ସମ୍ବଲପୁର: ଚଳିତ ପଞ୍ଚାୟତ ନିର୍ବାଚନ ପଳାଫଳରେ ସମ୍ବଲପୁର ଜିଲ୍ଲାରେ ବିଜେପିର ସ୍ଥିତି ଅତି ଶୋଚନୀୟ ରହିଛି । ଏଭଳି ପରିସ୍ଥିତିରେ ନିର୍ବାଚନ ଫଳାଫଳ ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ସେ ପରାଜୟକୁ ସ୍ୱୀକାର କରିବା ସହ ଜନତା ଆମକୁ ଏକ ଶିକ୍ଷା ଦେଇଛି ବୋଲି କହିଛନ୍ତି । ଆଉ ଜନତା ଠାରୁ ଶିକ୍ଷା ପାଇ ଆଗକୁ ତ୍ରୁଟି ସୁଧାରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।
ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ପ୍ରଚାର ମୈଦାନରେ ବିଳମ୍ବରେ ଓହ୍ଲାଇଥିବା ଯୋଗୁଁ ବିଜେପି ବ୍ୟାକଫୁଟରେ ରହିଲା ବୋଲି ସେ କହିଛନ୍ତି । ତେବେ କମ ସଂଖ୍ୟକ ସିଟ ଜିତିଥିଲେ ମଧ୍ୟ ବିଜେପି ଏଥର 33 ପ୍ରତିଶତ ଭୋଟ ପାଇଥିବା ସେ କହିଛନ୍ତି । କେତେକ ଦଳୀୟ କର୍ମୀଙ୍କ ମନ ଭିତରେ ଅଭିମାନ ଥିବାବେଳେ ସେମାନଙ୍କୁ ମନେଇବା ପାଇଁ ସମୟ ମିଳିନଥିଲା ବୋଲି ସେ କହିଛନ୍ତି । ଏହାସହ ଶାସକ ଦଳ ପାଖରେ ପ୍ରଚୁର ଅର୍ଥବଳ ଥିବାବେଳେ ବିଜେପି ପାଖରେ ସେଭଳି ଅର୍ଥବଳ ନଥିଲା ବୋଲି ସେ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ