ETV Bharat / state

ହକି ବିଶ୍ୱକପ ଟ୍ରଫିକୁ ସମ୍ବଲପୁରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା - ସମ୍ବଲପୁରରେ ପୁରୁଷ ହକି ବିଶ୍ୱ କପର ଟ୍ରଫି

ସମ୍ବଲପୁରରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଆଜି ସକାଳ ସାଢେ 6 ଟାରେ ସମ୍ବଲପୁରର ମନ୍ଦଳିଆ ପଡ଼ିଆରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ମିନି ମାରାଥନ ଆୟୋଜିତ ହୋଇଥିଲା। ଏହା ପରେ ଟ୍ରଫିକୁ ସମ୍ବଲପୁର ସମଲେଶ୍ୱରୀ ମନ୍ଦିରକୁ ଅଣାଯାଇ ଭାରତୀୟ ଦଳର ପାଇଁ ପ୍ରାର୍ଥନା କରାଯାଇଥିଲା। ଅଧିକ ପଢନ୍ତୁ

ବିଶ୍ୱକପ ହକି ଟ୍ରଫିକୁ ସମ୍ବଲପୁରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

author img

By

Published : Jan 4, 2023, 10:31 PM IST

ବିଶ୍ୱକପ ହକି ଟ୍ରଫିକୁ ସମ୍ବଲପୁରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ସମ୍ବଲପୁର: ଆଜି ସମ୍ବଲପୁରରେ ପୁରୁଷ ହକି ବିଶ୍ୱ କପର ଟ୍ରଫିକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାସହ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସମ୍ବଲପୁରରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଆଜି ସକାଳ ସାଢେ 6ଟାରେ ସମ୍ବଲପୁରର ମନ୍ଦଳିଆ ପଡ଼ିଆରୁ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ମିନି ମାରାଥନ ଆୟୋଜିତ ହୋଇଥିଲା । ଏହାପରେ ଟ୍ରଫିକୁ ସମ୍ବଲପୁର ସମଲେଶ୍ୱରୀ ମନ୍ଦିରକୁ ଅଣାଯାଇ ଭାରତୀୟ ଦଳ ପାଇଁ ପ୍ରାର୍ଥନା କରାଯାଇଥିଲା । ପରେ ସମ୍ବଲପୁର "Four-C" ପଡିଆଠାରେ ଟ୍ରଫିକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଯାଇଥିଲା । ଏଠାରେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରିବା ଅବସରରେ ଗୋଟିଏ ପ୍ରଦର୍ଶନୀ ଫୁଟବଲ ଓ ଗୋଟିଏ ହକି ମ୍ୟାଚ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ , ଏସପିଙ୍କ ସହ ସମ୍ବଲପୁର ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀ ଓ ସହରର ବିଭିନ୍ନ ବର୍ଗର ଲୋକ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସମ୍ବଲପୁର ଜିଏମ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ଟ୍ରଫିକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ରେଙ୍ଗାଲିରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ଏହା ଝାରସୁଗୁଡା ଅଭିମୁଖେ ଯାଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.