ସମ୍ବଲପୁର: ଆଜିଠୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ୫ଟି ସ୍ଥାନରେ ଆରମ୍ଭ ହେଲା ସ୍ବାବ ନମୁନା କଲେକସନ ସେଣ୍ଟର । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସୁଭମ ସକସେନା ।
ଏହାସହ ଜିଲ୍ଲାର ପ୍ରତି ବ୍ଲକରେ ଦୁଇ ଦିନ ଭିତରେ କାର୍ଯ୍ୟକ୍ଷମ ହେବ ବ୍ଲକସ୍ତରୀୟ ସ୍ବାବ କଲେକସନ ସେଣ୍ଟର । ଏନେଇ ସମ୍ବଲପୁର ଜିଲ୍ଲାପାଳ ସୁଭମ ସକସେନା ସୂଚନା ଦେଇ କହିଛନ୍ତି ଯେ ଆଜିଠୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସ୍ବତନ୍ତ୍ର ଭାବରେ ୨୫୦ଟି ଟିମକୁ ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳରେ ସର୍ଭେ କରିବା ପାଇଁ ଦାୟିତ୍ବ ଦିଆଯାଇଛି ।
ଏହି ଟିମ ସେହି ସଂକ୍ରମିତ ଅଞ୍ଚଳର ଘରକୁ ଘର ବୁଲି ଲୋକଙ୍କ ସ୍ବାବ ସଂଗ୍ରହ କରିବା ସହ ଲୋକଙ୍କ ଠାରେ କୋରୋନା ଜନିତ କୌଣସି ଲକ୍ଷଣ ଥିଲେ, ସେହି ତଥ୍ୟ ସଂଗ୍ରହ କରୁଛି । ଏଥିସହ ଅନ୍ୟ କିଛି ରୋଗର ଲକ୍ଷଣ ଥିଲେ ବି ତାହାର ତଥ୍ୟ ବି ଏହି ଟିମ ସଂଗ୍ରହ କରୁଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ସମ୍ବଲପୁର ଜିଲ୍ଲାର ସବୁ ଲୋକ ଏହି ସର୍ଭେ କାର୍ଯ୍ୟରେ ସହଯୋଗ କରି ପ୍ରକୃତ ତଥ୍ୟ ଦେବାକୁ ଜିଲ୍ଲାପାଳ ଅପିଲ କରିବା ସହ ସଟଡାଉନ ନିୟମ ମାନି ନିଜ ଘରେ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ