ସମ୍ବଲପୁର: ଜିଲ୍ଲାର ସଦର ଥାନା ଗେଙ୍ଗୁଟିପାଲି ଅଞ୍ଚଳରେ ଆଇନଜୀବୀଙ୍କ ଘର ସମ୍ମୁଖରୁ ୧୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ଆଜି(ସୋମବାର) ଆଉ 5ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହାସହ ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଏନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।
ପୂର୍ବରୁ ଏହି ମାମଲାରେ 2 ଜଣ ଗିରଫ ହୋଇଥିବାବେଳେ 4 ଲକ୍ଷ ଟଙ୍କା ଜବତ ହୋଇଥିଲା । ଆଜି ପୁଣି 5 ଅଭିଯୁକ୍ତଙ୍କ ଠାରୁ 8 ଲକ୍ଷ ଟଙ୍କା ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ସମ୍ବଲପୁର ପୋଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲା । ଏହି ଅଭିଯୁକ୍ତ ମାନେ ପୂର୍ଵରୁ ସୋନପୁର, କନ୍ଧମାଳ ଅଞ୍ଚଳରେ ଡକାୟତି କରିଥିବା ନେଇ ଅନେକ ମାମଲା ରହିଛି ।
ତେବେ ଏନେଇ ସମ୍ବଲପୁର ଏସପି ଆଜି ଏକ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କୁମାର ଦାସ, ଏ ଅଜୟ, ଏ କିରଣ, ଦୀପକ କୁମାର ସାହୁ, ବି. ନଗିତା ଦାସ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ