ETV Bharat / state

ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଯନ୍ତ୍ରୀଙ୍କୁ ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି

ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଯନ୍ତ୍ରୀଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି । ଏନେଇ ଧନୁପାଲି ଥାନା ଘେରାଉ କରିଲେ ଜଳ ସାଥି ସଂଘ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 11, 2023, 7:44 AM IST

Jalsathi union protest
Jalsathi union protest
Jalsathi union protest

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ବୁକ୍ସ ହିଲ ସ୍ଥିତ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଯନ୍ତ୍ରୀଙ୍କୁ ମାଡ଼ ଘଟଣା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସପି ଅଫିସ ଘେରିଲା ଜଳ ସାଥି ସଂଘ l

ସୂଚନା ମୁତାବକ, ଗତ କିଛି ଦିନ ତଳେ ଜନ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାଳୟକୁ କେତେକ ମହିଳା ଅଭିଯୋଗ କରିବାକୁ ଯାଇଥିଲେ । ସେହି ସମୟରେ କୌଣସି କାରଣରୁ ଯୁକ୍ତିତର୍କ ହେବାରୁ କେତେକ ମହିଳା ଜନ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା l ସେତେବେଳେ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ଏହି ଘଟଣାରେ 4 ଜଣଙ୍କୁ ଗିରଫ ମଧ୍ୟ କରିଥିଲା l ହେଲେ ମୁଖ୍ୟ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ପୋଲିସ ଧରି ପାରିନଥିଲା ।

ଏହା ମଧ୍ୟ ପଢନ୍ତୁ- ନିୟମଗିରି ସୁରକ୍ଷା କମିଟି ପକ୍ଷରୁ ଥାନା ଘେରାଉ, 2 ଯୁବକଙ୍କୁ ପୋଲିସ ଉଠାଇ ନେବାକୁ ବିରୋଧ

ଏହା ମଧ୍ୟ ପଢନ୍ତୁ- ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା ଘଟଣା, ତଦନ୍ତ ଦାବିରେ ଥାନା ଘେରାଉ କଲେ ଅଞ୍ଚଳବାସୀ

ଯାହାକୁ ନେଇ ଗତକାଲି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି ନେଇ ଜଳ ସାଥି ସଂଘର ସଦସ୍ୟମାନେ ଧନୁପାଲି ଥାନା ଘେରାଉ କରିଥିଲେ । ଏଥି ସହ ସମ୍ବଲପୁର ଏସପି ଅଫିସ ଘେରାଉ କରି ଏସପିଙ୍କ ସହ ଆଲୋଚନା କରିଛନ୍ତି l ତେବେ ଗତ 4 ତାରିଖରେ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ କାନିଜୁରୀ ଅଞ୍ଚଳର କେତେକ ମହିଳା ପାନୀୟ ଜଳ ସମସ୍ୟା ନେଇ PHD କାର୍ଯ୍ୟାଳୟକୁ ଯାଇଥିବା ବେଳେ ଏମିତି ଗଣ୍ଡଗୋଳ ହୋଇଥିଲା l ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଆଜି ପର୍ଯ୍ୟନ୍ତ ଗିରଫ କରି ନ ଥିବା ଅଭିଯୋଗ କରି ଜଳ ସାଥିମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଯଥାଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଯଦି ଉପରିସ୍ଥ ଅଧିକାରୀ ମାଡ଼ ଓ ଆକ୍ରମଣର ଶିକାର ହେଉଛନ୍ତି ତେବେ ଆଗାମୀ ଦିନରେ ଜଳ ସାଥିମାନେ ମଧ୍ୟ ଆକ୍ରମଣର ଶିକାର ହୋଇ ପାରନ୍ତି ତେଣୁ ଯଥାଶୀଘ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ ଜଳ ସାଥିମାନେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.