ETV Bharat / state

କୋରୋନା କଟକଣା କୋହଳ: ଥମିଯାଇଥିବା ଟୀକାକରଣ ପୁଣି ଚଞ୍ଚଳ

author img

By

Published : May 28, 2020, 7:39 PM IST

Updated : May 29, 2020, 8:33 PM IST

ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଆସିଛନ୍ତି ଅଧିକ ମହିଳା ଓ ଶିଶୁ । ବିଶେଷ କରି ବୁଧବାର ବଢୁଛି ଟୀକାକରଣ ସଂଖ୍ୟା । ସକାଳୁ ଅପରାହ୍ନ ଯାଏଁ ଚାଲିଛି ଟୀକାକରଣ । ଅଧିକ ପଢନ୍ତୁ...

କୋରୋନା କଟକଣା କୋହଳ: ଥମିଯାଇଥିବା ଟୀକାକରଣ ପୁଣି ଚଞ୍ଚଳ
କୋରୋନା କଟକଣା କୋହଳ: ଥମିଯାଇଥିବା ଟୀକାକରଣ ପୁଣି ଚଞ୍ଚଳ

ସମ୍ବଲପୁର: କୋଭିଡ 19 ମୁକାବିଲା ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏହା ଯୋଗୁଁ ବହୁ କ୍ଷେତ୍ରରେ ପଡିଛି ପ୍ରଭାବ । ମହାମାରୀର ମୁକାବିଲା କରୁଥିବା ଖୋଦ ସ୍ବାସ୍ଥ୍ୟକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି ପ୍ରଭାବ । ଲକଡାଉନରେ ପ୍ରଭାବିତ ହୋଇଛି ସମ୍ବଲପୁରରେ ଟୀକାକରଣ ।

ସଂକ୍ରମଣ ଭୟରେ ଆସିନଥିଲେ ମହିଳା ଓ ଶିଶୁ । ସହରାଞ୍ଚଳରେ ବନ୍ଦ ରହିଥିଲା ଟୀକାକରଣ କେନ୍ଦ୍ର । ସାମାଜିକ ଦୂରତ୍ବ ବଜାୟ ରଖି ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲିଥିଲା ଟୀକାକରଣ । ମାସ୍କ ପିନ୍ଧି ଟୀକା ଦେଉଥିଲେ କର୍ମଚାରୀ । ତଥାପି କମ ଥିଲା ସଂଖ୍ୟା । ମାଗଣା ବ୍ୟବସ୍ଥା ସତ୍ତ୍ବେ କୋରୋନା ସଂକ୍ରମଣର ଭୟ ଘାରିଥିଲା ସମସ୍ତଙ୍କୁ ।

ହେଲେ ଏବେ ପୁଣି ଲାଗିଛି ଭିଡ । ଆସୁଛନ୍ତି 3 ଗୁଣା ଲୋକ । ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଆସିଛନ୍ତି ଅଧିକ ମହିଳା ଓ ଶିଶୁ । ବିଶେଷ କରି ବୁଧବାର ବଢୁଛି ଟୀକାକରଣ ସଂଖ୍ୟା । ସକାଳୁ ଅପରାହ୍ନ ଯାଏଁ ଚାଲିଛି ଟୀକାକରଣ । ପ୍ରତ୍ୟେକ ଦିନ ସକାଳ 8ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଟୀକାକରଣ କେନ୍ଦ୍ରରେ ଟୀକା ଦାନ କାର୍ଯ୍ୟକ୍ରମ ଚାଲିଛି ।

ଶିଶୁ ଓ ପ୍ରସୂତିଙ୍କ ସୁସ୍ଥତା ପାଇଁ ସରକାର କରିଛନ୍ତି ଟୀକାକରଣ ବ୍ୟବସ୍ଥା । ମାଗଣାରେ ଟୀକାକରଣ କରିବେ ସ୍ବାସ୍ଥ୍ୟକର୍ମୀ । ଆଉ ଲକଡାଉନ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଥମିଯାଇଥିବା ଏହି ବ୍ୟବସ୍ଥା ପୁଣି ହୋଇଛି ସ୍ବାଭାବିକ । ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ମହଜୁଦ ଅଛି ସମସ୍ତ ପ୍ରକାର ଟୀକା । କୋରୋନାକୁ ଦୃଷ୍ଟିରେ ରଖି ନିଆଯାଇଛି ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ।

ତେବେ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟର ଲକଡାଉନ ସମୟରେ ସମ୍ବଲପୁର ସହରାଞ୍ଚଳରେ ଗୋଟିଏ ମାସ ଟୀକାକରଣ କାର୍ଯ୍ୟ ବନ୍ଦ ଥିବାରୁ ଏବେ ପୁଣି ଏହା ଆରମ୍ଭ ହୋଇଛି । ମୁଖ୍ୟତଃ ବୁଧବାର ଦିନ 100ରୁ 200ଟି ଟୀକାକରଣ ହେଉଛି । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅଧିକ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହୋଇଛନ୍ତି ।

ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଚାଲିଛି ଟୀକାକରଣ । ଲକଡାଉନର ସମସ୍ତ କଟକଣାକୁ ପାଳୁଛନ୍ତି କର୍ତ୍ତୃପକ୍ଷ । ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ରଖାଯାଉଛି ବିଶେଷ ଧ୍ୟାନ ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Last Updated : May 29, 2020, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.