ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି ବ୍ଲକ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଆଗରେ ଫେରାଦ ହେଲେ ସ୍ଥାନୀୟ ଲୋକେ। ପ୍ରତିଶ୍ରୁତି ମୁତାବକ ଆଦିତ୍ୟ ଆଲୁମିନା କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ। ଏହି ଅଭିଯୋଗ ନେଇ ଆଜି ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘର ସଦସ୍ୟ ମାନେ ଜିଲ୍ଲା ପ୍ରଶାସନ କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି।
ଆସନ୍ତା 24 ଭିତରେ ଦାବି ପୂରଣ ନହେଲେ ଆଦିତ୍ୟ ଆଲୁମିନା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଲାପଙ୍ଗା ଠାରେ ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ। 2013 ରେ ହୋଇଥିବା ଏକ ତ୍ରିପାକ୍ଷିକ ବୈଠକରେ କମ୍ପାନୀ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବ ବୋଲି ସ୍ଥିର ହୋଇଥିଲା।
ତେବେ କମ୍ପାନୀ କେବଳ ନିଜର ଠିକା ସଂସ୍ଥା ଗୁଡ଼ିକରେ ଯୁବକ ଯୁବତୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦେଉଥିବା ବେଳେ କାହାରିକୁ ସ୍ଥାୟୀ ନିଯୁକ୍ତି ଦେଉନାହିଁ ବୋଲି ଅଭିଯୋଗ ହୋଇଛି। ଏହାସହ କମ୍ପାନୀ ପ୍ରତିଷ୍ଠା ସମୟରେ ବିସ୍ଥାପିତ ଲୋକଙ୍କୁ ଜମି ପଟ୍ଟା ମିଳିନଥିବା ସହ ସେମାନଙ୍କ ଦେଖାରଖି କମ୍ପାନୀ ଠିକ ଭାବେ କରୁନଥିବା ଅଭିଯୋଗ ହୋଇଛି।
ଅନ୍ୟ ପଟେ ସ୍ଥାନୀୟ ଲୋକେ ବିସ୍ଥାପିତ ହୋଇ କେବଳ ପ୍ରଦୂଷଣ ର ଧୂଆଁ ପାଇଛନ୍ତି ବୋଲି ସଂଘ ଅଭିଯୋଗ କରିଛି। ଆସନ୍ତା 24 ତାରିଖ ମଧ୍ୟରେ ଦାବି ପୂରଣ ନହେଲେ 24 ରୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ