ETV Bharat / state

ସମ୍ବଲପୁରରେ RPF ରାପିଡ଼ ଆକ୍ସନ ଫୋର୍ସ, ଲୋକଙ୍କ ମଧ୍ୟରେ ସୃଷ୍ଟି କରିବେ ସଚେତନତା - ୭ ଦିନିଆ ସମ୍ବଲପୁର ଗସ୍ତରେ RPF

ସମ୍ବଲପୁର ଗସ୍ତରେ ଆରପିଏଫର ରାପିଡ଼ ଆକ୍ସନ ଫୋର୍ସର ଉଚ୍ଚସ୍ତରୀୟ ଟିମ । ଜିଲ୍ଲାରେ କରିବେ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ସମ୍ବଲପୁର ଗସ୍ତରେ ଆରପିଏଫର ରାପିଡ଼ ଆକ୍ସନ ଫୋର୍ସର ଉଚ୍ଚସ୍ତରୀୟ ଟିମ

author img

By ETV Bharat Odisha Team

Published : Sep 12, 2023, 10:54 PM IST

ସମ୍ବଲପୁର ଗସ୍ତରେ ଆରପିଏଫର ରାପିଡ଼ ଆକ୍ସନ ଫୋର୍ସର ଉଚ୍ଚସ୍ତରୀୟ ଟିମ

ସମ୍ବଲପୁର: ୭ ଦିନିଆ ସମ୍ବଲପୁର ଗସ୍ତରେ ଆରପିଏଫର ରାପିଡ଼ ଆକ୍ସନ ଫୋର୍ସର ଉଚ୍ଚସ୍ତରୀୟ ଟିମ । ଆଜି RPFର ଡେପୁଟି କାମାଣ୍ଡେଣ୍ଟ ପାତ୍ରାସ ପୂର୍ତ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସମ୍ବଲପୁର ଆସି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । RPFର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ସମ୍ବଲପୁର ଆସିଥିବା ଏହି ଟିମ୍ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସହ ଓ ପରେ ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ସହ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ବିଶେଷ କରି RPF ପକ୍ଷରୁ ଆଗାମୀ ଦିନରେ ସମ୍ବଲପୁରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଛି ‌।

ଏହା ମଧ୍ୟ ପଢନ୍ତୁ.. ରେଲୱେ ଟିକେଟ କାଉଣ୍ଟର ଉପରେ RPF କ୍ରାଇମବ୍ରାଞ୍ଚର ଚଢ଼ାଉ , ରେଲୱେ ରିଜର୍ଭ ସୁପରଭାଇଜର ଗିରଫ

RPF ପକ୍ଷରୁ ସମ୍ବଲପୁର ସହରରେ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ଆଲୋଚନା କରାଯାଇ ଲୋକଙ୍କ ମଧ୍ୟରେ କିପରି ଭାଇଚାରା ଓ ସଦଭାବନା ସୃଷ୍ଟି ହେବ ସେନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଏହାସହ RPFର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.. ଖୋଜାପଡିଛି ରେଳ ଦୁର୍ଘଟଣାର ରାଜ୍, RPF ଡିଜି ଦେଲେ ବଡ ବୟାନ

ରାପିଡ଼ ଆକ୍ସନ ଫୋର୍ସ ଡେପୁଟି କାମାଣ୍ଡେଣ୍ଟ ପାତ୍ରାସ ପୂର୍ତ୍ତି କହିଛନ୍ତି, ‘‘ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଏହି ଟିମ 7 ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ କରିବ । ଏହି 7 ଦିନର କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରାଯିବ । ଏହାସହ ପରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ବିଭିନ୍ନ ସ୍କୁଲ ଗୁଡିକରେ ବିଭିନ୍ନ ପ୍ରସଙ୍ଗ ନେଇ ଡେମନଷ୍ଟ୍ରେସନ, ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ କରାଯିବ । ପରେ ବେଟି ବଚାଓ ବେଟି ପଢାଓ ଅଭିଯାନ କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା କରାଯିବ । ଏହା ବ୍ୟତୀତ ରାପିଡ ଆକ୍ସନ ଫୋର୍ସ କଣ ? ଏହା କେମିତି କାର୍ଯ୍ୟ କରିଥାଏ ସେନେଇ ଲୋକଙ୍କୁ ସଚେତନ କରାଯିବ । ଏହା ସହ ପ୍ରାକୃତିକ ବିପର୍ଯ୍ୟୟ ଓ ସାମ୍ପ୍ରଦାୟିକ ହିଂସା ସମୟରେ ଏହା ଲୋକଙ୍କ ସହ ଯୋଗାଯୋଗ ରଖି କିପରି କାର୍ଯ୍ୟ କରେ ସେନେଇ ଲୋକଙ୍କୁ ସଚେତନ କରାଯିବ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.