ETV Bharat / state

ଅଧ୍ୟାପକଙ୍କୁ ମହଙ୍ଗା ପଡିଲା ପରକୀୟାପ୍ରୀତି, ରାସ୍ତା ମଝିରେ ସ୍ତ୍ରୀ ଦେଲେ ଉତ୍ତମ ମଧ୍ୟମ - ରାସ୍ତା ମଝିରେ ସ୍ବାମୀ-ସ୍ତ୍ରୀଙ୍କ ହାଇଡ୍ରାମା

ସ୍ବାମୀ-ସ୍ତ୍ରୀ ମଧ୍ୟରେ ହାଇଡ୍ରାମା । ରାସ୍ତା ଉପରେ ଚୁଟି ଓଟରାକୁ ଡ୍ରେସ ଭିଡା । ବିଚ ରାସ୍ତାରେ ରଙ୍ଗିଲା ଅଧ୍ୟାପକଙ୍କୁ ସ୍ତ୍ରୀଙ୍କ ଜୋରଦାର ମାଡ, ତାହା ପୁଣି ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଅଧିକ ପଢନ୍ତୁ...

ରାସ୍ତା ମଝିରେ ସ୍ତ୍ରୀ ମାରିଲେ ନିର୍ଧୁମ ମାଡ
ରାସ୍ତା ମଝିରେ ସ୍ତ୍ରୀ ମାରିଲେ ନିର୍ଧୁମ ମାଡ
author img

By

Published : Apr 9, 2021, 2:09 PM IST

Updated : Apr 9, 2021, 2:17 PM IST

ସମ୍ବଲପୁର: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହାଇଡ୍ରାମା । ରାସ୍ତା ଉପରେ ଚୁଟି ଘୋସଡାକୁ ଡ୍ରେସ ଭିଡା । ବିଚ ରାସ୍ତାରେ ରଙ୍ଗିଲା ଅଧ୍ୟାପକଙ୍କୁ ତାଙ୍କ ସ୍ତ୍ରୀଙ୍କ ମାଡ ତାହା ପୁଣି ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ପରକୀୟା ପ୍ରୀତିକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ମାଡ଼ ମରାମରି । ହୀରାକୁଦ ଥାନା ଅନ୍ତର୍ଗତ ଭିଏସଏସ କଲୋନୀର ପ୍ରାଚୀପଦ୍ମା ପଣ୍ଡା ଆଜି ହଠାତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଟି କରି ଜଣେ ପୁରୁଷଙ୍କୁ ଚପଲରେ ବାଡେଇବା ଆରମ୍ଭ କରିଥିଲେ।

ରାସ୍ତା ମଝିରେ ସ୍ତ୍ରୀ ମାରିଲେ ନିର୍ଧୁମ ମାଡ

ପୁରୁଷ ଜଣଙ୍କ ହେଉଛନ୍ତି ସମ୍ବଲପୁର ହୀରାକୁଦ କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ଅକ୍ଷୟ ସୁତାର । ଅକ୍ଷୟ 2006 ମସିହାରେ ପ୍ରାଚୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଅକ୍ଷୟଙ୍କ ଅନ୍ୟ ମହିଳାଙ୍କ ସହ ବି ଅନୈତିକ ସମ୍ପର୍କ ରହିଥିବା ନେଇ ବାରମ୍ବାର ଗଣ୍ଡଗୋଳ ହେଉଥିଲା । କିଛିଦିନ ହେଲାଣି ଅକ୍ଷୟ ତାଙ୍କ ଘରକୁ ଯାଉନଥିଲେ। ତାଙ୍କ ସ୍ତ୍ରୀ ଖୋଜି ଖୋଜି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ତାଙ୍କୁ ପାଇବା ପରେ ଆରମ୍ଭ ହୋଇଥିଲା ଝଗଡା । ପରେ ଏହି ଝଗଡା ଉଗ୍ରରୂପ ନେଇଥିଲା ।

ଏହାପରେ ମହିଳା ଜଣକ ଅଧ୍ୟାପକଙ୍କୁ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି । ଅନ୍ୟପକ୍ଷେ ଅକ୍ଷୟ ସୁତାର ମହିଳାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅକ୍ଷୟ କହିଛନ୍ତି ମହିଳା ଜଣକ ମତେ ଫସାଇ ବାହା ହୋଇଛନ୍ତି। ମୁଁ ତାଙ୍କୁ ଘରେ ରଖିଲି ହେଲେ ସେ ଆଉ ଜଣେ ପୁରୁଷ ସହ ଅନୈତିକ ସମ୍ପର୍କରେ ରଖିଥିଲେ ବୋଲି ଅଭିଯୋଗ କରିଛନ୍ତି । ତେବେ ବାରମ୍ବାର ମନା କରିବା ପରେ ମଧ୍ୟ ସେ ମାନିନଥିଲେ ବୋଲି ଅଭିଯୋଗ ହୋଇଛି । ଶେଷରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଥାନାକୁ ନେଇ ଯାଇଥିଲେ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

Last Updated : Apr 9, 2021, 2:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.