାଉଥିଲେ । ଅଚାନକ ଅସୁସ୍ଥ ହୋଇପଡିଥିଲେ । ବଲାଙ୍ଗୀର ରେଳ ଷ୍ଟେସନରୁ ତାଙ୍କୁ ଶୀଘ୍ର ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେପଟେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗିରିଜା ଉଦ୍ଗାତାଙ୍କ ନେତୃତ୍ୱରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ତାଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ପ୍ରାଥମିକ ଚିକିତ୍ସା ଦିଆଯାଇ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବିଧାୟକ ଷ୍ଟିଫେନ୍ ମାରାଣ୍ଡିଙ୍କ ସହ ତାଙ୍କର ଝିଅ ଥିବା ଜଣାପଡ଼ିଛି । ଶନିବାର ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଚେନ୍ନାଇ ସ୍ଥାନାନ୍ତରଣ କରିଯିବାର ଥିଲା ମାତ୍ର ଏୟାର ଆମ୍ବୁଲାନ୍ସରେ ତ୍ରୁଟି ଯୋଗୁଁ ଷ୍ଟିଫେନ ମାରାଣ୍ଡିଙ୍କୁ ଏୟାରଲିପ୍ଟ କରାଯାଇ ପାରିନଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.