ETV Bharat / state

ହୀରାକୁଦର ରାଇଟ ଡାଇକରେ ଜମୁଛି ଭିଡ଼, ଓ୍ବାଟର ସ୍ପୋର୍ଟ୍ସର ମଜା ନେଉଛନ୍ତି ପର୍ଯ୍ୟଟକ

ଚାଲିଛି ପର୍ଯ୍ୟଟନର ଋତୁ । ଏହାର ମଜା ଉଠାଇବାକୁ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଏ ହେଉଛି ହୀରାକୁଦର ରାଇଟ ଡାଇକ ଅଞ୍ଚଳ, ଦୂର ଦୁରାନ୍ତକୁ ବିସ୍ତାରିତ ସୁନୀଳ ଜଳ ରାଶି , ପ୍ରାକୃତିକ ଘଞ୍ଚ ଅରଣ୍ୟ ସହ ଶୀତୁଆ ପରିବେଶ ଏବେ ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରୁଛି । ବିଶେଷ କରି ଏଠାରେ ଥିବା ଓ୍ବାଟର ସ୍ପୋଟ୍ସର ମଜା ଉଠାଉଛନ୍ତି ପର୍ଯ୍ୟଟକ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 1, 2023, 8:33 PM IST

ହୀରାକୁଦର ରାଇଟ ଡାଇକରେ ଜମୁଛି ଭିଡ଼

ସମ୍ବଲପୁର: ଆସିଛି ଶୀତ ଋତୁ, ଆଉ ଶୀତ ସହିତ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ମଜା ନେଉଛନ୍ତି ପର୍ଯ୍ୟଟକ । ସେଥିପାଇଁ ଏବେ ସମ୍ବଲପୁରର ହୀରାକୁଦ ଡ୍ୟାମ ରାଇଟ ଡାଇକରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ହୀରାକୁଦର ଦୂର ଦୁରାନ୍ତକୁ ବିସ୍ତାରିତ ସୁନୀଳ ଜଳରାଶି, ପ୍ରାକୃତିକ ଘଞ୍ଚ ଅରଣ୍ୟ ସହ ଶୀତୁଆ ପରିବେଶ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ତାହାସହ ଏଠାରେ ଥିବା ଓ୍ବାଟର ସ୍ପୋର୍ଟ୍ସ (Water Sports)ର ରୋମାଞ୍ଚ ପର୍ଯ୍ୟଟକଙ୍କୁ ରୋମାଞ୍ଚିତ କରୁଛି । ତେଣୁ ବର୍ତ୍ତମାନ ଏଠାକୁ ପ୍ରତ୍ୟେକ ବର୍ଗର ଲୋକଙ୍କ ଆଗମନ ହେଉଛି । କିଏ ନିଜର ପରିବାର ସହ ତ କିଏ ନିଜର ସାଙ୍ଗସାଥିଙ୍କ ସହ ଏଠାକୁ ଆସୁଥିବା ଦେଖିବାକୁ ମିଳିଛି ।

ବର୍ଷ ତମାମର ବ୍ୟସ୍ତବହୁଳ ଜୀବନରୁ ମନକୁ ଟିକେ ହାଲୁକା କରି ନିଜ ଲୋକଙ୍କ ସହ ମଜା କରିବାକୁ ଆସୁଛନ୍ତି ପର୍ଯ୍ୟଟକ । ମୁଖ୍ୟତଃ ଏଠାରେ ଥିବା ଫ୍ଲୋଟିଂ ରେଷ୍ଟୁରାଣ୍ଟ୍‌ ଓ ଓ୍ବାଟର ସ୍ପୋର୍ଟ୍ସ (Water Sports)ର ମଜା ନେଉଛନ୍ତି ପର୍ଯ୍ୟଟକ । ଯୁବବର୍ଗ ପାରାସେଲିଂ, ଜେଡସ୍କି, ବମ୍ପର ବୋଟିଂ, ବାନାନା ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ।

ମିଳିଥିବା ସୂଚନା ଅନୁସାରେ କେବଳ ହୀରାକୁଦରାଇଟ ଡାଇକ ର ଏହି ଅଞ୍ଚଳକୁ ଦୈନିକ 4000 ରୁ 5000 ପର୍ଯ୍ୟନ୍ତ ପର୍ଯ୍ୟଟକ ଆସୁଛନ୍ତି । ଏମାନଙ୍କ ମଧ୍ୟରୁ ଦୈନିକ 1500 ପର୍ଯ୍ୟଟକ Water Sportsର ମଜା ନେଉଛନ୍ତି । ଓ୍ବାଟର ସ୍ପୋର୍ଟ୍ସ(water sports)ର ସୁବିଧା ଯୋଗାଉଥିବା ସଂସ୍ଥା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ ଜ୍ୟାକେଟ ଉପଲବ୍ଧ କରାଇବା ସହ ସେଫ୍‌ଟି ବୋଟ୍‌ର ବ୍ୟବସ୍ଥା କରିଛି । ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ବୀକୃତିପ୍ରାପ୍ତ ଅପରେଟର ନିୟୋଜିତ ହୋଇଛନ୍ତି । ଏହାସହ ଅନ୍ୟ ପର୍ଯ୍ୟଟନସ୍ଥଳୀ ତୁଳନାରେ ଏଠାରେ ଅପେକ୍ଷାକୃତ କମ ଦାମରେ ଓ୍ବାଟର ସ୍ପୋର୍ଟ୍ସର ସୁବିଧା ଯୋଗାଉଥିବାରୁ ବର୍ତ୍ତମାନ ପର୍ଯ୍ୟଟକଙ୍କ ସଂଖ୍ୟା ପୂର୍ବାପେକ୍ଷା 10ଗୁଣ ବଢିଯାଇଥିବା ସୂଚନା ମିଳିଛି । ହୀରାକୁଦ ଡ୍ୟାମର ବିସ୍ତିର୍ଣ୍ଣ ଜଳରାଶିରେ ଆରମ୍ଭ ହୋଇଥିବା water sports ପର୍ଯ୍ୟଟକଙ୍କୁ ଭରପୁର ଆନନ୍ଦ ଦେଉଛି । ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବା ନେଇ ଆଶା କରାଯାଉଛି ।

ଏନେଇ ପର୍ଯ୍ୟଟକ ସ୍ୱାତି କହିଛନ୍ତି, "ସମ୍ବଲପୁରରେ ପ୍ରଥମ ଥର ଫ୍ଲୋଟିଂ ରେଷ୍ଟୁରାଣ୍ଟ୍‌ ତିଆରି ହୋଇଛି । ଏହା ଆମକୁ ବହୁତ ଭଲ ଲାଗୁଛି, ପର୍ଯ୍ୟଟକମାନେ ମଧ୍ୟ ବେଶ ଆକୃଷ୍ଟ ହେଉଛନ୍ତି ।"

ଏନେଇ ଆଉ ଜଣେ ପର୍ଯ୍ୟଟକ କହିଛନ୍ତି, "ଆମେ ଆଜି ହୀରାକୁଦର ରାଇଟ ଡାଇକ ଅଞ୍ଚଳର ଓ୍ବାଟର ସ୍ପୋର୍ଟ୍ସକୁ ବୁଲିବାକୁ ଆସିଛୁ । ଏଠାରେ ପାରାସେଲିଂ, ଜେଡସ୍କି, ବମ୍ପର ବୋଟିଂର ସମସ୍ତେ ମଜା ନେଉଛନ୍ତି । ଆମକୁ ମଧ୍ୟ ବହୁତ ଭଲ ଲାଗୁଛି । ବହୁତ ସେଫ୍‌ଟି ଅଛି ଏଠି । ଏହାଏକ ଆକର୍ଷଣିୟ ସ୍ଥାନ ହୋଇଥିବାରୁ ପ୍ରତ୍ୟେକ ଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମୁଛି ।"

ଅକେଲା ଆଡ୍‌ଭେଞ୍ଚର ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶେଖ୍‌ ଅସୀମ ବକ୍ସ କହିଛନ୍ତି, "ଏଠାରେ ସ୍ପିଡ୍‌ ବୋଟ୍‌ର ସବୁଠୁ ଅଧିକ ଚାହିଦା ରହୁଛି । ବର୍ତ୍ତମାନ ଆମେ ଏକ ପ୍ୟାକେଜ ଚଲାଇଛୁ । ଯେଉଁଥିରେ ଆପଣ ୧୬ଶହ ଟଙ୍କାରେ ପାରାସେଲିଂ ସହ ଅନ୍ୟ ୩ଟି ଆଇଟମ ପାଇପାରିବେ । ଏହାର ମଜା ଉଠାଇବେ ପର୍ଯ୍ୟଟକ । ଗୋଆରେ ଏହାର ଦାମ ୧୮ଶହ ରହିଥିବା ବେଳେ ଏଠାରେ କମ୍‌ ରହିଛି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ ଜ୍ୟାକେଟ ଉପଲବ୍ଧ କରାଇବା ସହ ସେଫ୍‌ଟି ବୋଟ୍‌ର ବ୍ୟବସ୍ଥା ରହିଛି । ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ବୀକୃତିପ୍ରାପ୍ତ ଅପରେଟର ନିୟୋଜିତ ହୋଇଛନ୍ତି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.