ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ଏକ ଦୁଇଟି ଗେଟ୍ । ଶନିବାର 14ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା । ରବିବାର ଆଉ 2ଟି ଗେଟ୍ ଖୋଲିବା ପରେ ମୋଟ 16ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।
ହୀରାକୁଦ ଡ୍ୟାମର ଜଳସ୍ତର 629.95 ଫୁଟ ରହିଛି । ବର୍ତ୍ତମାନ ଉପର ମୁଣ୍ଡରୁ ଜଳଭଣ୍ଡାର ଭିତରକୁ ସେକେଣ୍ଡ ପ୍ରତି 2,51,511 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପ୍ରତି 2,51,511 କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଆଉ ଦୁଇଟି ଗେଟ୍ ଖୋଲା ଯାଇଥିବା ସୂଚନା ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ