ETV Bharat / state

ଟ୍ରକକୁ ଧକ୍କା ଦେଲା PCR ଭ୍ୟାନ, 4 ପୋଲିସ କର୍ମଚାରୀ ଆହତ

ସମ୍ବଲପୁର ଅଇଁଠାପାଲି ଥାନା ସମ୍ମୁଖରେ ସଡ଼କ ଦୁର୍ଘଟଣା । ପାଟ୍ରୋଲିଂ ସାରି ଫେରୁଥିବାବେଳେ ଟ୍ରକକୁ ଧକ୍କା ଦେଲା ପିସିଆର ଭ୍ୟାନ । ଅଧିକ ପଢ଼ନ୍ତୁ

author img

By

Published : Jan 1, 2023, 10:25 AM IST

road accident in sambalpur
ସମ୍ବଲପୁରରେ ସଡ଼କ ଦୁର୍ଘଟଣା

ସମ୍ବଲପୁର: ନୂଆବର୍ଷରେ ସଡ଼କ ଦୁର୍ଘଟଣା । ଆଜି ଭୋର ସମୟରେ ସମ୍ବଲପୁର ଅଇଁଠାପାଲି ଥାନା ସମ୍ମୁଖରେ ପିସିଆର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଏଥିରେ 4 ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ପୋଲିସଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଆଜି ଭୋର 4 ଟା 40 ସମୟରେ ଏହି ଦୁର୍ଘଟଣା ଘଟିଛି । ରାତିରେ ପାଟ୍ରୋଲିଂ ସାରି ଫେରୁଥିବା ବେଳେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପୋଲିସ ପିସିଆର ଭ୍ୟାନ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ସମେତ 4 ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ପିସିଆର ଭ୍ୟାନଟି ବ୍ୟାପକ କ୍ଷତି ହୋଇଥିବା ବେଳେ ଡ୍ରାଇଭରଙ୍କ ମୁଣ୍ଡରେ ଗଭୀର ଭାବେ ଆଘାତ ଲାଗିଛି । ସମସ୍ତ ଆହତ ପୋଲିସଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଡ୍ରାଇଭରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.