ETV Bharat / state

ସମ୍ବଲପୁର ମହାନଗର ନିଗମରେ ଖାଦ୍ୟ ସୁରକ୍ଷା ବିଭାଗର ସ୍ବତନ୍ତ୍ର ଡ୍ରାଇଭ

author img

By

Published : Oct 6, 2021, 7:11 AM IST

ପାର୍ବଣ ୠତୁକୁ ଆଖି ଆଗରେ ରଖି ସମ୍ବଲପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗର ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

food safety enforcement special drive
ସମ୍ବଲପୁର ମହାନଗର ନିଗମରେ ଖାଦ୍ୟ ସୁରକ୍ଷା ବିଭାଗର ସ୍ବତନ୍ତ୍ର ଡ୍ରାଇଭ

ସମ୍ବଲପୁର: ଆଗକୁ ପାର୍ବଣ ୠତୁ ଆସୁଥିବା ବେଳେ ସମ୍ବଲପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ । ଖାଦ୍ୟର ମାନ ଯାଞ୍ଚ କରିବା ସହ ଖାଦ୍ୟର ମାନ ଠିକ ନଥିଲେ ଫାଇନ କଟାଯାଉଛି। ଏହା ସହ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ଲ୍ୟାବକୁ ପଠାଯାଇଛି।

ବର୍ତ୍ତମାନ ସାରା ଦେଶର ବଡ଼ ବଡ଼ ସହରରେ ଇଟ ରାଇଟ କ୍ୟାମ୍ପେନ ଜାରି ରହିଥିବା ବେଳେ ଏଥିରେ ସମ୍ବଲପୁର ସହର ମଧ୍ୟ ରହିଛି । ଏହି କ୍ରମରେ ଖାଦ୍ୟ ନିରାପତ୍ତା ଆଇନ ବଳରେ ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସମ୍ବଲପୁର ସହରର ବିଭିନ୍ନ ହୋଟେଲ ,ରେଷ୍ଟୁରେଣ୍ଟ, କ୍ୟାଣ୍ଟିନ,ମିଠା ଦୋକାନ ଗୁଡିକ ଉପରେ ଚଢ଼ାଉ କରାଯିବା ସହ ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ସମ୍ବଲପୁର ମହାନଗର ନିଗମର କମିଶନର ଓ ସମ୍ବଲପୁର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଖାଦ୍ୟ ସୁରକ୍ଷା ବିଭାଗ ଓ ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କାର୍ଡ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଉଛି। ବାସୀ ଖାଦ୍ୟ ମିଳିଲେ ଫାଇନ କଟାଯିବା ସହ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବର ସ୍ଥିତ ବିଭାଗୀୟ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଉଛି।

ଆଜି ସମ୍ବଲପୁର ସହରର VSS ମାର୍ଗର ବିଭିନ୍ନ ହୋଟେଲ ଓ ରେଷ୍ଟୁରେଣ୍ଟରେ ଖାଦ୍ୟର ମାନ ଯାଞ୍ଚ ହୋଇଛି। ଏହା ସହ ସମ୍ବଲପୁର ପୋଲିସ କ୍ୟାଣ୍ଟିନରେ ମଧ୍ୟ ଖାଦ୍ୟ ଯାଞ୍ଚ କରାଯାଇଛି। ଏହା ସହ ଆଜି ସମ୍ବଲପୁର ପୋଲିସ କ୍ୟାଣ୍ଟିଂନରୁ 16 କେଜି ନିଷିଦ୍ଧ ପଲିଥିନ ମଧ୍ୟ ଜବତ କରିଛି ମହାନଗର ଏନଫୋର୍ସମେଣ୍ଟ ସ୍କାର୍ଡ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.