ETV Bharat / state

ବାରିଶିରେ ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

author img

By

Published : Dec 24, 2020, 7:11 PM IST

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଲକ୍ଷ୍ମଣପଡା ପାଖରେ ଥିବା ଡୁଙ୍ଗରୀପଡାରେ ବାରିଶିରେ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି ସ୍ଵାମୀ, ଅଧିକ ପଢନ୍ତୁ...

ବାରିଶିରେ ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ବାରିଶିରେ ଆକ୍ରମଣ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସମ୍ବଲପୁର: ବାରିଶିରେ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ଵାମୀ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଲକ୍ଷ୍ମଣପଡାର ପାଖରେ ଥିବା ଡୁଙ୍ଗରୀପଡାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ ବଚସାକୁ ନେଇ ଏପରି ହୋଇଥିବା କୁହାଯାଉଛି ।

ଅଭିଯୋଗ ଅନୁଯାୟୀ ଡୁଙ୍ଗରୀପଡାର ଧନମଣୀ ଖଡିଆ ନିଜ ସ୍ତ୍ରୀ ବିଲାସିନି ଖଡିଆ ସହ କୌଣସି କାରଣକୁ ନେଇ ଝଗଡା କରିଥିଲେ। ପରେ ଝଗଡା ବଢିବାରୁ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀକୁ ବାରିଶିରେ ପଛ ପଟୁ ଆକ୍ରମଣ କରିବା ସହ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।

ହତ୍ୟାକାଣ୍ଡର ଖବର ପାଇ ସ୍ଥାନୀୟ ଲୋକେ ରେଙ୍ଗାଲୀ ପୋଲିସକୁ ଖବର ଦେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ସ୍ଵାମୀ ନିଜର ୨ ଶିଶୁକୁ ନେଇ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିବା ରେଙ୍ଗାଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.