ETV Bharat / state

ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇ ଯୁବକ ଫେରାର - ରେଙ୍ଗାଲୀ ତହସିଲ କାର୍ଯ୍ୟାଳୟ

ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ କାର୍ଯ୍ୟାଳୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଆଁ ଲଗାଇ ଫେରାର ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Fire broke out in Rengali tahsil office, accused young man escaped
ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟାଇ ଯୁବକ ଫେରାର
author img

By

Published : Nov 20, 2020, 12:32 PM IST

ସମ୍ବଲପୁର: ଜିଲ୍ଲାର ରେଙ୍ଗାଲୀ ତହସିଲ କାର୍ଯ୍ୟାଳୟରେ ଶୁ୍କ୍ରବାର ଅଗ୍ନିକାଣ୍ଡ ଘଟାଇ ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି । ଅଫିସରେ ଅଭିଯୁକ୍ତର ଜମିବାଡି ସମ୍ବନ୍ଧୀୟ କିଛି କାର୍ଯ୍ୟ ବହୁ ଦିନ ଧରି ପଡି ରହିଥିବାରୁ ସେ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି ।

ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟାଇ ଯୁବକ ଫେରାର

ମିଳିଥିବା ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ତହସିଲର ଘିଚାମୁରା ପଞ୍ଚାୟତର ଗୁମାକାରମା ଗ୍ରାମରେ ଏହି ଘଟଣା ଘଟିଛି । ଗ୍ରାମର ରାଜୀବ କିଷାନ ନାମକ ଜଣେ ଯୁବକ ଶୁକ୍ରବାର ଦିନ ପ୍ରାୟ 10ଟା ସମୟରେ ନିଜର କିଛି ସମର୍ଥକଙ୍କ ସହ ମିଶି ତହସିଲ ଅଫିସ ନିଆଁ ଲଗେଇ ଦେଇଥିଲା । ଏହି ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳି ନଷ୍ଟ ହୋଇଯାଇଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।

ଘଟଣା ସଂପର୍କରେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ତହସିଲ କାର୍ଯ୍ୟାଳୟରେ ରାଜୀବଙ୍କ ଜମି ବାଡ଼ି ନେଇ କିଛି କାର୍ଯ୍ୟ ବାକି ଥିବାରୁ ସେ ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଖୋଜୁଥିବା ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.