ETV Bharat / state

୧୩ ଦଫା ଦାବିରେ ଜେସିବି ଚାଳକଙ୍କ ଆନ୍ଦୋଳନ - ୧୩ ଦଫା ଦାବିରେ ଜେସିବି ଚାଳକଙ୍କ ଆନ୍ଦୋଳନ

ଜେସିବି ଚାଳକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଶନିବାର ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଅଧିକ ପଢନ୍ତୁ

୧୩ ଦଫା ଦାବିରେ ଜେସିବି ଚାଳକଙ୍କ ଆନ୍ଦୋଳନ
୧୩ ଦଫା ଦାବିରେ ଜେସିବି ଚାଳକଙ୍କ ଆନ୍ଦୋଳନ
author img

By

Published : Oct 16, 2022, 11:39 AM IST

ସମ୍ବଲପୁର: ସମ୍ବଲପୁରରେ ଜେସିବି ଚାଳକଙ୍କ ଆନ୍ଦୋଳନ । ଜେସିବି ଚାଳକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଶନିବାର ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଆନ୍ଦୋଳନକାରୀମାନେ ଏକ ଶୋଭାଯାତ୍ରା କରାଯିବା ସହ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଶନିବାର ପଶ୍ଚିମ ଓଡିଶା ଜେସିବି ଚାଳକ ସଙ୍ଘ ପକ୍ଷରୁ ଜେସିବି ଚାଳକ ମାନଙ୍କ ବିଭିନ୍ନ ସମସ୍ୟା ନେଇ ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଶୋଭାଯାତ୍ରା ସମ୍ବଲପୁର ପାନ୍ଥ ନିବାସରୁ ବାହାରି ଭିଏସଏସ ମାର୍ଗ, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର ଦେଇ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଆନ୍ଦୋଳନକାରୀ ମାନେ ପ୍ରତିବାଦର ନାରା ଦେଇଥିଲେ । ଏହା ପରେ ଆରଡ଼ିସିଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ 13 ଦଫା ଦାବି ପତ୍ର ପ୍ରଦାନ କରିଥିଲା ।

୧୩ ଦଫା ଦାବିରେ ଜେସିବି ଚାଳକଙ୍କ ଆନ୍ଦୋଳନ
ସମ୍ବଲପୁର ଜିଲ୍ଲାରେ ଜେସିବି ଚଳାଉଥିବା ସମସ୍ତ ଜେସିବି ଚାଳକଙ୍କ ଲାଇସେନ୍ସ ବାଧ୍ୟତାମୂଳକ କରାଯିବା, ସମସ୍ତ ଜେସିବି ଚାଳକଙ୍କ ଡ୍ୟୁଟି ସମୟସୀମା 8 ଘଣ୍ଟା କରାଯିବା, ଚାଳକମାନଙ୍କୁ ଗୋଟିଏ ମାସରେ ଅତି କମରେ 3 ଟି ଛୁଟି ଦିଆଯିବା, ଚାଳକ ମାନଙ୍କ ଦରମା ପ୍ରତିମାସ 1 ରୁ 10 ତାରିଖ ମଧ୍ୟରେ ଆକାଉଣ୍ଟ ଜରିଆରେ ଦିଆଯିବା ପରି 13 ଟି ପ୍ରମୁଖ ଦାବି ଉଲ୍ଲେଖ କରିଥିଲେ ଜେସିବି ଚାଳକଙ୍କ ଆନ୍ଦୋଳନକାରୀ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.