ETV Bharat / state

ସମ୍ବଲପୁରରେ ବଢୁଛି ଏଡସ୍‌ ରୋଗୀଙ୍କ ସଂଖ୍ୟା, ସଚେତନତା ଜରୁରୀ - ବିଶ୍ୱ ଏଡସ ଦିବସ

AIDS Patient Increase: ସମ୍ବଲପୁର ଜିଲ୍ଲାରେ ବଢ଼ିବାରେ ଲାଗିଛି ଏଡସ ରୋଗୀଙ୍କ ସଂଖ୍ୟା । ରାଜ୍ୟରେ 60886 ଜଣ ଏଡସ ରୋଗୀ ଚିହ୍ନଟ । 47390 ଜଣ ରୋଗୀ ART ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ସମ୍ବଲପୁର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ 4697 ଜଣ ରୋଗୀ ଚିହ୍ନଟ । ଆଗକୁ ପଢ଼ନ୍ତୁ

ବଢ଼ିବାରେ ଲାଗିଛି ଏଡସ
ବଢ଼ିବାରେ ଲାଗିଛି ଏଡସ
author img

By ETV Bharat Odisha Team

Published : Dec 1, 2023, 4:27 PM IST

ବଢ଼ିବାରେ ଲାଗିଛି ଏଡସ

ସମ୍ବଲପୁର: ଆଜି ହେଉଛି ବିଶ୍ୱ ଏଡସ ଦିବସ l ଏଡସ୍‌ ରୋଗ ବିରୋଧରେ ସଚେତନତା ପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧ ତାରିଖର ବିଶ୍ବ ଏଡସ୍‌ ଦିବସ ପାଳନ କରାଯାଉଛି । ତଥାପି କେତେକ ଜିଲ୍ଲାରେ ଏଡସ୍‌ ରୋଗୀଙ୍କ ସଂଖ୍ୟା ବଢିପାରେ ଲାଗିଛି । ସେ ମଧ୍ୟରେ ରହିଛି ସମ୍ବଲପୁର ଜିଲ୍ଲା । ରାଜ୍ୟରେ 60886 ଜଣ ଏଡସ ରୋଗୀ ଚିହ୍ନଟ । 47390 ଜଣ ରୋଗୀ ART ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ସମ୍ବଲପୁର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ 4697 ଜଣ ରୋଗୀ ଚିହ୍ନଟ । ଏମାନଙ୍କ ମଧ୍ୟରୁ 262 ଜଣଙ୍କୁ ଉଭୟ ଏଡସ ଓ ଟିବି ରୋଗ ରହିଛି । ବୁର୍ଲା ଭୀମସାର ମେଡିକାଲରେ ART ସେଣ୍ଟର ବ୍ୟବସ୍ଥା ସହ HIV ରୋଗ ଚିହ୍ନଟ ପାଇଁ ଜିଲ୍ଲାରେ 4ଟି ସେଣ୍ଟର ରହିଛି l

ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଡସ ରୋଗୀଙ୍କ ପାଇଁ ଚିହ୍ନଟ ବ୍ୟବସ୍ଥା ଓ ଚିକିତ୍ସା ବ୍ୟବସ୍ଥା କରାଯାଉଛି l ତେବେ ସଚେତନତା ସତ୍ତ୍ବ ଏହି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ଏକ ଚିନ୍ତାର ବିଷୟ l ସାରା ରାଜ୍ୟରେ ଆଜି ପର୍ଯ୍ୟନ୍ତ 60886 ଜଣ ଏଡସ ରୋଗୀ ଚିହ୍ନଟ ହୋଇଛନ୍ତି l 11687 ଜଣ ରୋଗୀ ମୃତ୍ୟୁ ବରଣ କରିଛନ୍ତି l ତେବେ ବର୍ତ୍ତମାନ ସାରା ରାଜ୍ୟରେ 47390 ଜଣ ରୋଗୀ ART ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି l ତେବେ ସମ୍ବଲପୁର ଜିଲ୍ଲା ଉପରେ ନଜର ପକେଇଲେ ଆରମ୍ଭରୁ ଆଜି ପର୍ଯ୍ୟନ୍ତ 4697 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି l ଏମାନଙ୍କ ମଧ୍ୟରେ 3210 ଜଣ ପୁରୁଷ, 1446 ଜଣ ମହିଳା ଓ 41 ଜଣ କିନ୍ନର ଅଛନ୍ତି l ମହିଳା ମାନଙ୍କ ମଧ୍ୟରେ 1276 ଜଣ ସାଧରଣ ମହିଳା ହୋଇଥିବା ବେଳେ 170 ଜଣ ଗର୍ଭବତୀ ମହିଳା ଅଛନ୍ତି l ତେବେ 4697 ଜଣଙ୍କୁ ART ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଥିବା ବେଳେ 4049 ଜଣ ଚିକିତ୍ସା ଜାରି ରଖିଛନ୍ତି ଓ ଅବଶିଷ୍ଟ ଚିକିତ୍ସା ଛାଡି ଦେଇଛନ୍ତି l ତେବେ ଏମାନଙ୍କ ମଧ୍ୟରୁ 477 ଜଣଙ୍କ ମୃତ୍ୟୁ ହୋଇ ସାରିଛି l ତେବେ ଚିକିତ୍ସିତ ନହେଉ ଥିବା ରୋଗୀଙ୍କ କଥା ଏକ ଚିନ୍ତାର ବିଷୟ l ତେବେ ଏମାନଙ୍କ ମଧ୍ୟରୁ 262 ଜଣଙ୍କୁ ଉଭୟ ଏଡସ ଓ ଟିବି ରୋଗ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ବିଶ୍ବ ଏଡସ୍ ଦିବସ, ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା

ପୂର୍ବରୁ ସମ୍ବଲପୁର ଜିଲ୍ଲାରେ ଚିକିତ୍ସା ପାଇଁ ART ସେଣ୍ଟର ନଥିଲା l ଏଥିପାଇଁ କୋଲକାତା ଯିବାକୁ ପଡୁଥିଲା l ତେବେ ବର୍ତ୍ତମାନ ବୁର୍ଲା ଭୀମସାର ମେଡିକାଲରେ ART ସେଣ୍ଟର ବ୍ୟବସ୍ଥା ସହ HIV ରୋଗ ଚିହ୍ନଟ ପାଇଁ ଜିଲ୍ଲାରେ 4ଟି ସେଣ୍ଟର ରହିଛି l ଅନ୍ୟପଟେ ସବୁ PHC ଓ CHCରେ ସ୍କ୍ରିନିଙ୍ଗର ବ୍ୟବସ୍ଥା ମଧ୍ୟ ରହିଛି l ଅନ୍ୟପଟେ ରୋଗୀ ଚିହ୍ନଟ ହେବା ପରେ ରୋଗୀଙ୍କୁ କାଉନସେଲିଙ୍ଗ କରାଯାଉଛି l ଏହାପରେ ରୋଗୀଙ୍କୁ ତୁରନ୍ତ ART ସେଣ୍ଟର ପଠାଯାଉଛି l ଏହା ଦ୍ୱାରା ମୃତ୍ୟୁ ସମ୍ଭାବନା ଓ ରୋଗ ଅନ୍ୟକୁ ହେବାର ସମ୍ଭାବନା କମୁଥିବା କାଉନସେଲର କହିଛନ୍ତି l ଏହା ସହ ରୋଗୀଙ୍କ ପରିଚୟକୁ ଗୁପ୍ତ ରଖାଯାଇ ସେମାନଙ୍କୁ ମାଗଣା ଔଷଧ, ଚିକିତ୍ସା ଯୋଗାଯିବା ସହ ମଧୁବାବୁ ପେନସନ ଯୋଜନା, ମୋ କୁଡ଼ିଆ ଆଦି ସବୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉଛି ଓ ଟ୍ରାଭେଲିଂ ପାସ ମଧ୍ୟ ଯୋଗାଇ ଦିଆଯାଉଛି l

ଏଡସର ଚିକିତ୍ସା ନାହିଁ ବୋଲି ଲୋକଙ୍କ ମନ ଭିତରେ ଭୟ ଆସିଯାଏ । ଲୋକଙ୍କୁ ଏହି ରୋଗ ନେଇ ସଚେତନ କରିବା ପାଇଁ ଡିସେମ୍ବର 1 ତାରିଖରେ ଏହି ଦିବସ ପାଳନ ହୋଇଆସୁଛି l 2002 ମସିହାରେ ପ୍ରଥମେ ସମ୍ବଲପୁର ଜିଲ୍ଲାରେ ଏହି ରୋଗୀ ଚିହ୍ନଟ ହୋଇଥିଲେ l ତେବେ ବୁର୍ଲା ଭୀମସାର ମେଡିକାଲରେ ପ୍ରଥମେ 1998ରେ ଜଣେ ଏଡସ ରୋଗୀ ଚିହ୍ନଟ ହୋଇଥିଲେ l

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.