ETV Bharat / state

ପ୍ରେମ ବିବାହ ପରେ ସ୍ବାମୀ ଛାଡି ପଳାଇବା ଘଟଣା, ତଦନ୍ତ ଆରମ୍ଭ କଲେ SDPO - ପ୍ରେମ ବିବାହ ପରେ ପ୍ରତାରଣା

ମନ୍ଦିରର ବିବାହ କରି ମହିଳାଙ୍କୁ ସ୍ୱାମୀ ଛାଡି ପଳାଇବା ଘଟଣା । ସମ୍ବଲପୁର ଏସପିଙ୍କ ନିକଟରେ ପୀଡିତାଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କଲେ ରେଢାଖୋଲ ଏସଡିପିଓ(SDPO) । ଅଧିକ ପଢନ୍ତୁ

ପ୍ରେମ ବିବାହ ପରେ ସ୍ବାମୀ ଛାଡି ପଳାଇବା ଘଟଣା, ତଦନ୍ତ ଆରମ୍ଭ କଲେ SDPO

author img

By

Published : Dec 18, 2021, 8:40 AM IST

ସମ୍ବଲପୁର: ପ୍ରଥମେ ପ୍ରେମ ବିବାହ ଓ ପରେ ପ୍ରତାରଣା । ବିବାହର ୭ ବର୍ଷ ପରେ ମହିଳାଙ୍କୁ ଛାଡି ପଳାଇଛନ୍ତି ସ୍ବାମୀ । ଏନେଇ ପୀଡିତା ସମ୍ବଲପୁର ଏସପିଙ୍କ ନିକଟରେ ଅଭିଯୋଗ କରିବା ପରେ ରେଢାଖୋଲ ଏସଡିପିଓ(SDPO) ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ଗତ 14 ତାରିଖରେ ପୀଡିତା ଜଣକ ଏସପିଙ୍କୁ ଭେଟି ଅଭିଯୋଗ କରିଥିଲେ ।

ପ୍ରେମ ବିବାହ ପରେ ସ୍ବାମୀ ଛାଡି ପଳାଇବା ଘଟଣା, ତଦନ୍ତ ଆରମ୍ଭ କଲେ SDPO

ଅଭିଯୋଗ ଅନୁସାରେ, 2014 ମସିହାରେ ପୀଡିତା ଯୁଜୁମୁରା ଥାନା ଅଞ୍ଚଳର ସୂର୍ଯ୍ୟ ନାରାୟଣ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଅନୁଗୁଳ ସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ଏହାପରେ ସେମାନେ ଏକାଠି ରହି ଆସୁଥିଲେ । ତେବେ କିଛି ଦିନ ତଳେ ମହିଳା ଜଣକ ଗର୍ଭବତୀ ଥିବାର ତାଙ୍କ ସ୍ୱାମୀ ଜାଣିବା ପରେ ସେ ମେଡ଼ିସିନ ଖୁଆଇ ତାଙ୍କର ଗର୍ଭପାତ କରିଥିଲେ । ଏହାପରେ ଅଭିଯୁକ୍ତ ସ୍ବାମୀ ତାଙ୍କୁ ଆଉ ଗ୍ରହଣ କରୁନଥିବା ଯୁବତୀ ଗତ 14 ତାରିଖରେ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସମ୍ବଲପୁର ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଆଜି ରେଢ଼ାଖୋଲ SDPO ଏହି ଘଟଣାର ତଦନ୍ତ ପାଇଁ ଯୁବତୀଙ୍କ ଗାଁକୁ ଯାଇ ଛାନଭିନ୍ କରିଛନ୍ତି । ପୀଡିତାଙ୍କ ବୟାନ ରେକର୍ଡ କରାଯିବ ସହ ତାଙ୍କୁ ଡ଼ାକ୍ତରୀ ମାଇନା ଲାଗି ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.