ETV Bharat / state

ବୁର୍ଲା ମେଡିକାଲରେ ସ୍ବାସ୍ଥ୍ୟମନ୍ତ୍ରୀ, 2ବର୍ଷରେ ଡାକ୍ତରୀ ପଦବୀ ପୂରଣ ନେଇ ପ୍ରତିଶୃତି

ବୁର୍ଲା ପରିଦର୍ଶନରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ବିଭିନ୍ନ ସମସ୍ୟା ନେଇ ଆଲୋଚନା କଲେ ଓ ସମାଧାନର ପ୍ରତଶୃତି ଦେଲେ ।

author img

By

Published : Jul 10, 2019, 5:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ବୁର୍ଲା ଭୀମସାର ମେଡିକାଲ ପରିଦର୍ଶନ କରିଛନ୍ତି । ଦିନ ପ୍ରାୟ 10.30ରେ ପହଞ୍ଚି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ମେଡିକାଲ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ଅନେକ ଉନ୍ନତି ମୂଳକ ପ୍ରତିଶୃତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଥମେ ଆଶୁ ଚିକିତ୍ସା, ପରେ ଡାଏଲିସିସ ଓ ତାପରେ ଆଇସିୟୁ ବିଭାଗ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଚିକିତ୍ସା ସମ୍ବନ୍ଧୀୟ ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଥିଲେ । ବିଦ୍ୟୁତ ବିଭ୍ରାଟ ପାଇଁ ସମସ୍ୟା ନେଇ ନିରନ୍ତର ବିଦ୍ୟୁତ ସରବରାହ ପାଇଁ ଓଏଚପିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ଦ୍ବିତୀୟ ପର୍ଯ୍ୟାୟରେ ସେ ଭୀମସାରର ନିର୍ଦ୍ଦେଶକ, ଅଧିକ୍ଷକ, ମେଡିକାଲ କଲେଜର ଡିନ, ସମ୍ବଲପୁର ଜିଲ୍ଲାପାଳ, ସିଡିଏମଓ, ଏଡିଏମଓ ଏବେ ବିଭାଗୀୟ ମୁଖ୍ୟଙ୍କ ସହ ଜିଲ୍ଲାର ସ୍ବାସ୍ଥ୍ୟସେବା ତଥା ମେଡିକାଲ କଲେଜ ବିଷୟରେ ବିଭିନ୍ନ ଆଲୋଚନା କରିଥିଲେ । ଏହାପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟରେ ଖୁବଶୀଘ୍ର ଆଉ 4ଟି ମେଡିକାଲ କଲେଜ ପ୍ରତିଷ୍ଠା ଓ 2ବର୍ଷ ମଧ୍ୟରେ ଡାକ୍ତରୀ ପଦବୀ ପୂରଣ ଭଳି ପ୍ରତିଶୃତି ଦେଇଥିଲେ ।

ଏହାଛଡା ବୁର୍ଲା ମେଡିକାଲର ଜମି ସମସ୍ୟା ଲାଗି ରହିଥିବାବେଳେ ଆସନ୍ତା ଅକ୍ଟୋବର 15ତାରିଖ ମଧ୍ୟରେ ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ବୁର୍ଲା ମେଡ଼ିକାଲରେ ଖାଲିଥିବା 14 ପ୍ରଫେସର, 17 ଟି ଆସୋସିଏଟ ପ୍ରଫେସର, 40ଟି ଆସିଷ୍ଟାଣ୍ଟ ପ୍ରଫେସର ଓ 47ଟି ସିନିୟର ରେସିଡେନ୍ସ ପଦବୀ ପୂରଣ କରାଯିବା ସହ ଭୀମସାରରେ ଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ମଗାଯାଇଥିବାର ମନ୍ତ୍ରୀ କହିଛନ୍ତି। ତେବେ ଦେଖବାକୁ ବାକି ରହିଲା ଏସବୁ କଥା କେବେ ରୂପାୟନ ହେଉଛି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

Intro:ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିଦର୍ଶନ କରିଛନ୍ତି।ଆଜି ଦିନ ପ୍ରାୟ ସାଢ଼େ 10 ଟାରେ ସ୍ୱାସ୍ଥ୍ୟମନ୍ତ୍ରୀ ବୁର୍ଲା ମେଡିକାଲ କଲେଜ ପରିସରରେ ପହଂଚି ସେଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ବୁର୍ଲାର ମେଡିକାଲ ବୁଲି ଦେଖି ସମସ୍ୟା ନେଇ ଆଲୋଚନା କରିଥିଲେ

Body:ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଥମେ ସିଧାସଳଖ ଆଶୁ ଚିକିତ୍ସା ବିଭାଗକୁ ଯାଇଥିଲେ।ସେଠାରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ର ସୁବିଧା ସୁଯୋଗ ପଚାରି ବୁଝିବା ପରେ ସେଠାରୁ ସେ ଡାଇଲିସିସ ୟୁନିଟରେ ପହଞ୍ଚିଥିଲେ।ଡାଇଲିସିସ ୟୁନିଟ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାଇଲିସିସ ବିଭାଗର ସୁବିଧା ଅସୁବିଧା ବୁଝିବା ନେଇ ଆନୁସଙ୍ଗିକ ଵ୍ୟଵସ୍ଥା ନେଇ ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ଆଇ ସି ୟୁ ବିଭାଗକୁ ଯାଇଥିଲେ।ଆଇ ସି ୟୁ ବିଭାଗରେ କିଛି ସମୟ ବିତାଇ ଏଠାରେ ଲାଗିରହିଥିବା ବିଭିନ୍ନ ସମସ୍ୟା ତଥା ବିଦ୍ୟୁତ ବିଭ୍ରାଟ ନେଇ ଆଲୋଚନା କରିବା ସହ ନିରନ୍ତର ବିଦ୍ୟୁତ ସରବରାହ ପାଇଁ ଓ ଏଚ ପି ସି କତ୍ତୃପକ୍ଷ ଙ୍କ ସହ ଆଲୋଚନା କରିଥିଲେ। ଏହାପରେ ମନ୍ତ୍ରୀ ଭୀମସାର ର ନିର୍ଦେଶକ ,ବୁର୍ଲା ମେଡିକାଲ ର ଅଧିକ୍ଷକ, ମେଡିକାଲ କଲେଜ ଡିନ ,ସମ୍ବଲପୁର ଜିଲ୍ଲାପାଳ, ସିଡିଏମ ଓ , ଏଡିଏମଓ ଓ ମେଡ଼ିକାଲ ର ଵିଭାଗୀୟ ମୁଖ୍ୟ ଙ୍କ ସହ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ତଥା ବୁର୍ଲା ମେଡିକାଲ ନେଇ ଆଲୋଚନା କରିଥିଲେ। ଏହାପରେ ସେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଥିଲେ।ଏହି ଅବସରରେ ସେ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ 7 ଟି ମେଡ଼ିକାଲ କଲେଜ ଥିବା ବେଳେ ଆଗାମୀ ଦିନରେ ରାଜ୍ୟରେ ଆଉ 4 ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବ।ବର୍ତ୍ତମାନ ଏଭଳି ପରିସ୍ଥିତି ରେ ରାଜ୍ୟରେ ସରକାରୀ ଓ ବେସରକାରୀ ମେଡିକାଲ କାଲେଜରୁ ବର୍ଷିକ 1500 ଜଣ ଡାକ୍ତର ବାହାରୁ ଥିବା ବେଳେ ଆଗାମୀ 2 ବର୍ଷ ଭିତରେ ରାଜ୍ୟରେ ଡ଼ାକ୍ତରୀ ଛାତ୍ର ସଂଖ୍ୟା ବଢିବା ସହ ରାଜ୍ୟର ସବୁ ଡାକ୍ତର ପଦବୀ ପୂରଣ ହେବ ଓ ଡକ୍ଟର ବଳକା ପଡିବେ।ଏହା ସହ ଆଗାମୀ 2 ବର୍ଷରେ ରାଜ୍ୟର ସବୁ phc ଓ chc. ରେ ଡାକ୍ତର ପଦବୀ ପୂରଣ ହେବ। ବୁର୍ଲା ମେଡିକାଲ ର ଜମି ସମସ୍ୟା ଲାଗି ରହିଥିବା ବେଳେ ଆସନ୍ତା ଅକ୍ଟୋବର15 ମଧ୍ୟରେ ବୁର୍ଲା ମେଡିକାଲ କୁ ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି। ବୁର୍ଲା ମେଡ଼ିକାଲ ରେ ଖାଲିଥିବା 14,ପ୍ରଫେସର, 17 ଟି ଆସୋସିଏଟ ପ୍ରଫେସର,40ଟି ଆସିଷ୍ଟାଣ୍ଟ ପ୍ରଫେସର ଓ 47 ଟି ସିନିୟର ରେସିଡେଣ୍ଟ ପଦବୀ ପୂରଣ କରାଯିବା ସହ ଭୀମସାର ରେ ଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦେଶକ ଙ୍କୁ ପ୍ରସ୍ତାବ ମଗାଯାଇଥିବାର ମନ୍ତ୍ରୀ କହିଛନ୍ତି।

Conclusion:ବର୍ତମାନ ଦେଖବାକୁ ବାକି ରହିଲା ଏସବୁ କଥା କେବେ ରୂପାୟନ ହେଉଛି

ବାଇଟ-1 ନବ କିଶୋର ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.