ସମ୍ବଲପୁର: ସମ୍ବଲପୁରୀ ବସ୍ତ୍ର ଓ ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କ ବୟନଶିଳ୍ପ ମନ୍ତ୍ରାଳୟର ସହାୟତାରେ ସମ୍ବଲପୁର IIMରେ ଅନୁଷ୍ଠିତ ହୋଇଛି 5 ଦିନିଆ ଜିଲ୍ଲା ସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ "ତାନା-ବାନା " । ଗରିବ ବୁଣାକାରମାନଙ୍କ ସାମଗ୍ରୀକୁ ବିଶ୍ବ ସ୍ତରରେ ପହଞ୍ଚାଇବା ପାଇଁ ଭାରତ ସରକାରଙ୍କ ଏହା ଏକ ବଡ଼ ପ୍ରୟାସ ବୋଲି କହିଛନ୍ତି ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ।
ପଶ୍ଚିମ ଓଡିଶାର ଗରିବ ବୁଣାକାରଙ୍କ ସାମଗ୍ରୀ ବିଶ୍ବସ୍ତରରେ ପହଞ୍ଚିବ । ସମ୍ବଲପୁରୀ କପଡ଼ା ଓ ଡିଜାଇନ ଏବେ ବିଶ୍ବସ୍ତରରେ ବେଶ ଚାହିଦା ରହିଛି । ଭାରତ ସରକାର ଏହାର ପ୍ରଚାର ଓ ପ୍ରସାର କରିବାକୁ ଆହୁରୀ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର IIM ପକ୍ଷରୁ ଆୟୋଜିତ ହୋଇଛି ୫ ଦିନିଆ "ତାନା-ବାନା" ଜିଲ୍ଲା ହସ୍ତତନ୍ତ ପ୍ରର୍ଦଶନୀ ମେଳା । ଏହି ପ୍ରଦର୍ଶନୀରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ତଥା ବିକାଶ ଫାଉଣ୍ତେସର ଅଧ୍ୟକ୍ଷା ଡ. ମୃଦୁଳା ଠାକୁର ପ୍ରଧାନ ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ପ୍ରଦର୍ଶନୀ ମେଳାରେ ଯୋଗ ଦେଇ ଗରିବ ବୁଣାକାର ସହ ଆଲୋଚନା କରିବା ସହ ସେମାନଙ୍କୁ ଉତ୍ସାହିତ କରିଛନ୍ତି । ଏହା ସହ ସମ୍ବଲପୁରୀ ଲୁଗା ବୁଣା ଯନ୍ତ୍ରରେ ମଧ୍ୟ କିଛି ସମୟ ଲୁଗା ବୁଣିଥିଲେ । ତେବେ ପଶ୍ଚିମ ଓଡିଶାର ଗରିବ ବୁଣାକାରଙ୍କ ସାମଗ୍ରୀ ବିଶ୍ବସ୍ତରେ ପହଞ୍ଚାଇବା ପାଇଁ ଭାରତ ସରକାର ଏହି ପଦକ୍ଷେପ ନେଇଥିବା କହିଛନ୍ତି ମୃଦୁଳା ।
ଏହି ପରିପ୍ରେକ୍ଷୀରେ ସମ୍ବଲପୁର IIM ପକ୍ଷରୁ ନିଜସ୍ବ କ୍ୟାମ୍ପସରେ ଗତ 25 ରୁ 29 ଯାଏଁ 5 ଦିନ ଧରି "ତାନା-ବାନା "ଜିଲ୍ଲା ହସ୍ତତନ୍ତ୍ର ପ୍ରଦର୍ଶନୀ ୨୦୨୩" ଆୟୋଜନ କରାଯାଇଛି । ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଓ ବୁଣାକାର ସେବା କେନ୍ଦ୍ର ସହଯୋଗରେ ଏହି ପ୍ରଦର୍ଶନୀ ଆୟୋଜନ ହୋଇଛି । ଅତିଥିମାନେ କ୍ୟାମ୍ପସରେ ଗରିବ ବୁଣାକାର ଦ୍ବାରା ଲଗାଯାଇ ଥିବା ଷ୍ଟଲ୍ ମାନଙ୍କୁ ବୁଲି ଦେଖିବା ସହ ସାମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଗରିବ ବୁଣାକାରଙ୍କ ପାଇଁ ଆବଶ୍ୟକ ଭିତ୍ତିଭୁମି ଯୋଗାଇଦେବାକୁ ୭୦ଟି ପରିବାରକୁ ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଚେକ ଓ ସୋଲାର ସାମଗ୍ରୀ ବାବଦରେ ୧୫ ହଜାର ଟଙ୍କା ଚେକ୍ ଭାରତ ସରକାର ପକ୍ଷରୁ ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ....National Handloom Day: ସମ୍ବଲପୁରୀ ଶାଢ଼ୀ ପିନ୍ଧି ରାମ୍ପ୍ରେ ଚାଲିଲେ ମଡେଲ
ଭାରତ ସରକାରଙ୍କଠାରୁ ବୁଣାକାରମାନେ କିଭଳି ବିଭିନ୍ନ ଯୋଜନାର ଲାଭ ପାଇପାରିବେ ଏବଂ ବୁଣାକାରଙ୍କ ପାଇଁ କେନ୍ଦ୍ର ସରକାରଙ୍କ କେଉଁ ସବୁ ଯୋଜନା ରହିଛି ସେନେଇ ଭାରତ ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହାର ଅଧିକାରୀ ସୂଚନା ଦେଇଥିଲେ । ସେପଟେ ଏହି ପ୍ରଦର୍ଶନୀରେ ଯୋଗ ଦେଇଥିବା ବୁଣାକାରମାନେ ମଧ୍ୟ ବେଶ ଖୁସି ହେବା ସହ ଭାରତ ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ସ୍ଥାନୀୟ ବୁଣାକାର ବେଶ ଲାଭବାନ ହେବେ ବୋଲି କହିଛନ୍ତ । ସମ୍ବଲପୁର IIMରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର 25ରୁ ଅଧିକ ଷ୍ଟଲ୍ ଲାଗିଛି । ଏଠାରେ ଶାଢୀ, ବେଡ୍ସିଟ୍, ଡ୍ରେସ୍, ଟେବୁଲ୍ କ୍ଳଥ୍ ପରି ଅନେକ ଜିନିଷ ଉପଲବ୍ଧ ରହିଛି ।
ଇଟିଭି ଭାରତ, ସମ୍ବଲପୁର