ETV Bharat / state

ଲକଡାଉନରେ ସମ୍ବଲପୁର ଆଇଆଇଏମର 100 ପ୍ରତିଶତ ପ୍ଲେସମେଣ୍ଟ - ସମ୍ବଲପୁର ଆଇଆଇଏମ ର 100 ପ୍ରତିଶତ ପ୍ଲେସମେଣ୍ଟ

ସମ୍ବଲପୁର ଆଇଆଇଏମ ଏଥର ଲକଡାଉନ ଭିତରେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ 100 ପ୍ରତିଶତ କ୍ୟାମ୍ପସ ପ୍ଲେସମେଣ୍ଟ ଯୋଗାଇ ନୂତନ ଉପଲବ୍ଧି ହାସଲ କରିଛି । ଅଧିକ ପଢନ୍ତୁ...

The placement at Sambalpur IIM is 100 percent
ଲକଡାଉନରେ ସମ୍ବଲପୁର ଆଇଆଇଏମ ର 100 ପ୍ରତିଶତ ପ୍ଲେସମେଣ୍ଟ
author img

By

Published : May 28, 2021, 10:32 PM IST

ସମ୍ବଲପୁର: ସମ୍ବଲପୁର ଆଇଆଇଏମ ଏଥର ଲକଡାଉନ ଭିତରେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ 100 ପ୍ରତିଶତ କ୍ୟାମ୍ପସ ପ୍ଲେସମେଣ୍ଟ ଯୋଗାଇ ନୂତନ ଉପଲବ୍ଧି ହାସଲ କରିଛି । ନୂତନ କରି ତିଆରି ହୋଇଥିବା ଆଇଆଇଏମମାନଙ୍କ ମଧ୍ୟରେ ପ୍ରଥମ ବର୍ଷରୁ ଏହି ଶିକ୍ଷା ଅନୁଷ୍ଠାନ ଏହାର ସ୍ୱତନ୍ତ୍ର ଶିକ୍ଷା ପଦ୍ଧତି ଓ ପ୍ଲେସମେଣ୍ଟ ପାଇଁ ପ୍ରଶଂସା ସାଉଁଟୁଥିବା ବେଳେ ଏଥର ମଧ୍ୟ ଏହାସବୁ ରେକର୍ଡ଼କୁ ଭାଙ୍ଗି ନିଜର ଛାତ୍ରଛାତ୍ରୀଙ୍କୁ 100 ପ୍ରତିଶତ ପ୍ଲେସମେଣ୍ଟ ଦେଇଛି । ଏପରିକି ଜଣେ ଜଣେ ବିଦ୍ୟାର୍ଥୀଙ୍କୁ ଏକାଧିକ କମ୍ପାନୀ ପକ୍ଷରୁ ଅଫର ରହିଛି ।

ଲକଡାଉନରେ ସମ୍ବଲପୁର ଆଇଆଇଏମ ର 100 ପ୍ରତିଶତ ପ୍ଲେସମେଣ୍ଟ
ସମ୍ବଲପୁର ଆଇଆଇଏମ ନମ୍ବର 1 । ବର୍ତ୍ତମାନ ଏହି ଜାତୀୟ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ନିଯୁକ୍ତିର ସଫଳତାକୁ ଦେଖି ସମସ୍ତେ ଏମିତି କହୁଛନ୍ତି । କୋଭିଡର ଦ୍ଵିତୀୟ ଲହରୀ ମଧ୍ୟରେ ବି 140 କମ୍ପାନୀ ଆଇଆଇଏମ ସମ୍ବଲପୁରର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏହି ନିଯୁକ୍ତି ପ୍ରକ୍ରିୟାରେ ନିଲସେନ, ଟେକ ମହିନ୍ଦ୍ରା, ରାମକୋ ସିଷ୍ଟମ, ଇନଫୋସିସ, ରିଲାଏନ୍ସ ରିଟେଲ, ମାଇଣ୍ଡ ଟ୍ରି, ଅମୁଲ୍, ବେଦାନ୍ତ, ଟାଟା ଷ୍ଟିଲ, ଏସବିଆଇ ଲାଇଫ, ବିଏସଏନଏଲ, ଆସେଞ୍ଚର, ଡେଲୋଇଟ ଇଣ୍ଡିଆ, ଟ୍ରାଇଡେଣ୍ଟସ ଗ୍ରୁପ ପରି ପ୍ରମୁଖ କମ୍ପାନୀ ଏହି କ୍ୟାମ୍ପସ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇଥିଲେ ।

ଏହି କମ୍ପାନୀ ଗୁଡିକ ମାର୍କେଟିଂ, ସେଲସ, ଅପରେସନ, କଂସଲଟିଙ୍ଗ ଆନାଲଟିକ୍ସ, ଆଇଟିଇଏସ ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିଯୁକ୍ତି ଦେଇଛନ୍ତି । ଫିନଟେକ୍ସ, ଇ କମର୍ସ, ଏମଏମସିଜି ପରି କମ୍ପାନୀ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇଛନ୍ତି । ଚଳିତ ବର୍ଷ ଆଇଆଇଏମ ସମ୍ବଲପୁରର ଏହି ବ୍ୟାଚର ସର୍ବାଧିକ ପ୍ୟାକେଜ ହେଉଛି ବାର୍ଷିକ26.4ଲକ୍ଷ ।

ଏହାସହ ଚଳିତ ବର୍ଷ ଗ୍ରୀଷ୍ମ କାଳୀନ ଇଣ୍ଟନସିପ ନିଯୁକ୍ତିରେ ମଧ୍ୟ ସମ୍ବଲପୁର ଆଇଆଇଏମ ର ଭଲ ପ୍ରଦର୍ଶନ ରହିଛି । ଚଳିତ ବର୍ଷ ଏଥିରେ 110 ଟି କମ୍ପାନୀ ଭାଗ ନେଇଥିବା ବେଳେ 157 ଜଣ ଛାତ୍ରଛାତ୍ରୀଙ୍କୁ ଏଥିରେ ଅଫର ମିଳିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.