ETV Bharat / state

ହିଣ୍ଡାଲକୋ ଓ ଟ୍ରକ ମାଲିକ ସଂଘର ବିବାଦର ହେଲା ସମାଧାନ

ଦୀର୍ଘ ଦୁଇମାସ ପରେ ହୀରାକୁଦ ସହର ଠାରେ ଥିବା ହିନ୍ଦାଲକୋ କମ୍ପାନୀରୁ ମାଲ ପରିବହନ ନେଇ ଦେଖା ଦେଇଥିବା ବିବାଦର ସାମାଧାନ ହୋଇଛି । ନିଷ୍ପତ୍ତି କ୍ରମେ ୨୦୧୪ ମସିହାରେ ହିନ୍ଦାଲକୋ କମ୍ପାନୀ ଓ ସମ୍ବଲପୁର ଟ୍ରକ ମାଲିକ ସଂଘ ମଧ୍ୟରେ ଯେଉଁ ମାଲ ପରିଵହନ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ସେହି ଆଧାରରେ ହିନ୍ଦାଲକୋରୁ ମାଲ ପରିବହନ କାର୍ଯ୍ୟ ସମ୍ବଲପୁର ଟ୍ରକ ମାଲିକ ସଂଘ ପୂର୍ବ ପରି ଜାରି ରଖିବ ବୋଲି ସୂଚନା ଦିଆଯାଇଛି ।

author img

By

Published : May 8, 2020, 2:54 PM IST

ହିଣ୍ଡାଲକୋ ଓ ଟ୍ରକ ମାଲିକ ସଂଘର ବିବାଦର ହେଲା ସମାଧାନ
ହିଣ୍ଡାଲକୋ ଓ ଟ୍ରକ ମାଲିକ ସଂଘର ବିବାଦର ହେଲା ସମାଧାନ

ସମ୍ବଲପୁର: ହୀରାକୁଦ ଠାରେ ଥିବା ହିନ୍ଦାଲକୋ କମ୍ପାନୀରୁ ମାଲ ପରିବହନ ନେଇ ଦେଖା ଦେଇଥିବା ବିବାଦର ସାମାଧାନ ହୋଇଛି । ବିଗତ ଦୁଇ ମାସ ଧରି ହିନ୍ଦାଲକୋ କମ୍ପାନୀରୁ ମାଲ ପରିବହନ ନେଇ ସମ୍ବଲପୁର ଟ୍ରକ ମାଲିକ ସଂଘର ବିବାଦ ଦେଖାଦେଇଥିଲା । ସମ୍ବଲପୁର ଟ୍ରକ ମାଲିକ ସଂଘ ଅଭିଯୋଗ କରୁଥିଲା ଯେ ରାଜ୍ୟ ବାହାରକୁ ଯେଉଁ ମାଲ ପରିବହନ କରାଯାଉଛି ତାହାକୁ କମ୍ପାନୀ ସମ୍ବଲପୁର ଟ୍ରକ ମାଲିକ ସଂଘକୁ ନଦେଇ ବାହାର ରାଜ୍ୟର ଟ୍ରକ ଗୁଡିକୁ ଦେଉଛି ।

ତେବେ ଏନେଇ ଉପୁଜିଥିବା ବିବାଦ ଘନିଭୂତ ହେବା ପରେ ଗତ କିଛି ଦିନ ତଳେ ହିନ୍ଦାଲକୋରୁ ମାଲ ପରିବହନ କରୁଥିବା ବାହାର ରାଜ୍ୟର ଟ୍ରକ ଗୁଡିକୁ ସମ୍ବଲପୁର ଜିଲ୍ଲାର ଟ୍ରକ ମାଲିକ ସଂଘର ସଭ୍ୟ ମାନେ ହିରାକୁଦ ଲରପଙ୍ଗ ଠାରେ ଅବରୋଧ କରି ପ୍ରତିବାଦ କରିଥିଲେ । ଏହା ସହ ହିନ୍ଦାଲକୋ କମ୍ପାନୀ ସମ୍ବଲପୁର ଟ୍ରକ ମାଲିକ ସଂଘ ସହ କରିଥିବା ମାଲ ପରିବହନ ଚୁକ୍ତିର ଖିଲାପ କରିଥିବାର ସମ୍ବଲପୁର ଟ୍ରକ ମାଲିକ ସଂଘ ଅଭିଯୋଗ ମଧ୍ୟ କରିଥିଲା ।

ଏନେଇ ପରିସ୍ଥିତି ଜଟିଳ ହେବାରୁ ଏହାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଏକ ତ୍ରିପାକ୍ଷିକ ଵୈଠକ ଡାକି ଏହି ସମସ୍ୟାର ସମାଧାନ କରିଛି । ସମ୍ବଲପୁର ଅଇଁଠାପାଲି ଥାନା ପରିସରରେ ହିନ୍ଦାଲକୋ କମ୍ପାନୀ,ସମ୍ବଲପୁର ଟ୍ରକ ମାଲିକ ସଂଘ ଓ ଜିଲ୍ଲା ପ୍ରସାସନର ତ୍ରିପାକ୍ଷିକ ଵୈଠକ ଅନୁଷ୍ଠିତ ହେବା ସହ ସମାଧାନ ବାହାର କରାଯାଇଛି ।

ଏହି ଵୈଠକରେ ସମ୍ବଲପୁର ଉପ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଉପସ୍ଥିତ ରହିବା ସହ ଉଭୟ ପକ୍ଷଙ୍କ ସହ ଆଲୋଚନା କରି ସେମାନଙ୍କ ଯୁକ୍ତି ଶୁଣିଥିଲେ । ନିଷ୍ପତ୍ତି କ୍ରମେ ୨୦୧୪ ମସିହାରେ ହିନ୍ଦାଲକୋ କମ୍ପାନୀ ଓ ସମ୍ବଲପୁର ଟ୍ରକ ମାଲିକ ସଂଘ ମଧ୍ୟରେ ଯେଉଁ ମାଲ ପରିଵହନ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ସେହି ଆଧାରରେ ହିନ୍ଦାଲକୋରୁ ମାଲ ପରିବହନ କାର୍ଯ୍ୟ ସମ୍ବଲପୁର ଟ୍ରକ ମାଲିକ ସଂଘ ପୂର୍ବ ପରି ଯାରି ରଖିବ ବୋଲି ସୂଚନା ଦିଆଯାଇଛି ।

ସମ୍ବଲପୁରରୁ ବାଦସାହା ଜୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.