ETV Bharat / state

ସମ୍ବଲପୁର ଜେଲରେ କେମିତି ରହୁଥିଲା ଗ୍ୟାଙ୍ଗଷ୍ଟାର ହାଇଦର ? ଜାଣନ୍ତୁ...

author img

By

Published : Apr 23, 2021, 8:42 PM IST

ଗ୍ୟାଙ୍ଗଷ୍ଟାର ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ଏହି ଘଟଣା ପରେ ହାଇଦରକୁ ନେଇ ଏବେ ବି ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି । ଅଧିକ ପଢନ୍ତୁ...

ସମ୍ବଲପୁର ଜେଲରେ କେମିତି ରହୁଥିଲା ଗ୍ୟାଙ୍ଗଷ୍ଟାର ହାଇଦର ଜାଣନ୍ତୁ...

ସମ୍ବଲପୁର: ଗ୍ୟାଙ୍ଗଷ୍ଟାର ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ଏହି ଘଟଣା ପରେ ହାଇଦରକୁ ନେଇ ଏବେ ବି ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି । ତେବେ ସମ୍ବଲପୁର ସର୍କଲ ଜେଲରେ ରହୁଥିବା ସମୟରେ ହାଇଦରର ଜୀବନ ଶୈଳୀ କିପରି ଥିଲା ସେନେଇ ଜେଲରୁ ବାହାରି ଥିବା ଜଣେ ଅନ୍ତେବାସୀ ବଖାଣିଛନ୍ତି।

ସେ କହିବା ଅନୁସାରେ, ଜେଲରେ ଅତି ଆରାମରେ ରହୁଥିଲା ହାଇଦର। ସମ୍ବଲପୁର ସର୍କଲ ଜେଲରେ ରହୁଥିବା ସମୟରେ ଅତି ରାଜକୀୟ ଓ ନବାଵ ଭାବେ ରହୁଥିଲା ହାଇଦର। ତା ପାଇଁ ତାର ଇଛା ମୁତାବକ ଜେଲ ବାହାରୁ ଆସୁଥିଲା ମଟନ ଓ ଚିକେନର ବିଭିନ୍ନ ଆଇଟମ ସହ ବିରିୟାନି।

ସେ ସମ୍ବଲପୁର ଜେଲର ଏକ ସେଲରେ ରହୁଥିଲା ସତ ମାତ୍ର ତାପାଖରେ ଟିଭି, କୁଲର, ପଙ୍ଖା ଆଦି ସବୁ ପ୍ରକାର ସାମଗ୍ରୀ ଉପଲବ୍ଧ ଥିଲା। ସାଧାରଣ କଏଦୀ ଜେଲରଙ୍କ କ୍ୟାବିନରେ ପ୍ରବେଶ କରିପାରୁ ନଥିବା ବେଳେ ହାଇଦର ମନ ଇଚ୍ଛା ଜେଲରଙ୍କ କ୍ୟାବିନକୁ ଯାଇ ଆରାମରେ କଥାବାର୍ତ୍ତା ହେଉଥିଲା।

ଏପରିକି ଜେଲରେ ତା ପାଇଁ ମୋବାଇଲ ମଧ୍ୟ ଉପଲବ୍ଧ ହେଉଥିଲା। ଏଭଳି ସ୍ଥିତିରେ ଜେଲରୁ ସେ ନିଜର ଅପରାଧିକ ସମ୍ରାଜ୍ୟକୁ ନିୟନ୍ତ୍ରଣ କରୁନଥିବ ବୋଲି କହିହେବନି। ସମ୍ବଲପୁର ଜେଲରୁ ସଜା କାଟି ବାହାରକୁ ଆସିଥିବା ଜଣେ କଏଦୀ ଏହିଭଳି ଅନେକ କଥା କହିଛନ୍ତି। ତେବେ ତାଙ୍କର କଥାରେ କେତେ ସତ୍ୟତା ରହିଛି ତାହା ତଦନ୍ତ ସାପେକ୍ଷ।

ତେବେ ନିଆଁ ନଥିଲେ କେବେ ଧୂଆଁ ବହାରିନଥାଏ । ଅନ୍ୟପଟେ 2018ରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁର ଜେଲରୁ ହାଇଦର ମୋଟ 24 ଥର ବାହାରକୁ ଯାଇଛି। ଆଉ ପ୍ରତ୍ୟେକ ଥର ସେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ମେଡ଼ିକାଲ କାମରେ ଯାଉଥିଲା ବୋଲି ରେକର୍ଡ଼ ରହିଛି। ମାନବାଧିକାର କମିଶନଙ୍କ ଗାଇଡ଼ଲାଇନ ହିସାବରେ ଡାକ୍ତରଙ୍କ ପରାମର୍ଶ ନେଇ ସମ୍ପୂର୍ଣ୍ଣ ଜେଲ ପ୍ରଶାସନର ବିଧି ବ୍ୟବସ୍ଥା ଅନୁସାରେ ହାଇଦର ବାହାରକୁ ଯାଇଛି ବୋଲି ସମ୍ବଲପୁର ସର୍କଲ ଜେଲର ଜେଲର ଆଲୋକ ପ୍ରିୟଦର୍ଶୀ କର କହିଛନ୍ତି।

ତେବେ ଜେଲ ବାହାରୁ ହାଇଦର ପାଇଁ ଖାଦ୍ୟ ଆସୁଥିବା ଅଭିଯୋଗକୁ ଜେଲର ଖଣ୍ଡନ କରିଛନ୍ତି। ଏହା ସହ ଜେଲରେ ହାଇଦରର ମୋବାଇଲ ବ୍ୟବହାର ପ୍ରସଙ୍ଗ ନେଇ କୌଣସି ପ୍ରତିକ୍ରିୟା ରଖିବାକୁ ଜେଲର ମନା କରିଛନ୍ତି । ବର୍ତ୍ତମାନ ଏହି ଘଟଣାରେ ପୋଲିସ ତଦନ୍ତ କରୁଥିବାରୁ ସେ କିଛି ବି କହିବାକୁ ମନା କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.