ETV Bharat / state

ବଢୁଛି ହାତୀ-ମଣିଷ ଲଢେଇ: ହାତୀ ସୁରକ୍ଷାରେ ଫେଲ୍ ସରକାର; ଲୋପ ପାଇଯିବ କି ହାତୀ ବଂଶ !

author img

By

Published : Aug 17, 2023, 4:02 PM IST

Updated : Aug 17, 2023, 10:16 PM IST

ଦିନକୁ ଦିନ ହାତୀ-ମଣିଷ ଲଢେଇ ବଢୁଛି । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ଶିକାରୀ ଗୁଳି ଓ ଅନ୍ୟ ମନୃଷ୍ୟକୃତ କାରଣ ପାଇଁ ହାତୀର ମୃତ୍ୟୁ ହେଉଛି । ସମ୍ବଲପୁର ବନଖଣ୍ଡରେ ଗଲା 3 ବର୍ଷରେ 10ଟି ହାତୀ ମରିଥିବା ବେଳେ 14 ଜଣ ଲୋକଙ୍କ ପ୍ରାଣହାନି ଘଟିଛି l ସରକାର ଏ ଦିଗରେ ଠୋସ୍ ପଦକ୍ଷେପ ନେଉନଥିବା ଯୋଗୁଁ ହାତୀ ମୃତ୍ୟୁରେ ରୋକ୍ ଲାଗି ପାରୁନଥିବା ଅଭିଯୋଗ ହେଉଛି । ଅଧିକ ପଢନ୍ତୁ

ବଢୁଛି ହାତୀ-ମଣିଷ ଲଢେଇ
ବଢୁଛି ହାତୀ-ମଣିଷ ଲଢେଇ
ହାତୀ ସୁରକ୍ଷାରେ ଫେଲ୍ ସରକାର; ଲୋପ ପାଇଯିବ କି ହାତୀ ବଂଶ !

ସମ୍ବଲପୁର: ବର୍ଷବର୍ଷ ଧରି ଜାରି ରହିଛି ହାତୀ-ମଣିଷ ଲଢେଇ । ବିକାଶମୂଳକ କାର୍ଯ୍ୟ ପାଇଁ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଖାଦ୍ୟ ଓ ବାସସ୍ଥାନ ଅଭାବରୁ ହାତୀ ଜନବସତି ମୁହାଁ ହେଉଛି । ଗାଁ ଗଣ୍ଡାରେ ପଶି ଘରଦ୍ୱାର ଭାଙ୍ଗୁଛନ୍ତି, ବ୍ୟାପକ ଫସଲ ନଷ୍ଟ କରିବା ସହ ମଣିଷ ଜୀବନ ମଧ୍ୟ ଯାଉଛି l ଅନ୍ୟପଟେ ହାତୀ ଦାନ୍ତର ଲୋଭ ତଥା ଅନ୍ୟାନ୍ୟ ମନୁଷ୍ୟକୃତ କାରଣ ପାଇଁ ଅନେକ ସମୟରେ ଏହି ବିଶାଳକାୟ ପ୍ରାଣୀ ଆଖି ବୁଜୁଛି l ବେଳେବେଳେ ଏମିତି ଲାଗୁଛି ଏହି ସମସ୍ୟାର ସମାଧାନ ନାହିଁ । ବୋଧହୁଏ ହାତୀ ବଂଶ ସମୂଳେ ଲୋପ ପାଇଯିବ ଓ ହାତୀ କେବଳ ବହିରେ ଚିତ୍ର ହୋଇ ରହିଯିବ l ଏହି ସମସ୍ୟା ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନଥିବା ବେଳେ ସରକାରୀ ପଦକ୍ଷେପ କେବଳ ହାତୀ ଦିବସ ପାଳନରେ ସୀମିତ ରହୁଛି l

Human elephant conflicts rising in Sambalpur
ଲୋପ ପାଇଯିବ କି ହାତୀ ବଂଶ !

ଜନବସତି ମୁହାଁ ହାତୀ: ସମ୍ବଲପୁର ଜିଲ୍ଲାର ସମ୍ବଲପୁର ବନଖଣ୍ଡ l ଏହି ବନଖଣ୍ଡରେ ବହୁ ବନ୍ୟ ଜୀବଜନ୍ତୁ ବିଚରଣ କରୁଛନ୍ତି l ତେବେ କିଛି ବର୍ଷ ହେଲା ଏହି ବନଖଣ୍ଡରେ ହାତୀ ମଣିଷ ଲଢେଇ ପ୍ରମୁଖ ସମସ୍ୟା ହୋଇ ରହି ଆସିଛି l ସଂଘର୍ଷରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷର । ଜଙ୍ଗଲ କଟା ଯିବାରୁ ଖାଦ୍ୟ ଓ ବାସସ୍ଥାନ ଅଭାବରୁ ହାତୀ ଗାଁ ଗଣ୍ଡରେ ପଶି ଘରଦ୍ଵାର ଭାଙ୍ଗୁଛନ୍ତି । ବେଳେବେଳେ ହାତୀ ହାବୁଡ଼ରେ ପଡି ମଣିଷ ଜୀବନ ମଧ୍ୟ ଯାଉଛି l ଅନ୍ୟପଟେ କେତେବେଳେ ବିଦ୍ୟୁତ୍‌ ଆଘାତ ତ କେବେ ଟ୍ରେନ୍‌ ଧକ୍କାରେ ହାତୀ ଆଖି ବୁଜୁଛି l

ସମ୍ବଲପୁର ବନଖଣ୍ଡରେ ଗତ 3 ବର୍ଷରେ 10ଟି ହାତୀର ଜୀବନ ଯାଇଥିବା ବେଳେ ହାତୀ ଆକ୍ରମଣରେ 14 ଜଣ ଲୋକଙ୍କ ମୃତ୍ୟୁ ହୋଇଛି l ଏହାକୁ ରୋକିବାକୁ ଜଙ୍ଗଲରେ ଟ୍ରେଞ୍ଚ୍‌ ଖୋଳାଯିବା, ଜଙ୍ଗଲ ଦେଇ ଯାଇଥିବା ରାସ୍ତାରେ ହାତୀ କରିଡର ତିଆରି କରିବା, ଟ୍ରେନ୍‌ ଲାଇନ ତଳେ ଅଣ୍ଡରପାସ କରି ହାତୀ ଚଲାପଥ ତିଆରି କରିବା ଏବଂ ହାତୀ କରିଡର ଅଞ୍ଚଳରେ ଟ୍ରେନର ଗତି ଧିମା କରିବାକୁ କୁହାଯାଇଥିଲେ ହେଁ କୌଣସି ସୁଫଳ ମିଳୁନାହିଁ l ବନ ବିଭାଗ, ପୂର୍ତ୍ତ ବିଭାଗ, ରେଳ ବିଭାଗ, NHAI, ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଏହି ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହେଉଛି l

ସମ୍ବଲପୁର ବନଖଣ୍ଡରେ ବଢୁଛି ହାତୀ ମୃତ୍ୟୁ: ବନ ବିଭାଗର ତଥ୍ୟ ଅନୁଯାୟୀ, 2020-21 ବର୍ଷରେ ହାତୀ ଆକ୍ରମଣରେ 8 ଜଣ, 2022-23ରେ 2 ଜଣ, 2023-24ରେ ଏପର୍ଯ୍ୟନ୍ତ 4 ଜଣଙ୍କ ଜୀବନ ଯାଇଛି l ଅନ୍ୟପଟେ ଏହି ସମୟ ମଧ୍ୟରେ 10ଟି ହାତୀର ବିଭିନ୍ନ କାରଣ ମୃତ୍ୟୁ ହୋଇଛି l 2020-21ରେ ଟ୍ରେନ୍‌ ଧକ୍କା, ବିଦ୍ୟୁତ ଆଘାତ ଓ ଅସୁସ୍ଥତା ଯୋଗୁଁ 5ଟି ହାତୀ ପ୍ରାଣ ହରାଇଥିଲେ । 2021-22ରେ ବିଦ୍ୟୁତ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । 2022-23ରେ ଶିକାରୀ ଗୁଳି ଓ ବିଦ୍ୟୁତ ଆଘାତରେ 3ଟି ହାତୀ ଏବଂ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଅସୁସ୍ଥତା ଯୋଗୁଁ ଗୋଟିର ହାତୀର ମୃତ୍ୟୁ ହୋଇଛି l ଏହି ସମୟରେ ବନ ବିଭାଗ 4ଟି ମାମଲା ରୁଜୁ କରି 14 ଜଣ ଶିକାରୀଙ୍କୁ ଗିରଫ କରିଛି l

ଏହାମଧ୍ୟ ପଢନ୍ତୁ: ହାତୀ ପାଳିଲା ସ୍ବାଧୀନତା ଦିବସ, ଶୁଣ୍ଢରେ ଧରି ଉଡ଼ାଇଲା ତ୍ରିରଙ୍ଗା

ଗତ 2000 ମସିହା ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁର ଡିଭିଜନରେ ମୋଟ 26ଟି ହାତୀର ମୃତ୍ୟୁ ହୋଇସାରିଛି l ଏଥିପାଇଁ କ୍ଷତିପୂରଣ ବାବଦରେ ପ୍ରାୟ 51 ଲକ୍ଷ ଟଙ୍କା ବନ ବିଭାଗ ପକ୍ଷରୁ ଲୋକଙ୍କୁ ପ୍ରଦାନ କରାଯାଇଛି l ବର୍ତ୍ତମାନ ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି 6 ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବନ ବିଭାଗ ଜଣାଇଛି ।

ସମ୍ବଲପୁର ବନଖଣ୍ଡ DFO ସୂଚନା ଦେଇଛନ୍ତି, "ହାତୀ ଉପଦ୍ରବ ଅଞ୍ଚଳରେ ବନ ବିଭାଗ ସ୍କ୍ବାଡ୍‌ର ଗତିବିଧି ବଢାଯାଇଛି l ଗଜ ସାଥି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକଙ୍କୁ ସାମିଲ କରାଯାଇଛି l ସ୍ଥାନୀୟ ଲୋକଙ୍କ ମୋବାଇଲ ନମ୍ବର ପଞ୍ଜିକରଣ କରାଯାଇ ହାତୀର ଗତିବିଧି ନେଇ ସୂଚନା ଦିଆଯାଉଛି l ହାତୀ ଟ୍ରେକରମାନେ ହାତୀର ଗତିବିଧି ଉପରେ ନଜର ରଖୁଛନ୍ତି l କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ କରାଯାଉଛି l" ଏହାବ୍ୟତୀତ ବିଭିନ୍ନ ସମୟରେ ରେଳ ବିଭାଗ, NHAI ଓ ବିଦ୍ୟୁତ ବିତରଣ କମ୍ପାନୀ ସହ ବନ ବିଭାଗର ବୈଠକ କରାଯାଉଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Aug 17, 2023, 10:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.