ETV Bharat / state

ଓଭର ବ୍ରିଜ ଦାବି କଲେ ଯୁଜୁମୁରାବାସୀ

ରେଳବାଇ ଫ୍ଲାଇ ଓଭର ନଥିବାରୁ ପ୍ରତିଦିନ ଯିବା ଆସିବାରେ ହଇରାଣ ହେବା ଯୁଜୁମୁରା ବାସୀଙ୍କ ପାଇଁ ଏବେ ଏକ ସ୍ବାଭାବିକ କଥା । ସମ୍ବଲପୁର କଟକ ରାଜରାସ୍ତାରୁ ଯୁଜୁମୁରା ବ୍ଲକ ହେଡକ୍ବାଟରକୁ ସଂଯୋଗ କରୁଥିବା ରାସ୍ତାରେ ପଡୁଥିବା ରେଳୱେ କ୍ରସିଂ ଏହାର ମୁଖ୍ୟ କାରଣ ପାଲଟିଛି । ଅଧିକ ପଢନ୍ତୁ...

ଓଭର ବ୍ରିଜ ଦାବି କଲେ ଯୁଜୁମୁରାବାସୀ
ଓଭର ବ୍ରିଜ ଦାବି କଲେ ଯୁଜୁମୁରାବାସୀ
author img

By

Published : Jul 10, 2021, 8:47 AM IST

ସମ୍ବଲପୁର: ରେଳବାଇ ଫ୍ଲାଇ ଓଭର ନଥିବାରୁ ପ୍ରତିଦିନ ଯିବା ଆସିବାରେ ହଇରାଣ ହେବା ଯୁଜୁମୁରା ବାସୀଙ୍କ ପାଇଁ ଏବେ ଏକ ସ୍ବାଭାବିକ କଥା । ସମ୍ବଲପୁର କଟକ ରାଜରାସ୍ତାରୁ ଯୁଜୁମୁରା ବ୍ଲକ ହେଡକ୍ବାଟରକୁ ସଂଯୋଗ କରୁଥିବା ରାସ୍ତାରେ ପଡୁଥିବା ରେଳବାଇ କ୍ରସିଂ ଏହାର ମୁଖ୍ୟ କାରଣ ପାଲଟିଛି । ଦୀର୍ଘ ବର୍ଷ ହେବ ଯୁଜୁମୁରାବାସୀ ଏହି ସମସ୍ୟା ସହ ସଂଘର୍ଷ କରୁଥିବା ବେଳେ ବର୍ତ୍ତମାନ ଏଠାରେ ଏକ ଫ୍ଲାଏଓଭର ବ୍ରିଜ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ଓଭର ବ୍ରିଜ ଦାବି କଲେ ଯୁଜୁମୁରାବାସୀ

ସମ୍ବଲପୁର କଟକ ରାଜରାସ୍ତା ଯୁଜୁମୁରା ଛକରୁ 2 କିମି ଭିତରକୁ ରହିଛି ଯୁଜୁମୁରା ବ୍ଲକ ମୁଖ୍ୟାଳୟ । ଏହାସହ ଏହାର ଆଖପାଖରେ ରହିଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଆରଆଇ ଅଫିସ ଓ ସ୍କୁଲ । ଏହି ସ୍ଥାନକୁ ଯିବା ପାଇଁ ଯୁଜୁମୁରା ବ୍ଲକର 18ଟି ପଞ୍ଚାୟତରୁ 14ଟି ପଂଚୟତର ଲୋକଙ୍କୁ ଏହି ରେଳବାଇ ଲେଭେଲ କ୍ରସିଂ ପାର ହେବାକୁ ଯିବାକୁ ପଡେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ରେଳଲାଇନଟି ଅତ୍ୟନ୍ତ ବ୍ୟସ୍ତବହୁଳ ରେଳ ଲାଇନ ହୋଇଥିବାରୁ ପ୍ରତ୍ୟେକ 10 ମିନିଟ ରେ ଥରେ ଏହାର ଗେଟ ବନ୍ଦ ହୋଇଥାଏ । ଫଳରେ ଛାତ୍ରଛାତ୍ରୀ, ରୋଗୀ ନେଉଥିବା ଆମ୍ବୁଲାନ୍ସ ହେଉକି ସାଧାରଣ ଯାତ୍ରୀଙ୍କୁ ଏଠି ବହୁତ ସମୟ ଅଟକିବାକୁ ପଡିଥାଏ । ତେଣୁ ଅତିଶୀଘ୍ର ଏହି ସ୍ଥାନରେ ଏକ ଫାଇଓଭର ବ୍ରିଜ ଅଥବା ଏକ ଅଣ୍ଡର ପାସର ନିର୍ମାଣ କରାଯାଉ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି । ଏଥିପାଇଁ ପୂର୍ବରୁ ସ୍ଥାନୀୟ ଲୋକ ସମ୍ବଲପୁର ଡିଆରଏମଙ୍କୁ ଏହି ସମସ୍ୟା ନେଇ ଅବଗତ କରାଇବା ସହ ଏହି ଫାଇଓଭର ବ୍ରିଜର ଦାବି କରିଥିଲେ ମଧ୍ୟ କୌଣସି ଲାଭ ମିଳିନଥିବା କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.