ETV Bharat / state

ସମ୍ବଲପୁରରେ ଆଉ 48 ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ, କାମ କରିବ ବ୍ରଡ ବ୍ୟାଣ୍ଡ

ହନୁମାନ ଜୟନ୍ତୀରେ ଗଣ୍ଡଗୋଳ ଘଟଣା । ସମ୍ବଲପୁରରେ ପୁଣି 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ଅଧିକ ପଢନ୍ତୁ

author img

By

Published : Apr 20, 2023, 9:21 AM IST

Updated : Apr 20, 2023, 9:34 AM IST

internet suspended
internet suspended

ସମ୍ବଲପୁର: ଜିଲ୍ଲାରେ ପୁଣି 48 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା । ଆସନ୍ତା 22 ତାରିଖ ସକାଳ 10ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । କିନ୍ତୁ ପୁରା ଜିଲ୍ଲାରେ ବ୍ରଡ ବ୍ୟାଣ୍ଡ ଓ ଲିଜ ଲାଇନ କାମ କରିବ । ଏହି ଦୁଇ ଦିନ ସକାଳ 10ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ କାମ କରିବ ବ୍ରଡ ବ୍ୟାଣ୍ଡ ଓ ଲିଜ୍‌ ଲାଇନ । ହନୁମାନ ଜୟନ୍ତୀରେ ଗଣ୍ଡଗୋଳ ଘଟଣା ପରେ ଜିଲ୍ଲାରେ କ୍ରମଶଃ ଇଣ୍ଟରନେଟ ସେବା ଉପରେ କଟକଣା ଲାଗି ରହିଛି । ବୁଧବାର 24 ଘଣ୍ଟା ପାଇଁ ଏହି ସେବାକୁ ବନ୍ଦ କରାଯାଇଥିବା ବେଳେ ଆଜି 10ଟାରେ ଶେଷ ହେବାକୁ ଥିଲା । ତେବେ ଶେଷ ହେବା ପୂର୍ବରୁ ପୁଣି 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।

ତେବେ ସମ୍ବଲପୁରରେ ଧିରେ ଧିରେ ସ୍ଥିତିରେ ସୁଧାର ଆସିବା ପରିଲକ୍ଷିତ ହେଉଛି । ତେଣୁ କର୍ଫ୍ୟୁ ସାମାନ୍ୟ କୋହଳ କରାଯାଇଛି । ବୁଧବାର ଜିଲ୍ଲାପ୍ରଶାସନ ପକ୍ଷରୁ ସକାଳ 7 ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା । ଘର ବାହାରକୁ ଆସି ଆତ୍ୟାବଶ୍ୟକ ସାମଗ୍ରୀ କିଣିଥିଲେ ଲୋକେ । ବୁଧବାର ବିଶ୍ବ ହିନ୍ଦୁ ପରିଷଦ ତରଫରୁ ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରରେ 46 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପ୍ରମୁଖ ଛକ ଓ ଗଳି ଗୁଡିକରେ ପୋଲିସ ହୋଇଥିବା ବେଳେ ରାସ୍ତାରେ ଯାଉଥିବା ବିଭିନ୍ନ ବାଇକ ଓ ଗାଡି ଗୁଡିକର ଯାଞ୍ଚ କରାଯାଉଥିଲା ।

ହନୁମାନ ଜୟନ୍ତୀ ପୂର୍ବରୁ ଗତ 12 ତାରିଖରେ ଧନୁପାଲି ଛକରୁ ଏକ ବାଇକ ଶୋଭାଯାତ୍ରା ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ଘଟଣାକୁ ନେଇ ସମ୍ବଲପୁରରେ 144 ଧାରା ଲାଗୁ କରାଯାଇ ଗତ 13 ତାରିଖରେ ଇଣ୍ଟରନେଟ ସେବାକୁ 48 ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ପୁଣି ହନୁମାନ ଜୟନ୍ତୀରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ଘଟିବାରୁ ପୁଣି ଥରେ 15 ତାରିଖ ଦିନ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା । ଏହାପରେ 17 , 18 ଓ 19 ତାରିଖରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା । ଧନୁପାଲି ଥାନା, ସମ୍ବଲପୁର ଟାଉନ ଥାନା, କ୍ଷେତରାଜପୁର ଥାନା, ଅଇଁଠା ପାଲି ଓ ସଦର ଥାନା, ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ଏବେ ବି ବଳବତ୍ତର ରହିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Apr 20, 2023, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.