ETV Bharat / state

ଭିସୁଟ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ନମିଳିଲେ ବିଧାନସଭାରେ ଉଠିବ କହିଲେ ବିରୋଧୀ ଦଳ ନେତା - ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ଘଟଣା । ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର। ଅଧିକ ପଢନ୍ତୁ

chinamayi priyadarshini death case
chinamayi priyadarshini death case
author img

By

Published : Mar 3, 2023, 5:40 PM IST

Updated : Mar 3, 2023, 8:15 PM IST

jaya narayan mishra reaction

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟର ଛାତ୍ରୀ ଚିନ୍ମୟୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା । ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । ବର୍ତ୍ତମାନ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ହେଲେ ଏହାକୁ ନେଇ ମୃତକଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ତଦନ୍ତ ଉପରେ ସନ୍ଦେହ କରୁଛନ୍ତି । ତେଣୁ ପୋଲିସର ତଦନ୍ତ ନିରପେକ୍ଷ ହେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର।

ଏହାଛଡା ସମ୍ବଲପୁର ଏସପି ବତୁଲା ଗଙ୍ଗାଧରଙ୍କ ସହ ଆଲୋଚନା କରିଥିବା କହିଛନ୍ତି ବିରୋଧୀ ଦଳର ନେତା । ତେବେ ତଦନ୍ତ ସଠିକ ଭାବେ ନ ହେଲେ ବିଧାନସଭାରେ ଏନେଇ ପ୍ରଶ୍ନ କରିବେ ବୋଲି କହିଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ପୋଲିସ ପାଖରେ ଅଟକ ଥିବା ମୁଖ୍ୟ ସନ୍ଦିଗ୍ଧ ଙ୍କ ବାପା ଜଣେ ପ୍ରଭାଵଶାଳୀ ବ୍ୟକ୍ତି ହୋଇଥିବାର ଅଭିଯୋଗ ହୋଇଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରି ନ ଥିବାରୁ ପୋଲିସ ର ତଦନ୍ତ ଉପରେ ପ୍ରଶବାଚୀ ସୃଷ୍ଟି ହୋଇଛି।

ତେଣୁ ରାଜ୍ୟରେ ଆଇନ ସବୁବେଳେ ଅବାଟରେ ଯିବା ସହ ପ୍ରଭାଵଶାଳୀ ଲୋକଙ୍କ ପ୍ରଭାବ ରେ ଆଇନ ସବୁବେଳେ ଦିଗହରା ହେଉଛି ବୋଲି କହିଛନ୍ତି ଜୟ ନାରାୟଣ l ତେବେ ମୃତ ଛାତ୍ରୀଙ୍କୁ ନ୍ୟାୟ ନ ମିଳିଲେ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିରୋଧୀ ଦଳର ନେତା l ସେହିପରି ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ର ହସ୍ତଗତ ହୋଇଥିଲେ ମଧ୍ୟ ପୋଲିସ ଏନେଇ କୌଣସି ମୁହଁ ଖୋଲି ନାହିଁ l ତେବେ ବିଶ୍ବସ୍ଥ ସୂତ୍ର ରୁ ମିଳିଥିବା ସୂଚନା ଅନୁସାରେ ପାଣିରେ ବୁଡି ଯୁବତୀ ଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ରେ ଉଲ୍ଲେଖ ରହିଛି l ଅନ୍ୟପଟେ ଏହି ଘଟଣା ର ଲିଙ୍କ ଭୁବନେଶ୍ୱର, ସୋନପୁର ଓ ବଲାଙ୍ଗୀର ସହ ଥିବାରୁ ପୋଲିସ 3 ଟି ଟିମ ଗଠନ କରିଛି l ଏହା ସହ ସମ୍ପୂର୍ଣ୍ଣ ତଦନ୍ତ ସରିବାକୁ ଆଉ 4 ଦିନ ଲାଗିପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛିl

ସୂଚନା ମୁତାବକ, ଗତକାଲି ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ l ସେ କହିଥିଲେ ଯେ ବର୍ତ୍ତମାନ ଘଟଣା ସ୍ଥଳରେ ମିଳିଥିବା ପ୍ରମାଣ, ଟେକ୍ନିକାଲ ଏଭିଡେଂସ କୁ ଆଧାର କରି ପ୍ରାରମ୍ଭିକ ତଦନ୍ତ ଜାରି ରହିଛି l ସିକ୍ବେନ୍ସ ଅଫ ଇଭେଣ୍ଟ କୁ ଆଧାର କରି ପୋଲିସ ର ତଦନ୍ତ ହେବା ସହ CRPC କୁ ଆଧାର କରି ତଦନ୍ତ ଜାରି ରହିଛି ତେଣୁ ଏଥିରେ ସମୟ ଲାଗିବ ବୋଲି ଆଇଜି କହିଥିଲେ l

ସମ୍ବଲପୁର ଜିଲ୍ଲା ବୁର୍ଲା ସହର ରେ ଗତ ମଙ୍ଗଳବାର ଦିନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଥିଲା। ଏଥିରେ ଯୋଗ ଦେବାକୁ ଆସିଥିବା ଚିନ୍ମୟୀ ପ୍ରିୟଦର୍ଶିନୀ ମଙ୍ଗଳବାର ରାତି ପ୍ରାୟ 10 ଟା ସମୟରେ ନିଜର ଜଣେ ବନ୍ଧୁ ଙ୍କ ସହ ବାଇକ ରେ ପାୱାର ଚାନେଲ ଆଡକୁ ବୁଲିବାକୁ ଆସିଥିଲେ l ତେବେ ଚିନ୍ମୟୀ ଅଚାନକ ପାୱାର ଚାନେଲ ର ଗଭୀର ପାଣିକୁ ଡେଇଁ ପଡ଼ିଥିଲେ ବୋଲି ଚର୍ଚ୍ଚା ହୋଇଥିଲା l ଏନେଇ ତାଙ୍କର ବନ୍ଧୁ ଭିସୁଟ କତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ l ଏହା ପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ ତେବେ କୌଣସି ଖୋଜ ଖବର ମିଳିନଥିଲା l ସେଦିନ ରାତି 10 ଟା ପର୍ଯ୍ୟନ୍ତ ଖୋଜା ଖୋଜି ଜାରି ରହିଥିଲା l ପୁଣି ପରବର୍ତ୍ତୀ ଦିନ ଅର୍ଥାତ ବୁଧବାର ଦିନ ସକାଳୁ ଖୋଜା ଖୋଜି ଆରମ୍ଭ କରିବା ପରେ ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ଙ୍କ ମୃତଦେହ ଉଦ୍ଧାର କରିଥିଲେ l

ଇଟିଭି ଭାରତ, ସମ୍ବଲପୁର

Last Updated : Mar 3, 2023, 8:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.