ସମ୍ବଲପୁର: ବୁର୍ଲା ବ୍ଲଡ଼ ବ୍ୟାଙ୍କରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ । ସମ୍ବଲପୁର ବୁର୍ଲା ସ୍ଥିତ ବ୍ଲଡ଼ ବ୍ୟାଙ୍କରେ ସର୍ଟ ସର୍କିଟ ଯୋଗୁ ପୋଡ଼ିଗଲା ରକ୍ତଭଣ୍ଡାରର ଫ୍ରିଜରର ଫିୟୁଜ।
ରକ୍ତଭଣ୍ଡାରରେ ଥିବା ପ୍ରାୟ ୮ଟି ଫ୍ରିଜର ମଧ୍ୟରୁ ୪ଟି ଫ୍ରିଜର ସର୍ଟ ସର୍କିଟ ଯୋଗୁ ଏକାସାଙ୍ଗରେ ସାମାନ୍ୟ ପୋଡିଯାଇଥିବା ସୂଚନା ମିଳିଛି । ରକ୍ତଭଣ୍ଡାର ସମ୍ମୁଖରେ ଏକ ବୃକ୍ଷ ଭାଙ୍ଗିଯାଇ ନିକଟରେ ଥିବା ବିଦ୍ୟୁତ ତାର ଉପରେ ପଡିଥିଲା। ଫଳରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା।
ବିଦ୍ୟୁତ ତାର ଛିଣ୍ଡିପଡିବା ଫଳରେ ସର୍ଟସର୍କିଟ ହୋଇ ରକ୍ତଭଣ୍ଡାରରେ ଥିବା ଫ୍ରିଜର ଉପରେ ତାହାର ପ୍ରଭାବ ପଡି ଫ୍ରିଜରର ଫିୟୁଜ ପୋଡି ଯାଇଥିବା ସୂଚନା ମିଳିଛି। ବର୍ତ୍ତମାନଏହାର ମରାମତି କରାଯାଉଛି। ତେବେ ଏଥିରେ ବିଶେଷ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ