ETV Bharat / state

ଭାରତୀୟ ସେନା ସଦୃଶ ୟୁନିଫର୍ମ ପିନ୍ଧି ବିବାଦରେ VIMSAR ସୁରକ୍ଷାକର୍ମୀ - ଭାରତୀୟ ସେନା ୟୁନିଫର୍ମ

ସମ୍ବଲପୁର VIMSAR ସୁରକ୍ଷାକର୍ମୀମାନେ ଭାରତୀୟ ସେନା ପରି ୟୁନିଫର୍ମ ପିନ୍ଧିଥିବାରୁ ସେନାର ପୂର୍ବତନ ଅଧିକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

VIMSARର ସୁରକ୍ଷା ସଂସ୍ଥାର ୟୁନିଫର୍ମକୁ ନେଇ ବିବାଦ, ଭାରତୀୟ ସେନା ପରି ରହିଛି ୟୁନିଫର୍ମ

author img

By

Published : Jul 23, 2021, 7:41 PM IST

ସମ୍ବଲପୁର: ବୁର୍ଲା VIMSAR ମେଡିକାଲର ସ୍ୟୁକିରିଟି ସଂସ୍ଥାର କର୍ମଚାରୀଙ୍କ ପୋଷାକ ନେଇ ଉପୁଜିଛି ବିବାଦ । ସୁରକ୍ଷାକର୍ମୀମାନେ ଭାରତୀୟ ସେନାର ୟୁନିଫର୍ମ ଭଳି ପୋଷାକ ପରିଧାନ କରିଥିବାରୁ ଏହାକୁ ଭାରତୀୟ ସେନାର ଅବସରପ୍ରାପ୍ତ ସେନା ଅଧିକାରୀମାନେ ବିରୋଧ କରିଛନ୍ତି ।

VIMSARର ସୁରକ୍ଷା ସଂସ୍ଥାର ୟୁନିଫର୍ମକୁ ନେଇ ବିବାଦ, ଭାରତୀୟ ସେନା ପରି ରହିଛି ୟୁନିଫର୍ମ

ଭାରତୀୟ ସେନାର ଅବସରପ୍ରାପ୍ତ ସେନା ଅଧିକାରୀମାନେ ଭିମସାର କର୍ତ୍ତୃପକ୍ଷଙ୍କ ଠାରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି । ଅଖିଳ ଭାରତୀୟ ପୂର୍ବ ସୈନିକ ପରିଷଦର ଜାତୀୟ ସମ୍ପାଦକ କ‌ର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡାଙ୍କ ନେତୃତ୍ବରେ ବହୁ ପୂର୍ବତନ ସୈନିକ ଭିମସାରର ସୁରକ୍ଷା ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚି ଏହି ପୋଷାକ ପରିଧାନକୁ ବିରୋଧ କରିଛନ୍ତି । ଏହା ପରେ ଭିମସାର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯିବା ସହ ପ୍ରଫେସର ଲଳିତ ମେହେର, ହସ୍ପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ, ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକଙ୍କ ସମ୍ମୁଖରେ ସେନା ପୋଷାକ ପରିଧାନକୁ ନେଇ ପ୍ରତିବାଦ କରିଥିଲେ ।

ଏହାପରେ ଭିମସାରର ଏହି ସୁରକ୍ଷା ସଂସ୍ଥାର କର୍ମଚାରୀଙ୍କଠାରୁ ସେନା ପୋଷାକ ହଟାଇବାକୁ ନିର୍ଦ୍ଦେଶକ ତଥା ପ୍ରଫେସର ଲଳିତ ମେହେର କହିଥିବା ଜଣାପଡିଛି । ଘରୋଇ ସୁରକ୍ଷା ସଂସ୍ଥାର କର୍ମଚାରୀ ଏହି ଭାରତୀୟ ସେନାର ପୋଷାକ ପରିଧାନ କରିବା ଭାରତୀୟ ସେନା ପ୍ରତି ଅସମ୍ମାନ ବୋଲି କୁହାଯାଇଛି । ଏଭଳି ସୈନିକଙ୍କ ପୋଷାକକୁ କୌଣସି ଅଣ ସୈନିକକୁ ପିନ୍ଧିବାକୁ ଅଧିକାର କିଏ ଦେଲା ବୋଲି ଅଖିଳ ଭାରତୀୟ ପୂର୍ବ ସୈନିକ ପରିଷଦର ଜାତୀୟ ସମ୍ପାଦକ କର୍ଣ୍ଣେଲ ପଣ୍ଡା ପ୍ରଶ୍ନ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.