ETV Bharat / state

Hanuman Jayanti Violence: ଆଉ 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ - ହନୁମାନ ଜୟନ୍ତୀ ଗଣ୍ଡଗୋଳ

ସମ୍ବଲପୁରରେ ପୁଣି 24 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ

Hanuman Jayanti Violence
Hanuman Jayanti Violence
author img

By

Published : Apr 19, 2023, 9:19 AM IST

Updated : Apr 19, 2023, 9:39 AM IST

ସମ୍ବଲପୁର: ହନୁମାନ ଜୟନ୍ତୀ ଗଣ୍ଡଗୋଳ ଘଟଣାରେ ହଟୁନି କଟକଣା । ହିଂସା ଥମିଥିଲେ ବି କଫ୍ୟୁ ବଳବତ୍ତର ରହିଛି । ପୁଣି 24 ଘଣ୍ଟା ପାଇଁ ବନ୍ଦ ହେଲା ଇଣ୍ଟରନେଟ ସେବା । ଆସନ୍ତାକାଲି ଦିନ 10 ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି । ଫେସବୁକ, ଟ୍ବିଟର, ହ୍ବାଟ୍ସଆପ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲାଗିଛି । ଗତକାଲି(ମଙ୍ଗଳବାର) 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିବା ବେଳେ ତାହା ଆଜି ଶେଷ ହେବାକୁ ଥିଲା । ଏହା ପୂର୍ବରୁ ପୁଣି ଆସନ୍ତାକାଲି(ଗୁରୁବାର) 10ଟା ପର୍ଯ୍ୟନ୍ତ ଏହି ସେବାରୁ ବନ୍ଦ କରାଯାଇଛି ।

ଗତ ୧୨ ତାରିଖରେ ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରାରୁ ସୃଷ୍ଟି ହୋଇଥିବା ଗଣ୍ଡଗୋଳକୁ ନେଇ ଏବେ ଚର୍ଚ୍ଚାରେ ରହିଛି ସମ୍ବଲପୁର । ବାଇକ ଶୋଭାଯାତ୍ରା ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଥିଲା । ଏହି ଘଟଣାକୁ ନେଇ ସମ୍ବଲପୁର ଅଶାନ୍ତ ହୋଇପଡିଥିବା ବେଳେ 144 ଧାରା ଲାଗୁ କରାଯାଇଥିଲା । ଏହାସହ ପରିସ୍ଥିତିରେ ସୁଧାର ଆଣିବା ପାଇଁ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା ।

ଏହାପରେ ଗତ 14 ତାରିଖ ଦିନ ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିଲା । ଏହି ସମୟରେ ସହରର କେତେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ହୋଇଥିଲା । ତେଣୁ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପର ଦିନ ଜିଲ୍ଲାର ସମ୍ବଲପୁର ଟାଉନ ଥାନା, ଅଇଁଠା ପାଲି, ଧନୁପାଲି ଥାନା, କ୍ଷେତରାଜପୁର ଥାନା ସଦର ଥାନା ଓ ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଥିଲା । ଏହାପରେ ପୁଣି ଥରେ 15 ତାରିଖ ଦିନ ଦିନ 48 ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଥିଲା ।

ତେବେ ଏହାପର ଠାରୁ କ୍ରମାଗତ ଭାବେ ଇଣ୍ଟରନେଟ ସେବା କଟକଣାକୁ 24 ଘଣ୍ଟା ଲେଖାଏଁ ବୃଦ୍ଧି କରାଯାଉଛି । ଗତକାଲି 24 ଘଣ୍ଟା ପାଇଁ କଟକଣା ଘୋଷଣା କରାଯାଇଥିବା ବେଳେ ଆଜି ଏହାର ଅବଧି ଶେଷ ହେବାକୁ ଥିଲା । ତେବେ ଏହା ପୂର୍ବରୁ ଗୃହ ବିଭାଗ ପକ୍ଷରୁ ପୁଣି ଥରେ ଅବଧିକୁ ବୃଦ୍ଧି କରାଯାଇଛି । ପୁଣି 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।

ଅନ୍ୟପଟେ, ହିଂସା ଥମିଥିବା ବେଳେ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି । ପ୍ରଶାସନ ପକ୍ଷରୁ ଶାନ୍ତି ଫେରାଇ ଆଣିବା ପାଇଁ ଲୋକମାନଙ୍କୁ ନେଇ ବୈଠକ କରାଯାଉଛି । ଗତକାଲି(ମଙ୍ଗଳବାର) ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟ ବିଭିନ୍ନ ସଂପ୍ରଦାୟର ଲୋକଙ୍କ ସହ ଆଲୋଚନା କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated : Apr 19, 2023, 9:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.