ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍ । କିଛି ଦିନ ବ୍ୟବଧାନ ପରେ ଗତକାଲି ଡ୍ୟାମର 2ଟି ଗେଟ୍ ଖୋଲାଯାଇଛି । ଆଜି ସକାଳେ ପୁଣି 2ଟି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ବର୍ଷା ହେବାରୁ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିଲା । ଯଦ୍ବାରା ଡ୍ୟାମ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ।
ଆଜି ସକାଳ ସାଢେ 9ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର 625.67 ଫୁଟ ରହିଛି । ଉପରମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1,36,080 କ୍ୟୁସେକ୍ ଜଳ ପ୍ରଵେଶ କରୁଥିବାବେଳେ ସେକେଣ୍ଡ ପ୍ରତି 53,493 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଆହୁରି ଗୋଟିଏ ଗେଟ୍ ଖୋଲିବାର ସମ୍ଭାବନା ରହିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ