ETV Bharat / state

ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟକୁ ବଞ୍ଚାଇବାକୁ ମାନବ ଶୃଙ୍ଖଳ - ବନ୍ଦ ହୋଇଯିବ ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ

ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ଅବସ୍ଥାକୁ ନେଇ ଚିନ୍ତାରେ ସମ୍ବଲପୁର ବୁଦ୍ଧିଜୀବୀ । ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମାନବ ଶୃଙ୍ଖଳ । ଅଧିକ ପଢନ୍ତୁ

Odisha State Open University
Odisha State Open University
author img

By ETV Bharat Odisha Team

Published : Sep 30, 2023, 2:06 PM IST

Odisha State Open University

ସମ୍ବଲପୁର: ବନ୍ଦ ହେବାକୁ ବସିଛି ସମ୍ବଲପୁର ସ୍ଥିତ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ । OSOUର ଭାଗ୍ୟ ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ସମ୍ବଲପୁର ବୁଦ୍ଧିଜୀବୀ । କାରଣ ରାଜ୍ୟ ସରକାର ଜାଣି ଶୁଣି ଏହି ବିଶ୍ୱ ବିଦ୍ୟାଳୟର ଭବିଷ୍ୟତକୁ ଅନ୍ଧକାର ଆଡକୁ ଠେଲି ଦେବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀଵୀ ସନ୍ଦେହ କରିଛନ୍ତି । ଏନେଇ ବୁଦ୍ଧିଜୀବୀ ମହଲରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହେବା ସହ ଏହି ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ମାନବ ଶୃଙ୍ଖଳ କରାଯାଇଥିଲା । ରାଜ୍ୟ ସରକାର ଜାଣି ଶୁଣି ଏହି ଶିକ୍ଷା ଅନୁଷ୍ଠାନକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଥିବା ସ୍ଥାନୀୟ ଶିକ୍ଷାବିତ ଓ ବୁଦ୍ଧିଜୀବୀ ସନ୍ଦେହ କରିଛନ୍ତି l

2015 ମସିହାରେ ସମ୍ବଲପୁର ଠାରେ ଓଡିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସ୍ଥାପିତ ହୋଇଥିବା ବେଳେ ବର୍ତ୍ତମାନ ଶିକ୍ଷକ ଅଣ ଶିକ୍ଷକ ପଦବୀର ଅଭାବ ସହ ଭିତ୍ତିଭୂମିର ଅଭାବ ଯୋଗୁଁ ଏହା ନାକ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିଲା । ଯାହା ଫଳରେ ଚଳିତ ବର୍ଷ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ UGC ଅନୁମତି ଦେଇନଥିଲା । ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଏହି ନିରନ୍ତର ଶିକ୍ଷା ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l

ଏହା ମଧ୍ୟ ପଢନ୍ତୁ-CSଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ, OSOU ସୃଷ୍ଟି ହେବ ପ୍ରାଧ୍ୟାପକ ଓ କର୍ମଚାରୀ ପଦବୀ

ସ୍ଥାୟୀ କ୍ୟାମ୍ପସ ନଥିବାରୁ 2015 ମସିହାରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ପରିସର ଭିତରେ ଏକ ଅସ୍ଥାୟୀ କ୍ୟାମ୍ପସରେ ଆରମ୍ଭ ହୋଇଥିଲା ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ l ପ୍ରଥମେ ଏହା କେବଳ ସାର୍ଟିଫିକେଟ କୋର୍ସ ଦେଉଥିଲା l ତେବେ 2018ରେ ଏହାକୁ 5 ବର୍ଷ ପାଇଁ ୟୁଜିସି ମାନ୍ୟତା ପାଇବା ପରେ ଏଠାରେ 11ଟି ସ୍ନାତକୋତ୍ତର ଓ 14ଟି ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେଲା l ଆଉ ବହୁ ସଂଖ୍ୟକ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଏଠାରେ ପାଠ ପଢିଲେ l ଏଠାରେ 83 ପ୍ରତିଶତ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ସୂଚନା ରହିିଛି ।

ଚଳିତ ବର୍ଷ ଏହି ବିଶ୍ୱ ବିଦ୍ୟାଳୟକୁ ନାକ ମାନ୍ୟତା ମିଳିଲା ନାହିଁ l ଆଉ ଏହାର କାରଣ ହେଉଛି ଏଠାରେ ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ନାହିଁ l ଫଳରେ ଚଳିତ ଶିକ୍ଷା ବର୍ଷ ପାଇଁ ନୁଆ ଗାଇଡ଼ଲାଇନ ଅନୁସାରେ ପିଜି ଓ ୟୁଜି ପାଠ୍ୟକ୍ରମ ପାଇଁ ୟୁଜିସି ଅନୁମତି ମିଳିଲା ନାହିଁ l ଅନ୍ୟ ପଟେ ସ୍ଥାୟୀ କ୍ୟାମ୍ପସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା 40 ଏକର ଜମିରେ କୌଣସି କାର୍ଯ୍ୟ ହୋଇନାହିଁ l ଫଳରେ ରାଜ୍ୟର ହଜାର ହଜାର ଛାତ୍ର ଛାତ୍ରୀ ଏହି ବିଶ୍ୱ ବିଦ୍ୟାଳୟର ଶିକ୍ଷାଦାନରୁ ବଞ୍ଚିତ ରହିବେ l

ଏହି ବିଶ୍ୱ ବିଦ୍ୟାଳୟରେ ନାକ ମାନ୍ୟତା ପାଇଁ 43ଟି ଶିକ୍ଷକ,14ଟି ଅଣ ଶିକ୍ଷକ,2ଟି ବିଭାଗୀୟ ଅଧିକାରୀ, 4ଟି ବରିଷ୍ଠ ସହାୟକ,8 ଟି କନିଷ୍ଠ ସହାୟକ ପଦବୀର ଆବଶ୍ୟକତା ରହିଛି l ଏନେଇ ଗତ ଏପ୍ରିଲ 10 ତାରିଖରେ ଭୁବନେଶ୍ୱର ଲୋକସେବା ଭବନରେ ଉନ୍ନୟନ ଅଯୁକ୍ତ, ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ ଓ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ ବୈଠକ ବସିଥିଲା । ଛାତ୍ର ସଂଖ୍ୟା, ପଦ ପଦବୀ ନେଇ ଆଲୋଚନା ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନନେବାରୁ ବିଶ୍ୱ ବିଦ୍ୟାଳୟର ଅବସ୍ଥା ଏମିତି ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.