ETV Bharat / state

High Court Permanent Bench: ବିଚାରପତିଙ୍କୁ ଅଟକାଇଲେ ଓକିଲ - ସମ୍ବଲପୁର ଖବର

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଆନ୍ଦୋଳନ ତେଜିବାରେ ଲାଗିଛି । ପ୍ରତ୍ୟେକ ବୁଧବାର ଦିନ ଜିଲ୍ଲା ଓକିଲ ସଙ୍ଘ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟାଳୟ ଓ କୋର୍ଟ କଚେରୀ ବନ୍ଦ କରୁଥିଲେ । ତେବେ ଗତ କାଲି ଛୁଟି ଥିବାରୁ ଆଜି ଗୁରୁବାର ଦିନ ଓକିଲ ସଂଘ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିଦେଇଛି । ଅଧିକ ପଢନ୍ତୁ

High Court Permanent Bench:  ବିଚାରପତିଙ୍କୁ ଅଟକାଇଲେ ଓକିଲ

author img

By

Published : Nov 10, 2022, 6:29 PM IST

ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଆନ୍ଦୋଳନ ତେଜିବାରେ ଲାଗିଛି । ପ୍ରତ୍ୟେକ ବୁଧବାର ଦିନ ଜିଲ୍ଲା ଓକିଲ ସଙ୍ଘ ହାଇକୋର୍ଟ ପ୍ରତିଷ୍ଠା ଦାବୀରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟାଳୟ ଓ କୋର୍ଟ କଚେରୀ ବନ୍ଦ କରୁଥିଲେ । ମାତ୍ର ଗତ କାଲି ଛୁଟି ଥିବାରୁ ଆଜି ଗୁରୁବାର ଦିନ ଓକିଲ ସଂଘ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରିଦେଇଛନ୍ତି ।

High Court Permanent Bench: ବିଚାରପତିଙ୍କୁ ଅଟକାଇଲେ ଓକିଲ

ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ । କୋର୍ଟ କଚେରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ହୋଇଛି । ଜିଲ୍ଲା ଓକିଲ ସଂଘର ସଦସ୍ୟ ମାନେ ଆଜି କଚେରୀ ଛକରେ ଧାରଣାରେ ବସି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ କରିଥିଲେ । ଜିଲ୍ଲା ବିଚାରପତି ଆଜି କାର୍ଯ୍ୟରେ ଯୋଗ ଦେବା ପାଇଁ କୋର୍ଟ ଯାଉଥିବା ବେଳେ ତାଙ୍କୁ ମଧ୍ୟ ଅଟକାଇ ଫେରାଇ ଦିଆଯାଇଥିଲା । ତେବେ ଆଜିର ଜିଲ୍ଲା ଓକିଲ ସଂଘର ଆନ୍ଦୋଳନରେ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ମାନେ ମଧ୍ୟ ସମର୍ଥନ ଜଣାଇ ଧାରଣାରେ ବସିଥିଲେ।

ଆଜିର ଏହି ଆନ୍ଦୋଳନର ପ୍ରଭାବରେ ସମ୍ବଲପୁର ଜିଲ୍ଲାପାଳ, ଉତ୍ତରାଞ୍ଚଳ ଆରଡିସି , ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ପୁରାପୁରି ବନ୍ଦ ରହିଥିଲା । ରାଜ୍ୟ ସରକାର ହାଇକୋର୍ଟ ନେଇ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଉନଥିବାରୁ ଏହି ପ୍ରସଙ୍ଗ ଅଟକି ରହିଥିବା ଜିଲ୍ଲା ଓକିଲ ସଂଘ ଅଭିଯୋଗ ଆଣି ଆସୁଛି । ଅନ୍ୟପଟେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.