ETV Bharat / state

Sambalpur Violence: ଆଉ 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

author img

By

Published : Apr 17, 2023, 9:57 AM IST

ସମ୍ବଲପୁରରେ ପୁଣି ବନ୍ଦ ହେଲା ଇଣ୍ଟରନେଟ ସେବା । ଆସନ୍ତାକାଲି(ମଙ୍ଗଳବାର) ସକାଳ 10ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ । ଅଧିକ ପଢନ୍ତୁ

Etv Bharat
Etv Bharat

ସମ୍ବଲପୁର: ହନୁମାନ ଜୟନ୍ତୀ ଗଣ୍ଡଗୋଳ ଘଟଣା । ପୁଣି ସମ୍ବଲପୁରରେ 24 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା । ଫେସବୁକ, ଟ୍ବିଟର, ହ୍ବାଟ୍ସଆପ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲାଗିଛି । ଆଜି ସକାଳ 10ଟାରୁ ଆସନ୍ତାକାଲି ସକାଳ 10ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । ଗତ ଏପ୍ରିଲ 15 ତାରିଖରେ ଦ୍ବିତୀୟ ଥର ପାଇଁ 48 ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା । ଯାହା ଆଜି ଶେଷ ହେବାକୁ ଥିବା ବେଳେ ପୁଣି ଇଣ୍ଟରନେଟ ସେବାକୁ ଆସନ୍ତାକାଲି(ମଙ୍ଗଳବାର) ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ସୋସିଆଲମିଡିଆ ଅପବ୍ୟବହାର ଆଶଙ୍କାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।

ଗତ 12 ତାରିଖରେ ସମ୍ବଲପୁର ଧନୁପାଲି ଛକରୁ ଏକ ବାଇକ ଶୋଭାଯାତ୍ରା ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଥିଲା । ଏହି ଘଟଣାକୁ ନେଇ ସମ୍ବଲପୁର ଅଶାନ୍ତ ହୋଇପଡିଥିଲା । 144 ଧାରା ଲଗାଯିବା ସହ ପର ଦିନ ଇଣ୍ଟରନେଟ ସେବାକୁ 48 ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ଗତ 4ଦିନ ହେଲା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଅନ୍ୟପଟେ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିଛି ।

ଗତ 14 ତାରିଖ ଦିନ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିବା ବେଳେ ସହରର କେତେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ହୋଇଥିଲା । ତେଣୁ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପର ଦିନ ଜିଲ୍ଲାର 6ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିଲା । ଉପଜିଲ୍ଲାପାଳ ଏନେଇ ସୂଚନା ଦେଇଥିଲେ । ସମ୍ବଲପୁର ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠା ପାଲି ଓ ସଦର ଥାନା, ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ଏବେ ବି ବଳବତ୍ତର ରହିଛି । ଗତକାଲି(ରବିବାର) ସମ୍ବଲପୁର ଯାଇ ସ୍ଥିତି ସମୀକ୍ଷା କରିଥିଲେ ପୋଲିସ ଡିଜି ସୁନୀଲ ବଂଶଲ ।

ପ୍ରଥମେ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ହୋଇଥିଲା । ପୋଲିସ ଡିଜିଙ୍କ ସହ ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏଥିରେ ସାମିଲ ହୋଇଥିଲେ । ଏହାପରେ ହିଂସାକାଣ୍ଡ ଘଟିଥିବା ସ୍ଥାନ ଓ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକର ସ୍ଥାନ ନିରୀକ୍ଷଣ କରାଯାଇଥିଲା । ଏହାପରେ ପୋଲିସ ଡିଜି ଗଣମାଧ୍ୟମକୁ କହିଥିଲେ, ''ସହରରେ ସ୍ଥିତି ସୁଧୁରିଲେ କର୍ଫ୍ୟୁ ହଟିବ, ଏନେଇ ଦୁଇଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ଅପ୍ରୀତିକର ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଡିଜି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.