ETV Bharat / state

ବେଆଇନ ଗୋଚାଲାଣ: କଣ୍ଟେନର ଜବତ, 50ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର - illegal cattle carts seized

ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ରେମେଡ ଛକରୁ ବିଳମ୍ବିତ ରାତ୍ରୀରେ ସମ୍ବଲପୁରରୁ କୋଲକାତାକୁ ହେଉଥିଲା ଗୋରୁ ଚାଲାଣ । ଅଧିକ ପଢନ୍ତୁ..

ଗୋରୁ ବୋଝେଇ କଣ୍ଟେନର ଜବତ
ଗୋରୁ ବୋଝେଇ କଣ୍ଟେନର ଜବତ
author img

By

Published : Mar 31, 2021, 8:39 PM IST

ସମ୍ବଲପୁର: ବେଆଇନ ଗୋରୁ ଚାଲାଣ କରାଯାଉଥିବାବେଳେ ଗୋରୁ ବୋଝେଇ କଣ୍ଟେନରକୁ ଧରିଲେ ସ୍ଥାନୀୟ ଲୋକେ। ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତ୍ରୀରେ ସମ୍ବଲପୁରରୁ କୋଲକାତାକୁ ହେଉଥିଲା ଗୋରୁ ଚାଲାଣ।

ଗୋରୁ ବୋଝେଇ କଣ୍ଟେନର ଜବତ

ସମ୍ବଲପୁରରୁ ପୁଣି ବେଆଇନ ଗୋଚାଲାଣ ହେଉଥିବା ଅଭିଯୋଗ ଆସିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଅଇଁଠାପାଲି ଥାନା ଅନ୍ତର୍ଗତ ରେମେଡ ଛକସ୍ଥିତ ଚେପଟିପୁଲିଆ ତଳେ ଏକ ପଶ୍ଚିମବଙ୍ଗର କଣ୍ଟେନରରେ ଗୋରୁମାନଙ୍କୁ ଭର୍ତ୍ତି କରାଯାଉଥିଲା ।

ଏହି ସମୟରେ ସ୍ଥାନୀୟ କିଛି ଯୁବକ ଏହି ଘଟଣା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସିବା ବିଳମ୍ବ କରିବାରୁ ସ୍ଥାନୀୟ ଯୁବକମାନେ ଏହାର ପ୍ରତିବାଦ କରିବାରୁ ଗାଡିର ଚାଳକ ଏବଂ ଗୋରୁ ଆଣିଥିବା ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ।

ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ସ୍ଥାନୀୟ ଲୋକେ କଣ୍ଟେନରରୁ ବାହାର କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରକୁ ଜବତ କରି ତଦନ୍ତ କରୁଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.