ETV Bharat / state

Panchayat Election: ସରପଞ୍ଚ ପ୍ରାର୍ଥୀଙ୍କ ଘର ବାହାରେ ଫୁଟିଲା ଗୁଳି - ସମ୍ବଲପୁରରେ ରାଜନୈତିକ ହିଂସା

ସମ୍ବଲପୁର ଜିଲ୍ଲା ଘିଛାମୁରା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଗତକାଲି ବେଉଁରା ଗାଁର ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଘରକୁ ଗୁଳିମାଡ଼ ସୂଚନା । ଅଧିକ ପଢନ୍ତୁ

ରାଜନୈତିକ ହିଂସା: ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼

author img

By

Published : Feb 16, 2022, 12:38 PM IST

ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଥମୁନି ରାଜନୈତିକ ହିଂସା । ସମ୍ବଲପୁର ଜିଲ୍ଲା ଘିଛାମୁରା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଗତକାଲି ଘିଛାମୁରା ଗ୍ରାମ ପଞ୍ଚାୟତର ବେଉଁରା ଗାଁ ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଘରକୁ ଗୁଳିମାଡ଼ ସୂଚନା ।

ରାଜନୈତିକ ହିଂସା: ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼

ସୂଚନାଅନୁସାରେ, ରେଙ୍ଗାଲି ଜୋନ ୧ ଘିଛାମୁରା ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଲଳିତ କୁମାର ସାହୁ । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଘର ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ଗୁଳି ଘରର କବାଟରେ ବାଜିଥିବା ଦେଖାଦେଇଛି । ସରପଞ୍ଚ ପ୍ରାର୍ଥୀ ପୋଲିସକୁ ଫୋନ କରି ସୂଚନା ଦେଇଥିବା ଜଣାପଡ଼ିଛି ।

ତେବେ ଏବେ ଯାଏଁ କିଏ ଓ କାହିଁକି ଗୁଳିମାଡ କରିଛି ସେନେଇ କିଛି ସବିଶେଷ ତଥ୍ୟ ହାସଲ କରିନାହିଁ ପୋଲିସ । ରାଜନୈତିକ ଶତ୍ରୁତାକୁ ନେଇ କେହି ଗୁଳିମାଡ କରିଥାଇପାରେ ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.